Tech layoffs 2024: ହଜାର ହଜାର କର୍ମଚାରୀ ଛଟେଇ କଲେ ଆପଲ, ଡେଲ୍ ଓ ଆବିଏମ୍‌ ଭଲି ଟେକ୍ କମ୍ପାନୀ

ନୂଆଦିଲ୍ଲୀ: କରୋନା ପରେ ବିଭିନ୍ନ ଦେଶର ଅର୍ଥନୀତି ସୁଧୁରିଥିବା ବେଳେ ଟେକ୍ ସେକ୍ଟରରେ ଛଟେଇ ଜାରି ରହିଛିଛ। ପ୍ରତି ତ୍ରୟମାସିକରେ ଟେକ୍ କମ୍ପାନୀଗୁଡ଼ିକ ହଜାର ହଜାର କର୍ମଚାରୀ ଛଟେଇ କରୁଛନ୍ତି। ଆର୍ଥିକ ବର୍ଷରେ ଶେଷ ମାସ ମାର୍ଚ୍ଚରେ ସରୁଥିବା ବେଳେ ୫ଟି ବଡ଼ ଟେକ୍ କମ୍ପାନୀ ଛଟେଇ କରିଛନ୍ତି।  ଏରିକ୍ସନ- ସ୍ୱିଡେନ ଟେଲିକମ କମ୍ପାନୀ ଏରିକ୍ସନ ୧୨୦୦ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। ୫ଜି ଡିମାଣ୍ଡ ହ୍ରାସ ଯୋଗୁ କମ୍ପାନୀ ଏହି ଛଟେଇ କରିବ। ଗତବର୍ଷ ଖର୍ଚ୍ଚ ବଞ୍ଚାଇବା ପାଇଁ କମ୍ପାନୀ ୮,୫୦୦ କର୍ମଚାରୀ ଅର୍ଥାତ ମୋଟ ୱାର୍କଫୋର୍ସର ୮ ପ୍ରତିଶତ ଛଟେଇ କରିଥିଲା। ୨୦୨୩ ପର୍ଯ୍ୟନ୍ତ କମ୍ପାନୀ ପାଖରେ ମୋଟ ଏକ ଲକ୍ଷ କର୍ମଚାରୀ କାମ କରୁଥିଲେ।   ଦୁଇ ବର୍ଷରେ ଦୁଇଥର ଛଟେଇ କଲାଣି ଡେଲ୍ –ଗତ ଦୁଇ ବର୍ଷରେ ଦୁଇ ଥର ଛଟେଇ  କଲାଣି ଡେଲ ଟେକ୍ନୋଲୋଜି। ଡେଲ୍ ୬,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ବର୍ତ୍ତମାନ ପ୍ରାୟ ୧,୨୦,୦୦୦ କର୍ମଚାରୀ ଅଛନ୍ତି, ଗତବର୍ଷ କମ୍ପାନୀ ପାଖରେ ୧୨୬,୦୦୦ କର୍ମଚାରୀ ଥିଲେ। ଆପଲ- କମ୍ପାନୀ ଇ-କାର୍ ପରେ ‘ଆର୍‌ ଏଣ୍ଡ୍ ଡି ଇନିସିଏଟିଭି୍’ ପ୍ରୋଜେକ୍ଟକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅପଲ ୱାଚ୍ ପାଇଁ ମାଇକ୍ରୋ ଏଲ୍‌ଇଡି ଡିସ୍‌ପ୍ଲେ ଡେଭଲପ କରିବା ଉଦ୍ୟମ ବନ୍ଦ କରିଦେଇଛି। ଏଥିରେ ଏକାଧିକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବ ବୋଲି କୁହାଯାଉଛି।  ଆଇବିଏମ୍‌- ସିଏନବିସି

Tech layoffs 2024: ହଜାର ହଜାର କର୍ମଚାରୀ ଛଟେଇ କଲେ ଆପଲ, ଡେଲ୍ ଓ ଆବିଏମ୍‌ ଭଲି ଟେକ୍ କମ୍ପାନୀ

