ଶମ୍ମି କପୁରଙ୍କ ବିବାହ ପ୍ରସ୍ତାବକୁ କହିଥିଲେ ନା’
୬୦ ଦଶକର ହିଟ୍ ଫିଲ୍ମ ‘ବ୍ରହ୍ମଚାରୀ’ରେ ଭେଟେରାନ୍ ଆକ୍ଟ୍ରେସ ମୁମତାଜ ପ୍ରତିଷ୍ଠିତ ଅଭିନେତା ଶମ୍ମି କପୁରଙ୍କ ସହିତ କାମ କରିଥିଲେ । ଫିଲ୍ମର ଗୋଟିଏ ଗୀତ ସୁଟ୍ କରିବା ସମୟରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ହେଲେ ଶମ୍ମି କପୁର ଯେତେବେଳେ ମୁମତାଜଙ୍କ ଆଗରେ ବିବାହ ପ୍ରସ୍ତାବ ପକାଇଲେ, ଏଥିରେ ସ୍ପଷ୍ଟ ମନା କରିଦେଇଥିଲେ ମୁମତାଜ । ନିକଟରେ ଏକ ସାକ୍ଷାତକାରରେ ସେ ଏ ସମ୍ବନ୍ଧରେ ମନଖୋଲି କଥା ହୋଇଥିଲେ । ସେ କହିଥିଲେ ଯେ […]

୬୦ ଦଶକର ହିଟ୍ ଫିଲ୍ମ ‘ବ୍ରହ୍ମଚାରୀ’ରେ ଭେଟେରାନ୍ ଆକ୍ଟ୍ରେସ ମୁମତାଜ ପ୍ରତିଷ୍ଠିତ ଅଭିନେତା ଶମ୍ମି କପୁରଙ୍କ ସହିତ କାମ କରିଥିଲେ । ଫିଲ୍ମର ଗୋଟିଏ ଗୀତ ସୁଟ୍ କରିବା ସମୟରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ହେଲେ ଶମ୍ମି କପୁର ଯେତେବେଳେ ମୁମତାଜଙ୍କ ଆଗରେ ବିବାହ ପ୍ରସ୍ତାବ ପକାଇଲେ, ଏଥିରେ ସ୍ପଷ୍ଟ ମନା କରିଦେଇଥିଲେ ମୁମତାଜ । ନିକଟରେ ଏକ ସାକ୍ଷାତକାରରେ ସେ ଏ ସମ୍ବନ୍ଧରେ ମନଖୋଲି କଥା ହୋଇଥିଲେ । ସେ କହିଥିଲେ ଯେ ମହତ ଆକାଂକ୍ଷା ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଲୋକପ୍ରିୟ ହେବା ପାଇଁ ସେ ଚାହୁଁଥିଲେ । ବ୍ରହ୍ମଚାରୀ ଫିଲ୍ମରେ କାମ କରିବା ସମୟରେ ‘ଆଜ୍କଲ୍ ତେରେ ମେରେ ପ୍ୟାର୍ କୀ ଚର୍ଚ୍ଚା’ ଗୀତର ସୁଟିଂବେଳେ ସେ ଓ ଶମ୍ମି ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ଦୁହିଁଙ୍କ ସମ୍ବନ୍ଧକୁ ନେଇ ସାରା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ଲାଗିରହିଥିଲା । ପ୍ରାୟ ତିନିବର୍ଷ ଡେଟ୍ କରିବା ପରେ ଶମ୍ମି ତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ । ହେଲେ କପୁର ଖାନ୍ଦାନ୍ରେ ବିବାହ ପରେ କୌଣସି ମହିଳା କାମ କରନ୍ତି ନାହିଁ, ତେଣୁ ବିବାହ ପରେ ତାଙ୍କୁ କାମ ଛାଡ଼ିବାକୁ ହେବ ବୋଲି ଶମ୍ମି କହିଥିଲେ । ଯାହାଫଳରେ ଫିଲ୍ମ କ୍ୟାରିୟର ପାଇଁ ତାଙ୍କ ପ୍ରେମକୁ ତାଙ୍କୁ ତ୍ୟାଗ କରିବାକୁ ପଡ଼ିଥିଲା । ତେଣୁ ଇଚ୍ଛା ଥାଇ ମଧ୍ୟ ସେ ଏହି ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ । ସେହି ସମୟରେ ମୁମତାଜଙ୍କୁ କେବଳ ୧୭ ବର୍ଷ ବୟସ ହୋଇଥିଲା ଏବଂ ଶମ୍ମି ତାଙ୍କ ଠାରୁ ଦୁଇଗୁଣ ଅଧିକ ବୟସର ଥିଲେ । ଏହାପରେ କିଛି ଫିଲ୍ମରେ ଅଭିନୟ କରିବା ପରେ ୧୯୭୪ ମସିହାରେ ୟୁଗାଣ୍ଡାର କୋଟିପତି ବ୍ୟବସାୟୀ ମୟୁର ମାଧବାନୀଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ସେ ବଲିଉଡ୍କୁ ବିଦାୟ ଦେଇ ଲଣ୍ଡନ ପଳାଇଥିଲେ ।