ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ
ବନାଗ୍ନି ପ୍ରଭାବରେ ଆକାଶ ଲାଲ ଦିଶୁଛି ଓ ବାୟୁମଣ୍ଡଳରେ ଧୂଳିଧୂଆଁ ଭର୍ତ୍ତି ହୋଇଯାଉଛି। ଏଭଳି ସ୍ଥିତି ଏବେ ଅଷ୍ଟ୍ରେଲିଆ, କାଲିଫର୍ନିଆ, ଆମାଜନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଧିକ ଦେଖାଦେଇଛି। ଘର, ବନ୍ୟଜନ୍ତୁ ଏବଂ ପରିସଂସ୍ଥାକୁ ନଷ୍ଟକରିବା ପରେ ଜଙ୍ଗଲ ନିଆଁ ପ୍ରାୟତଃ ବାୟୁର ଗୁଣବତ୍ତାକୁ ଖରାପ କରିବା ସହ ମଣିଷର ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ପରିଣାମ ଆଣୁଛିି। ଏହାବାଦ୍ ସାଧାରଣ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଦ୍ୱାରା ନିର୍ଦ୍ଧାରିତ ଗୁଣବତ୍ତା ସୀମାକୁ ଟପିଯାଇଥିବା ବାୟୁକୁ ଲୋକେ ଶ୍ୱାସକ୍ରିୟାରେ […] The post ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ appeared first on Dharitri Odia News.
ବନାଗ୍ନି ପ୍ରଭାବରେ ଆକାଶ ଲାଲ ଦିଶୁଛି ଓ ବାୟୁମଣ୍ଡଳରେ ଧୂଳିଧୂଆଁ ଭର୍ତ୍ତି ହୋଇଯାଉଛି। ଏଭଳି ସ୍ଥିତି ଏବେ ଅଷ୍ଟ୍ରେଲିଆ, କାଲିଫର୍ନିଆ, ଆମାଜନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଧିକ ଦେଖାଦେଇଛି। ଘର, ବନ୍ୟଜନ୍ତୁ ଏବଂ ପରିସଂସ୍ଥାକୁ ନଷ୍ଟକରିବା ପରେ ଜଙ୍ଗଲ ନିଆଁ ପ୍ରାୟତଃ ବାୟୁର ଗୁଣବତ୍ତାକୁ ଖରାପ କରିବା ସହ ମଣିଷର ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ପରିଣାମ ଆଣୁଛିି। ଏହାବାଦ୍ ସାଧାରଣ ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଦ୍ୱାରା ନିର୍ଦ୍ଧାରିତ ଗୁଣବତ୍ତା ସୀମାକୁ ଟପିଯାଇଥିବା ବାୟୁକୁ ଲୋକେ ଶ୍ୱାସକ୍ରିୟାରେ ଗ୍ରହଣ କରୁଛନ୍ତି। କିନ୍ତୁ ଜଙ୍ଗଲ ନିଆଁ ବାୟୁର ସ୍ଥିତିକୁ ଆହୁରି ଖରାପ କରିଦେଉଛି। ପ୍ରଦୂଷଣ ଓ ବାୟୁଜନିତ ଆଲର୍ଜି ବୃଦ୍ଧିପାଉଛି। ଏହା ସହ ଶ୍ୱାସକ୍ରିୟାଜନିତ ସମସ୍ୟା ଯୋଗୁ ଅଧିକ ଲୋକ ରୋଗଗ୍ରସ୍ତ ହେଉଛନ୍ତି। ଏପରିକି ବନାଗ୍ନି ସ୍ଥାନରୁ ବହୁ ଦୂରରେ ଥିବା ଅଞ୍ଚଳର ଲୋକେ ମଧ୍ୟ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି। ଗତ ବର୍ଷ କାନାଡାରେ ୧୯ ଦିନ ଧରି ଜଙ୍ଗଲ ଜଳିଥିଲା, ଏପରିକି ଏହାର ଧୂଆଁ ଆମେରିକାର ଆକାଶକୁ ବ୍ୟାପିଥିଲା। ଫଳରେ ଆମେରିକାରେ ଶ୍ୱାସରୋଗର ଜରୁରୀ ଚିକିତ୍ସା ହାର ୧୭%ରୁ ଅଧିକ ବୃଦ୍ଧିପାଇଥିଲା।
