ମୁହଁରେ କପଡ଼ା ପକାଇ ସୁନାଚେନ୍ ଲୁଟିନେଲେ ଲୁଟେରା
ଗଞ୍ଜାମ,୪।୯(ବିଦ୍ୟାଧର ସାହୁ):ଗଞ୍ଜାମ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି । ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ (ଓଡିଆଇ୦୭ଭି ୮୬୦୭)ସିଡ଼ି ଡିଲକ୍ସ ଗାଡି ଚୋରି ହୋଇଥିବାବେଳେ ଅଜୁ ନାୟକଙ୍କ ଆପାଚି ଗାଡି ଟିକୁ ଘର ଆଗରୁ ନେଇ ନିକଟସ୍ଥ ଲତାବୁଦାରେ ଫିଙ୍ଗିଦେଇ ଚମ୍ପଟ ମାରିଛନ୍ତି ଲୁଟେରା। ସେହିପରି ଜଣଙ୍କ ଘରେ ମୁହଁରେ କପଡା ପକାଇ ସୁନାଚେନ୍ ଲୁଟିନେଇଥିଲେ। ଖବର […] The post ମୁହଁରେ କପଡ଼ା ପକାଇ ସୁନାଚେନ୍ ଲୁଟିନେଲେ ଲୁଟେରା appeared first on Dharitri Odia News.
ଗଞ୍ଜାମ,୪।୯(ବିଦ୍ୟାଧର ସାହୁ):ଗଞ୍ଜାମ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି । ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ (ଓଡିଆଇ୦୭ଭି ୮୬୦୭)ସିଡ଼ି ଡିଲକ୍ସ ଗାଡି ଚୋରି ହୋଇଥିବାବେଳେ ଅଜୁ ନାୟକଙ୍କ ଆପାଚି ଗାଡି ଟିକୁ ଘର ଆଗରୁ ନେଇ ନିକଟସ୍ଥ ଲତାବୁଦାରେ ଫିଙ୍ଗିଦେଇ ଚମ୍ପଟ ମାରିଛନ୍ତି ଲୁଟେରା।
ସେହିପରି ଜଣଙ୍କ ଘରେ ମୁହଁରେ କପଡା ପକାଇ ସୁନାଚେନ୍ ଲୁଟିନେଇଥିଲେ। ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ସଦଳେବେଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ସୁନା ଚେନ ଲୁଟ ହୋଇଥିବା ଘରେ ଓ ଘର ଆଗରେ ମାଲମାଳ ସିସିଟିଭି ଲାଗିଥିଲେ ମଧ୍ୟ ମେଶିନ ଖରାପ ଯୋଗୁ କୌଣସି ଭିଜୁଆଲ ରେକଡ଼ ହୋଇପାରି ନ ଥିବା ଜଣାପଡିଛି। ଚୋରି ହୋଇଥିବା ଘର ମାଲିକ ବାହାରେ କୌଣସି କାମରେ ବାହାର ରାଜ୍ୟକୁ ଯାଇଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ବଜ୍ରକୋଟ ଶ୍ୱଶୁର ବଂଶୀଧର ସେଠୀ ଜ୍ୱାଇଁ ପୁଅଙ୍କ ଘରେ ଝିଅ ସହ ରହୁଥିଲେ ।
ଗତକାଲି ରାତି ପ୍ରାୟ ସାଢେ ଦୁଇଟାରେ ହିନ୍ଦୀ ଭାଷା କହୁଥିବା ଦୁବୃର୍ତ୍ତମାନେ ଘର ଆଗରେ ଗ୍ରିଲ ତାଲା ଭାଙ୍ଗି ଘରେ ପଶି ବଂଶୀଧରଙ୍କ ମୁଁହରେ କପଡା ଢାଙ୍କି ତଣ୍ଟିଚିପି ମହିଳାଙ୍କ ବେକରୁ ଦେଢ଼ ଭରି ଓଜନର ସୁନା ଚେନ ନେଇ ଚମ୍ପଟ ମାରିଥିବା ବଂଶୀ ପୋଲିସକୁ କହିଛନ୍ତି । ବଜାର ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସହ ସନ୍ଧାନୀ କୁକୁର ନେଇ ତନାଘନା ଆରମ୍ଭ କରିଛି ଗଞ୍ଜାମ ଥାନା ପୋଲିସ। ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ଖୁବ ଶୀଘ୍ର ଅଭିଯୁକ୍ତ ଧରା ପଡିବେ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।
The post ମୁହଁରେ କପଡ଼ା ପକାଇ ସୁନାଚେନ୍ ଲୁଟିନେଲେ ଲୁଟେରା appeared first on Dharitri Odia News.