ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି…

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚାଷୀ ଡମ୍ବରୁଧର ନାଏକଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଶୁକ୍ରବାର ସକାଳେ ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି। ସୂଚନାନୁଯାୟୀ,ମା’ବାପା ଚାଷଜମି ଯିବାପରେ ପ୍ରତାପ ମୋବାଇଲ ଚାର୍ଜ କରୁଥିଲେ। ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି। ତେବେ ଘରେ କେହି ନ ଥିବା […] The post ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି… appeared first on Dharitri Odia News.

ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି…

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚାଷୀ ଡମ୍ବରୁଧର ନାଏକଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଶୁକ୍ରବାର ସକାଳେ ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି।

ସୂଚନାନୁଯାୟୀ,ମା’ବାପା ଚାଷଜମି ଯିବାପରେ ପ୍ରତାପ ମୋବାଇଲ ଚାର୍ଜ କରୁଥିଲେ। ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି। ତେବେ ଘରେ କେହି ନ ଥିବା କାରଣରୁ ମଧ୍ୟାହ୍ନରେ ଚାଷଜମିରୁ ବାପା ମା ଫେରିବା ପରେ ପୁଅକୁ ମୃତ ଅବସ୍ଥାରେ ପାଇଥିଲେ। ପରେ କୋକସରା ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚାଷି ଡମ୍ବରୁଙ୍କ ଦୁଇପୁଅ ମଧ୍ୟରୁ ବଡ଼ପୁଅ ଘରର ଆର୍ଥିକ ଅବସ୍ଥା ଶୋଚନୀୟ କାରଣରୁ ଯୁକ୍ତ ତିନି ପଢିବା ପରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛନ୍ତି। ଏଭଳି ସ୍ଥିତିରେ ନାବାଳକ ପୁଅର ଅକାଳ ବିୟୋଗରେ ପରିବାର ଭାଙ୍ଗି ପଡିଛନ୍ତି। କୋକସରା ପୋଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ୧୦/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
.

The post ମୋବାଇଲ ଚାର୍ଜ କରିବା କାଳ ହେଲା, ଚାଲିଗଲା ସାନପୁଅର ଜୀବନ; ମା’ବାପା କାମରୁ ଫେରି… appeared first on Dharitri Odia News.