କେଜ୍ରିଓ୍ବାଲଙ୍କ ଗିରଫକୁ ନେଇ ପ୍ରତିବାଦ; ଆପ୍ ନେତା ଓ କର୍ମୀଙ୍କ ସାମୂହିକ ଉପବାସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଆମ୍ ଆଦମୀ ପାର୍ଟିର ଉପବାସ । କେଜ୍ରିଓ୍ବାଲଙ୍କ ପାଇଁ ଆପ୍ ନେତା ସାମୂହିକ ଫାଷ୍ଟିଂ କରିଛନ୍ତି । ସକାଳ ୧୦ଟାରୁ ବିନା ଆହର ରହିଛନ୍ତି ଆପ୍ ନେତା ଓ ବହୁ କର୍ମୀ । ଏହି ମାସ୍ ଉପବାସ ଦିଲ୍ଲୀ ଯନ୍ତର ମନ୍ତରରୁ ଆରମ୍ଭ ହୋଇଛି । ସେହିପରି ପଞ୍ଜାବର ସହିଦ୍ ଭଗତ ସିଂହଙ୍କ ଗାଁରୁ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ, ମନ୍ତ୍ରୀ ଏବଂ ବହୁ କର୍ମକର୍ତ୍ତା । ସେହିପରି ଉତ୍ତର ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ୨୫ଟି ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟର ଲୋକ ଉପବାସ ରହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଆଶୀର୍ବାଦ କରିବାକୁ ଆପ୍ ପକ୍ଷରୁ ଆହ୍ବାନ ଦିଆଯାଇଛି ।ଏହାଛଡ଼ା ବିଦେଶରେ ଥିବା ଆପ୍ କର୍ମୀଙ୍କ ସାମୂହିକ ଉପବାସରେ ସାମିଲ୍ ହେବେ । ୟୁଏଏସର ନ୍ୟୁୟର୍କ, ବୋଷ୍ଟନ, ଲାଁସ ଏଞ୍ଜେଲ, ଓ୍ବାଶିଂଟନ ଡିସି, କାନାଡ଼ାର ଟରାଣ୍ଟୋ, ଅଷ୍ଟ୍ରେଲିଆର ମେଲବୋନ୍, ୟୁକେର ଲଣ୍ଡନରେ ଆପ୍ ନେତା ଓ କର୍ମୀ ସାମୂହିକ ଭାବେ ଉପବାସ କରୁଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟି ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଥିଲା । ଆପ୍ ଦିଲ୍ଲୀ ପ୍ରଦେଶ ସଂଯୋଗ ଗୋପାଲ ରାୟ ବିଜେପି ଉପରେ ଅଭିଯୋଗ ଲଗାଇ କହିଛନ୍ତି, କେ

କେଜ୍ରିଓ୍ବାଲଙ୍କ ଗିରଫକୁ ନେଇ ପ୍ରତିବାଦ; ଆପ୍ ନେତା ଓ କର୍ମୀଙ୍କ ସାମୂହିକ ଉପବାସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଆମ୍ ଆଦମୀ ପାର୍ଟିର ଉପବାସ । କେଜ୍ରିଓ୍ବାଲଙ୍କ ପାଇଁ ଆପ୍ ନେତା ସାମୂହିକ ଫାଷ୍ଟିଂ କରିଛନ୍ତି । ସକାଳ ୧୦ଟାରୁ ବିନା ଆହର ରହିଛନ୍ତି ଆପ୍ ନେତା ଓ ବହୁ କର୍ମୀ । ଏହି ମାସ୍ ଉପବାସ ଦିଲ୍ଲୀ ଯନ୍ତର ମନ୍ତରରୁ ଆରମ୍ଭ ହୋଇଛି । ସେହିପରି ପଞ୍ଜାବର ସହିଦ୍ ଭଗତ ସିଂହଙ୍କ ଗାଁରୁ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ, ମନ୍ତ୍ରୀ ଏବଂ ବହୁ କର୍ମକର୍ତ୍ତା । 

ସେହିପରି ଉତ୍ତର ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ୨୫ଟି ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟର ଲୋକ ଉପବାସ ରହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଆଶୀର୍ବାଦ କରିବାକୁ ଆପ୍ ପକ୍ଷରୁ ଆହ୍ବାନ ଦିଆଯାଇଛି ।

ଏହାଛଡ଼ା ବିଦେଶରେ ଥିବା ଆପ୍ କର୍ମୀଙ୍କ ସାମୂହିକ ଉପବାସରେ ସାମିଲ୍ ହେବେ । ୟୁଏଏସର ନ୍ୟୁୟର୍କ, ବୋଷ୍ଟନ, ଲାଁସ ଏଞ୍ଜେଲ, ଓ୍ବାଶିଂଟନ ଡିସି, କାନାଡ଼ାର ଟରାଣ୍ଟୋ, ଅଷ୍ଟ୍ରେଲିଆର ମେଲବୋନ୍, ୟୁକେର ଲଣ୍ଡନରେ ଆପ୍ ନେତା ଓ କର୍ମୀ ସାମୂହିକ ଭାବେ ଉପବାସ କରୁଛନ୍ତି । 

ଏନେଇ ଆମ୍ ଆଦମୀ ପାର୍ଟି ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଥିଲା । ଆପ୍ ଦିଲ୍ଲୀ ପ୍ରଦେଶ ସଂଯୋଗ ଗୋପାଲ ରାୟ ବିଜେପି ଉପରେ ଅଭିଯୋଗ ଲଗାଇ କହିଛନ୍ତି, କେଜ୍ରିଓ୍ବାଲଙ୍କ ବିରୋଧରେ ଷଡ଼ଯନ୍ତ୍ର ଏବଂ ଯାଞ୍ଚ ଏଜେନ୍ସିକୁ ଅପବ୍ୟବହାର କରାଯାଉଛି । ସେ ଗିରଫ ହେବା ପରେ ପ୍ରତିଦନ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେଉଛି । କିଛି ଲୋକଙ୍କୁ ମିଛ ବୟାନ ଆଧାରରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଛି ବୋଲି ଗୋପାଲ ରାୟ ।