ସମିତିସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ଦାବି ନେଇ….

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ସମିତିସଭ୍ୟାସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ଦଳରେ ମହାସଙ୍ଘର ଜିଲା ସଭାପତି ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଉପସଭାପତି ଜୁନେସ ଦିଗାଲ, ସାଧାରଣ ସମ୍ପାଦକ କିରାପ ପ୍ରଧାନ, କୋଷଧ୍ୟକ୍ଷ ପାରେଶ୍ୱର କଂହର, ବରିଷ୍ଠ ଉପଦେଷ୍ଟା ଦୟାନିଧି ମଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହ୍ନର ପ୍ରମୁଖ ରହିଛନ୍ତି। ସେମାନେ ଦାରିଙ୍ଗବାଡି ବ୍ଲକ ପ୍ଳିହେରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମହାସଙ୍ଘର ଦାରିଙ୍ଗବାଡି ବ୍ଲକ ସଭାପତି ସାଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ […] The post ସମିତିସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ଦାବି ନେଇ…. appeared first on Dharitri Odia News.

ସମିତିସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ଦାବି ନେଇ….

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ସମିତିସଭ୍ୟାସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ଦଳରେ ମହାସଙ୍ଘର ଜିଲା ସଭାପତି ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଉପସଭାପତି ଜୁନେସ ଦିଗାଲ, ସାଧାରଣ ସମ୍ପାଦକ କିରାପ ପ୍ରଧାନ, କୋଷଧ୍ୟକ୍ଷ ପାରେଶ୍ୱର କଂହର, ବରିଷ୍ଠ ଉପଦେଷ୍ଟା ଦୟାନିଧି ମଳିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହ୍ନର ପ୍ରମୁଖ ରହିଛନ୍ତି। ସେମାନେ ଦାରିଙ୍ଗବାଡି ବ୍ଲକ ପ୍ଳିହେରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମହାସଙ୍ଘର ଦାରିଙ୍ଗବାଡି ବ୍ଲକ ସଭାପତି ସାଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ ବୈଠକରେ ସମିତିସଭ୍ୟାସଭ୍ୟଙ୍କ ବିଭିନ୍ନ ସମସ୍ୟା ଓ ପୂର୍ବରୁ ମହାସଙ୍ଘ ପକ୍ଷରୁ କରାଯାଇଥିବା ୧୨ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ସରପଞ୍ଚ ମାନଙ୍କ ଭଳି ସାମ୍ବିଧାନିକ ସୁପାରିସ ଅଧିକାର ଦାବି ସହ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ଅଫିସ ବ୍ୟବସ୍ଥା ସହ
ଏମପି୍‌ ଏବଂ ବିଧାୟକଙ୍କ ଭଳି ସେମାନଙ୍କ ମଧ୍ୟ କାର୍ଯ୍ୟକାଳ ସରିବା ପରେ ଅବସରକାଳୀନ ଭତ୍ତା ପ୍ରଦାନ, ସରକାରଙ୍କ ନିକଟକୁ ଯାଉଥିବା ପ୍ରସ୍ଥାବର କପି ସମିତିସଭ୍ୟଙ୍କୁ ଦିଆଯିବା ସହ ବିଧାୟକ ଓ ଏମପି୍‌ଙ୍କ ଭଳି ହାତପାଣ୍ଠି ସେମାନଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଦେବା କ୍ଷମତା ବ୍ୟବସ୍ଥା
ସରପଞ୍ଚଙ୍କ ଭଳି ସମିତିସଭ୍ୟଙ୍କୁ ସମାନ ଭତ୍ତା ପ୍ରଦାନ ଦାବି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଭାଜପା ସରକାରଙ୍କ ନିକଟରେ ଏହି ଦାବି ପୁଣି ଉପସ୍ଥାପନା କରାଯିବା ସହ ନିଜ ଦାବି ପାଇଁ ଲଢେଇ କରିବାକୁ ନିଷ୍ପତି ନିଆଯିବ ବୋଲି ମହାସଙ୍ଘର ଜିଲା ସଭାପତି ବୈଦ୍ୟନାଥ ବେହେରା କହିଛନ୍ତି। ଏହି ୭ ଜଣିଆ ଟିମ୍‌ ବୈଠକପରେ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମକୁ ଯାଇ ଆମ୍ବ ଟାକୁଆ ବାସି ଖାଦ୍ୟ ଖାଇ ୩ ଜଣଙ୍କ ମତ୍ୟୁ ଘଟଣାରେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସ୍ବଳ୍ପ ସହାୟତା ପ୍ରଦାନ କରିବୁ ବୋଲି କହିଛନ୍ତି। ଗସ୍ତ ବେଳେ ସ୍ଥାନୀୟ ସମିତିସଭ୍ୟ ଅକ୍ଷୟ ନାୟକ, ଅରୁଣ ଗୌଡ଼, କାଳିପ୍ରସାଦ ମଲିକଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତିସଭ୍ୟ ଓ ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ସମିତିସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ଦାବି ନେଇ…. appeared first on Dharitri Odia News.