Exit Poll: କିଭଳି କରାଯାଏ ଏକ୍ଜିଟ୍ ପୋଲ୍? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍ଜିଟ୍ ପୋଲ ଆସିବା ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ଆସନ ପାଇବେ ତାହା ଆକଳନ କରାଯିବ। ଦେଶର ବିଭିନ୍ନ ଏଜେନ୍ସି ସେମାନଙ୍କର ନିଜସ୍ବ ଆକଳନ ପ୍ରକାଶ କରିବେ। ନିର୍ବାଚନ ଫଳାଫଳ […] The post Exit Poll: କିଭଳି କରାଯାଏ ଏକ୍ଜିଟ୍ ପୋଲ୍? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ… appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍ଜିଟ୍ ପୋଲ ଆସିବା ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ଆସନ ପାଇବେ ତାହା ଆକଳନ କରାଯିବ। ଦେଶର ବିଭିନ୍ନ ଏଜେନ୍ସି ସେମାନଙ୍କର ନିଜସ୍ବ ଆକଳନ ପ୍ରକାଶ କରିବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୋଲ୍ ତଥ୍ୟ କେତେ ସଠିକ ହେବ ତାହା ସ୍ପଷ୍ଟ ହୋଇଯିବ।
ନିୟମ କହୁଛି ଯେ ଅନ୍ତିମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଶେଷ ହେବାର ମାତ୍ର ୩୦ ମିନିଟ୍ ପରେ ଏକ୍ଜିଟ୍ ପୋଲ ପ୍ରକାଶ କରାଯାଇପାରିବ। କିନ୍ତୁ ଓଡିଶାରେ ଏହି ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଟିଭି ଚ୍ୟାନେଲ ଏକ୍ଜିଟ୍ ପୋଲ ପୂର୍ବରୁ ପ୍ରସାରଣ କରିଛି। ଏହା ପରେ ଉକ୍ତ ଚ୍ୟାନେଲ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ।
ଆସନ୍ତୁ ଜାଣିବା ଏକ୍ଜିଟ୍ ପୋଲ୍ କ’ଣ? ଏହା କିପରି କରାଯାଏ? ଏହାର ନିୟମ କ’ଣ? ଏହାକୁ ଭାଙ୍ଗିବା ପାଇଁ କ’ଣ ଦଣ୍ଡ ବ୍ୟବଧାନ ରହିଛି?
ଏଗ୍ଜିଟ୍ ପୋଲ୍ କ’ଣ?
ମତଦାନ ପରେ ଜନତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଆଧାରରେ ଏକାଠି କରାଯାଇଥିବା ଡାଟାକୁ ଏଗ୍ଜିଟ୍ ପୋଲ୍ କୁହାଯାଏ। ଏହା ଏକ ପ୍ରକାର ନିର୍ବାଚନୀ ସର୍ଭେ। ଯେତେବେଳେ ମତଦାତା ନିଜର ମତାଧିକାର ବ୍ୟବହାର କରି ପୋଲିଂ ବୁଥ୍ରୁ ବାହାରକୁ ଆସେ ସେତେବେଳେ ଭିନ୍ନ ଭିନ୍ନ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାଲେଲ ମତଦାନକୁ ନେଇ ପ୍ରଶ୍ନ ପଚାରିଥାନ୍ତି। ଏଥିରେ ଭୋଟରଙ୍କ ମନକୁ ପଢ଼ିବାକୁ ଚେଷ୍ଟା କରାଯାଏ। ଯେମିତି କି-ଆପଣ କାହାକୁ ଭୋଟ୍ ଦେଲେ? ଆପଣଙ୍କୁ କେଉଁ ଦଳର କାମ ପସନ୍ଦ? ଇତ୍ୟାଦି।
ମତଦାନ ଶେଷ ହେବା ପରେ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାନେଲ ପାଖରେ ସମସ୍ତ ସୂଚନା ଏକତ୍ରିତ ହୋଇଯାଇଥାଏ। ଏହି ଅଙ୍କ ଆଧାରରେ ଡାଟା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦଳ, ରାଜ୍ୟ ଏବଂ ଜାତି ଆଧାରରେ ଡାଟା ବାହାର କରାଯାଇଥାଏ।
କେତେବେଳେ ଏଗ୍ଜିଟ ପୋଲ୍ ଜାରି କରାଯାଏ?
ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୧୨୬ ଏ ଅନୁଯାୟୀ ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବାର ଅଧା ଘଣ୍ଟା ଯାଏ ଏହା ଉପରେ ରୋକୋ ଥାଏ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ତାକୁ ଦଣ୍ଡିତ କରାଯାଇପାରେ। ଏପରିକି ଏଥିଯୋଗୁ ୨ ବର୍ଷ ଜେଲ, ଜରିମାନା ନଚେତ ଉଭୟ ଲାଗିପାରେ।
The post Exit Poll: କିଭଳି କରାଯାଏ ଏକ୍ଜିଟ୍ ପୋଲ୍? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ… appeared first on Dharitri Odia News.