ନୂଆଦିଲ୍ଲୀ: କରୋନା ପରେ ବିଭିନ୍ନ ଦେଶର ଅର୍ଥନୀତି ସୁଧୁରିଥିବା ବେଳେ ଟେକ୍ ସେକ୍ଟରରେ ଛଟେଇ ଜାରି ରହିଛିଛ। ପ୍ରତି ତ୍ରୟମାସିକରେ ଟେକ୍ କମ୍ପାନୀଗୁଡ଼ିକ ହଜାର ହଜାର କର୍ମଚାରୀ ଛଟେଇ କରୁଛନ୍ତି। ଆର୍ଥିକ ବର୍ଷରେ ଶେଷ ମାସ ମାର୍ଚ୍ଚରେ ସରୁଥିବା ବେଳେ ୫ଟି ବଡ଼ ଟେକ୍ କମ୍ପାନୀ ଛଟେଇ କରିଛନ୍ତି।

 

ଏରିକ୍ସନ- ସ୍ୱିଡେନ ଟେଲିକମ କମ୍ପାନୀ ଏରିକ୍ସନ ୧୨୦୦ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। ୫ଜି ଡିମାଣ୍ଡ ହ୍ରାସ ଯୋଗୁ କମ୍ପାନୀ ଏହି ଛଟେଇ କରିବ। ଗତବର୍ଷ ଖର୍ଚ୍ଚ ବଞ୍ଚାଇବା ପାଇଁ କମ୍ପାନୀ ୮,୫୦୦ କର୍ମଚାରୀ ଅର୍ଥାତ ମୋଟ ୱାର୍କଫୋର୍ସର ୮ ପ୍ରତିଶତ ଛଟେଇ କରିଥିଲା। ୨୦୨୩ ପର୍ଯ୍ୟନ୍ତ କମ୍ପାନୀ ପାଖରେ ମୋଟ ଏକ ଲକ୍ଷ କର୍ମଚାରୀ କାମ କରୁଥିଲେ।  

 

ଦୁଇ ବର୍ଷରେ ଦୁଇଥର ଛଟେଇ କଲାଣି ଡେଲ୍ –

ଗତ ଦୁଇ ବର୍ଷରେ ଦୁଇ ଥର ଛଟେଇ  କଲାଣି ଡେଲ ଟେକ୍ନୋଲୋଜି। ଡେଲ୍ ୬,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ବର୍ତ୍ତମାନ ପ୍ରାୟ ୧,୨୦,୦୦୦ କର୍ମଚାରୀ ଅଛନ୍ତି, ଗତବର୍ଷ କମ୍ପାନୀ ପାଖରେ ୧୨୬,୦୦୦ କର୍ମଚାରୀ ଥିଲେ।

 

ଆପଲ- କମ୍ପାନୀ ଇ-କାର୍ ପରେ ‘ଆର୍‌ ଏଣ୍ଡ୍ ଡି ଇନିସିଏଟିଭି୍’ ପ୍ରୋଜେକ୍ଟକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅପଲ ୱାଚ୍ ପାଇଁ ମାଇକ୍ରୋ ଏଲ୍‌ଇଡି ଡିସ୍‌ପ୍ଲେ ଡେଭଲପ କରିବା ଉଦ୍ୟମ ବନ୍ଦ କରିଦେଇଛି। ଏଥିରେ ଏକାଧିକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବ ବୋଲି କୁହାଯାଉଛି।

 

ଆଇବିଏମ୍‌- ସିଏନବିସି ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୨ ରେ ପ୍ରାୟ ସାତ ମିନିଟର ବୈଠକରେ ଆଇବିଏମ୍ ମୁଖ୍ୟ ଯୋଗାଯୋଗ ଅଧିକାରୀ ଜୋନାଥନ୍ ଆଡାସେକ ମାର୍କେଟିଂ ଏବଂ ଯୋଗାଯୋଗ ବିଭାଗରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏକାଧିକ କର୍ମଚାରୀ ଛଟେଇ କରାଯାଇଥିବା ସୂଚନା ମିଳିଛି।