ମୁଖ୍ୟମନ୍ତ୍ରୀ ପୁଅ ଉଦୟନିଧି ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ଚେନ୍ନାଇ,୧୮ା୭: ତାମିଲନାଡ଼ୁର କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ପଦୋନ୍ନତି ଦେବାକୁ ଡିଏମ୍‌କେ ସରକାର ଉଦ୍ୟମ ଚଳାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ୨୦୦୯ ଲୋକ ସଭା ନିର୍ବାଚନ ପରେ ଏମ୍‌.କେ. ଷ୍ଟାଲିନ୍‌ ଅନୁରୂପ ଭାବେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଡିଏମ୍‌କେ ଯୁବନେତା ତଥା ଚେପୌକ-ଥିରୁଭାଲିକେନି ବିଧାୟକ ଉଦୟନିଧି ୨୦୨୨ ଡିସେମ୍ବରରେ ଡିଏମ୍‌କେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଗତ ଜାନୁଆରୀରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବା […] The post ମୁଖ୍ୟମନ୍ତ୍ରୀ ପୁଅ ଉଦୟନିଧି ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ପୁଅ ଉଦୟନିଧି ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ଚେନ୍ନାଇ,୧୮ା୭: ତାମିଲନାଡ଼ୁର କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ପଦୋନ୍ନତି ଦେବାକୁ ଡିଏମ୍‌କେ ସରକାର ଉଦ୍ୟମ ଚଳାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

୨୦୦୯ ଲୋକ ସଭା ନିର୍ବାଚନ ପରେ ଏମ୍‌.କେ. ଷ୍ଟାଲିନ୍‌ ଅନୁରୂପ ଭାବେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଡିଏମ୍‌କେ ଯୁବନେତା ତଥା ଚେପୌକ-ଥିରୁଭାଲିକେନି ବିଧାୟକ ଉଦୟନିଧି ୨୦୨୨ ଡିସେମ୍ବରରେ ଡିଏମ୍‌କେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଗତ ଜାନୁଆରୀରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବା ପାଇଁ ପ୍ରଥମେ ଯୋଜନା ହୋଇଥିଲା। ତେବେ ତାଙ୍କର ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଯୋଗୁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ଜାନୁଆରୀରେ ଉଦୟନିଧି ସନାତନ ଧର୍ମକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସହ ତୁଳନା କରି ଏହାର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଥିଲେ। ଏହାକୁ ନେଇ ବିବାଦ ଜୋର୍‌ଦାର ହେବା ସହ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପାଇଁ ଏକାଧିକ ପିଟିଶନ ଦାଏର ହୋଇଥିଲା।

The post ମୁଖ୍ୟମନ୍ତ୍ରୀ ପୁଅ ଉଦୟନିଧି ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.