ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ…

ବରଗଡ଼,୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା କୁସନପୁରୀ ବିଜୟା ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ କିଶୋର ଭୁଏ(୩୮) ଓ ତାଙ୍କ ସ୍ତ୍ରୀ ସୁନିତା ଭୁଏ(୩୨)। ସଉନ୍ତାମାଲ ଗ୍ରାମର ମୃତ ମହିଳାଙ୍କ ମା’ ଫୁଲତୁଲି ଭଏସାର୍‌ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଭଟଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଭଟଲି ଥାନା ଅଧିକାରୀ […] The post ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ… appeared first on Dharitri Odia News.

ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ…

ବରଗଡ଼,୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା କୁସନପୁରୀ ବିଜୟା ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ କିଶୋର ଭୁଏ(୩୮) ଓ ତାଙ୍କ ସ୍ତ୍ରୀ ସୁନିତା ଭୁଏ(୩୨)।

ସଉନ୍ତାମାଲ ଗ୍ରାମର ମୃତ ମହିଳାଙ୍କ ମା’ ଫୁଲତୁଲି ଭଏସାର୍‌ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଭଟଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ତଦନ୍ତ ବେଳେ ମୃତ ମହିଳାଙ୍କ ପେଟରେ ଏକ ଛୁରି ଲାଗିଥିବା ଦେଖିବାକୁ ମିଳିଥିଲା।

ତେବେ କିଶୋର ତାଙ୍କ ସ୍ତ୍ରୀଙ୍କୁ ଛୁରି ଭୁଷି ହତ୍ୟା କରିବା ପରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ନେଇ ଭଟଲି ଥାନାରେ ୧୦୩(୧) ବିଏନ୍‌ଏସ୍‌ କ୍ରମେ ଏକ ମାମଲା(ନଂ.୩୨୯/୨୪) ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷେ ଶନିବାର ଗୋଟିଏ ଜୁଇରେ ସ୍ବାମୀ-ସ୍ତ୍ରୀଙ୍କ ଅନ୍ତମ ସତ୍କାର କରାଯାଇଥିଲା।

ସୂଚନା ଯୋଗ୍ୟ, ଅମ୍ବାଭୋନା ଥାନା ଦ୍ବାରି କାଶିପାଲି ଗ୍ରାମର କିଶୋର ସଉନ୍ତାମାଲ ଗ୍ରାମର ସୁନିତାଙ୍କୁ ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। କୌଣସି କାରଣରୁ ଉକ୍ତ ଦମ୍ପତି ବିଗତ ପ୍ରାୟ ୪ ବର୍ଷ ହେଲା ଭଟଲି ଆସି ଭଡ଼ାଘରେ ରହୁଥିଲେ। ଗତ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା ବୋଲି ପଡ଼ୋଶୀ କହିଛନ୍ତି।

The post ପ୍ରେମ ବିବାହ କରି ସ୍ତ୍ରୀ ଦେହରେ ଭୁଷି ଦେଲେ ଛୁରି, ଆଉ ତା’ପରେ… appeared first on Dharitri Odia News.