ଲଗାତର ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବନାଗ୍ନି ବିପର୍ଯ୍ୟୟର ତୀବ୍ରତା ବଢ଼ୁଥିବାରୁ ଏହା ବିଶେଷକରି ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ପ୍ରଭାବିତ କରୁଛି ଓ ଆଗକୁ କରିବ ମଧ୍ୟ। ଲୋକେ ଶ୍ୱାସରୋଗ, କ୍ରନିକ୍ ଅବ୍ଷ୍ଟ୍ରକ୍ଟିଭ ପଲ୍ମୋନାରି ଡିଜିଜ (ସିଓପିଡି) ରୋଗରେ ସଂକ୍ରମିତ ହେଉଛନ୍ତି। ବାୟୁ ପ୍ରଦୂଷଣ ଓ ଆଲର୍ଜିର କାରଣ ପାଲଟୁଥିବା କଣିକାଗୁଡ଼ିକ ହେତୁ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା ଅଧିକ ହେବା ଆଶଙ୍କା ରହିଛି। ଏହାସହ ତାପମାତ୍ରା ବୃଦ୍ଧି ଏହାକୁ ଆହୁରି ଜଟିଳ କରିଦେଉଛି। ଏକ ଗବେଷଣାରୁ ଜଣାପଡ଼ିଛି, ୨୩.୨ ଡିଗ୍ରୀ ସେଲ୍ସିୟସ ଉପରେ ତାପମାତ୍ରରେ ପ୍ରତି ୧ ଡିଗ୍ରୀ ସେଲ୍ସିୟସ ବୃଦ୍ଧିହେବା ଦ୍ୱାରା ସିଓପିଡି ପୀଡ଼ିତଙ୍କ ହସ୍ପିଟାଲ ଚିକିତ୍ସା ହାର ୧.୫% ବୃଦ୍ଧି ପାଇଛି।
ଜଳବାୟୁରେ ଅଧିକ ପରିବର୍ତ୍ତନ ହେଉଥିବାବେଳେ କେତେକ ନିର୍ଦ୍ଦିଷ୍ଟ ଆଲର୍ଜି ଥିବା ବ୍ୟକ୍ତିଙ୍କ ପ୍ରତି ଶ୍ୱାସକ୍ରିୟାଜନିତ ସମସ୍ୟାର ବିପଦ ରହିଛି। ଉଦାହରଣ ସ୍ବରୂପ, ଗତ ୨୦ ବର୍ଷ ମଧ୍ୟରେ ତାପମାତ୍ରା ଏବଂ ବାୟୁରେ କାର୍ବନ ଡାଇଅକ୍ସାଇଡ୍ ବଢ଼ିଛି। ଏହା ଯୋଗୁ ବାୟୁରେ ପ୍ରଦୂଷିତ କଣିକା ପରିମାଣ କ୍ରମାଗତ ଭାବରେ ବୃଦ୍ଧି ପାଇଚାଲିଛି। ଜଳବାୟୁ ପରିବର୍ତ୍ତନକୁ ଲକ୍ଷ୍ୟକରି ଶ୍ୱାସକ୍ରିୟାଜନିତ ରୋଗର ଅଧିକ ନୂତନ ନିରାକରଣ ପଦ୍ଧତି ଆପଣାଯାଇଛି। ବଡ଼ କଥା ହେଉଛି, ଯେଉଁମାନଙ୍କର ପୂର୍ବରୁ ଶ୍ୱାସକ୍ରିୟାଜନିତ ସମସ୍ୟା ଥିଲା ଏହା ଏବେ ବଢ଼ିଯାଇଛି। ଯେହେତୁ ଶ୍ୱାସ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଉଚ୍ଚ ତାପମାତ୍ରା ଓ ବାୟୁରେ ଅଧିକ ଆଲର୍ଜି କଣିକାର ଉପସ୍ଥିତି ଯୋଗୁ ମଧ୍ୟ ରୋଗ ପ୍ରତିରୋଧକ ଡିଜିଜ୍ ବୃଦ୍ଧି ପାଉଛି। ପ୍ରଦୂଷିତ ପରିବେଶ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଚାଲିଛି। ଏହା ଯୋଗୁ ପ୍ରଦାହଜନକ ଶାରୀରିକ ସମସ୍ୟା ଦେଖାଯାଉଛି, ଯେଉଁଥିରେ ବିଶ୍ୱସ୍ତରରେ ସମସ୍ତ ମୃତ୍ୟୁର ଅଧାରୁ ଅଧିକ ଘଟୁଛି। ତେବେ ବାୟୁ ପ୍ରଦୂଷଣ ସହ ହାଇପରପିଗ୍ମେଣ୍ଟେଶନ, ଆଟୋପିକ୍ ଡର୍ମାଟାଇଟିସ ଏବଂ ସୋରିଆସିସ୍ ଭଳି ଚର୍ମରୋଗର ସମ୍ପର୍କ ରହିଥିବା ଏକ ଗବେଷଣାରୁ ପ୍ରମାଣ ମିଳିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ମେନିଞ୍ଜାଇଟିସ୍ ଏବଂ ଟ୍ରପିକାଲ ଭଳି ସଂକ୍ରାମକ ରୋଗ ସମେତ ଅନ୍ୟାନ୍ୟ ରୋଗକୁ ମଧ୍ୟ ବଢ଼ାଇପାରେ, ଯାହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଘର ଭିତରେ ରହିଲେ ମଧ୍ୟ ଆମେ ସୁରକ୍ଷିତ ରହିପାରିବା ନାହିଁ, କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁ ଘର ଭିତରର ବାୟୁ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଉଛି। ଏହା ଯୋଗୁ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧.୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ୫ ବର୍ଷରୁ କମ୍ ପିଲା, ଯେଉଁମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକରେ ରହୁଛନ୍ତି।
ଜଳବାୟୁ ସଙ୍କଟ ବୃଦ୍ଧିକୁ ଦୃଷ୍ଟିରେ ରଖି ମାନବ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଆବଶ୍ୟକ। ପ୍ରାରମ୍ଭରୁ ସ୍ବାସ୍ଥ୍ୟସେବା କ୍ଷେତ୍ର ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି କିମ୍ବା ବୃଦ୍ଧିପାଉଥିବା ପ୍ରମୁଖ ପରିବେଶ ବିପଦଗୁଡ଼ିକୁ ଚିହ୍ନଟକରି ସେଗୁଡ଼ିକର ସମ୍ଭାବ୍ୟ ସ୍ବାସ୍ଥ୍ୟ ପ୍ରଭାବକୁ ନିଶ୍ଚିତ କରିବା ଦରକାର। ଏହା ସହ ଏ ସମ୍ପର୍କିତ ସ୍ଥିତି ଓ ରୋଗକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ଚିକିତ୍ସା ସେବା ସମ୍ପର୍କିତ କାର୍ଯ୍ୟକ୍ରମ ଲକ୍ଷ୍ୟଭିତ୍ତିକ ଚିକିତ୍ସାରେ ଉନ୍ନତି ଆଣିବା ଲାଗି ଅଧିକ ପଦକ୍ଷେପ ନେବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନଜନିତ ସ୍ବାସ୍ଥ୍ୟଗତ ପ୍ରଭାବକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରାଯିବା ଉଚିତ। ନିଃସନ୍ଦେହ ଯେ, ଜଳବାୟୁ ପଦକ୍ଷେପରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗବେଷଣାରୁ ଜଣାପଡ଼ିଛି , ଏବକାର ବିକଶିତ ତଥା ପ୍ରମାଣିତ ଆପ୍ଲିକେଶନ୍ସ ଓ ଟେକ୍ନୋଲୋଜିକୁ ନେଇ ଏଆଇ ୨୦୩୦ ସୁଦ୍ଧା ଗ୍ରୀନ୍ ହାଉସ ଗ୍ୟାସ୍ ( ଜିଏଚ୍ଜି) ବା ବୈଶ୍ୱିକ ସବୁଜ ଗୃହ ବାଷ୍ପକୁ ଅତି ବେଶିରେ ୧୦% ହ୍ରାସ କରିପାରିବ, ଯାହା ୟୁରୋପୀୟ ସଂଘର ବାର୍ଷିକ ନିର୍ଗମନ ସହ ସମାନ।
ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ଭାବ୍ୟ ଜଳବାୟୁଜନିତ ବିପର୍ଯ୍ୟୟର ଧାରାକୁ ଚିହ୍ନଟକରିବା ସହ ଅସୁରକ୍ଷିତ ସ୍ଥିତିରେ ଥିବା ଲୋକଙ୍କୁ ଠାବ କରିବାରେ ଏଆଇ ସାହାଯ୍ୟ କରିପାରିବ। ଏହା ସହ ଚରମ ଜଳବାୟୁ ବିପର୍ଯ୍ୟୟଗୁଡ଼ିକ ଘଟିବା ପୂର୍ବରୁ ତାହାର ମୁକାବିଲା କରିବା ସକାଶେ ଯୋଜନା ପ୍ରସ୍ତୁତିରେ ଏହା ସହାୟକ ହେବ। ହିଟ୍ ଓ୍ବେଭ ବା ଅତ୍ୟଧିକ ଉତ୍ତାପ ବୃଦ୍ଧି ସ୍ଥିତିର ପୂର୍ବାନୁମାନ କରିବାରେ ଏଆଇର କ୍ଷମତା ପୂର୍ବରୁ ପ୍ରମାଣିତ ହୋଇସାରିଛି। ଏହି ପୂର୍ବାନୁମାନ କ୍ଷମତାର ଅର୍ଥ ହେଉଛି ଏଆଇ ପବନ ଏବଂ ସୌର ଭଳି ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ଏପରିକି ଏନର୍ଜିି ଗ୍ରୀଡ୍ର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିପାରିବ।
ପରିଶେଷରେ ସ୍ବାସ୍ଥ୍ୟସେବା କ୍ଷେତ୍ର ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ସକାଶେ ସ୍ଥାନୀୟ ତଥା ସେବା ପ୍ରଦାନକାରୀ ସଙ୍ଗଠନ ତଥା କମ୍ୟୁନିଟି କର୍ମକର୍ତ୍ତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନରେ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି। ପରିଣାମ ସ୍ବରୂପ ସେଠାରେ ଖାଦ୍ୟ ନିରାପତ୍ତା ସମସ୍ୟା , ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସିବା, ବିଶୁଦ୍ଧ ଜଳ ଏବଂ ପରିମଳର ଅଭାବ ଏବଂ ଗୁଣାତ୍ମକ ଔଷଧ ଏବଂ ଟିକା ପାଇଁ ସୀମିତ ସୁବିଧା ରହୁଛି। ଅଧିକ ଅସୁରକ୍ଷିତ ଥିବା ଅଧିକାଂଶ ସମୁଦାୟଙ୍କ ନିକଟରେ ପହଞ୍ଚିବା କଷ୍ଟକର ହେଉଥିବାରୁ ତୃଣମୂଳ ସ୍ତରରେ ସେମାନଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ପରିବେଶ ସହିତ ପରିଚିତ ଲୋକଙ୍କ ସହାୟତା ନେବା ଜରୁରୀ।
ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ ହ୍ରାସ କରିବା ଅପରିହାର୍ଯ୍ୟ ହୋଇଥିବାବେଳେ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା ବିଶେଷକରି ଜିଏଚ୍ଜି ନିର୍ଗମନ ଦୂରକରିବା ପାଇଁ ବିଶ୍ୱସ୍ତରୀୟ କୌଣସି ବିକଳ୍ପ ପଦକ୍ଷେପ ନିଆଯାଉନାହିଁ। କିଛି ପରିମାଣର ବିଶ୍ୱତାପନ ହ୍ରାସ କରିବା ଅନିବାର୍ଯ୍ୟ। କିନ୍ତୁ ଏହା ସମ୍ଭବ ହେଉନାହିଁ। ତେଣୁ ଜଳବାୟୁଜନିତ ବିପଦରେ ରହୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ। ଏଆଇର ପ୍ରୟୋଗ ଏବଂ ଉପଯୋଗୀ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଭାବଶାଳୀ ସହଯୋଗକୁ ଭିତ୍ତିକରି ଏହି ରଣନୀତି ପ୍ରସ୍ତୁତ ହେବା ଉଚିତ।
ପଲ୍ ହଡ୍ସନ
ସିଇଓ, ସାନୋଫ
The post ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ appeared first on Dharitri Odia News.