ୱକଫ ବିଲ୍କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ କରିଛି। ବିଜେଡି ନେତା ତଥା ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ କହିଛନ୍ତି ଯେ, ଓ୍ବକଫ ସମ୍ପତ୍ତି ମୁସଲିମ ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହି ବିଲ ତାହାକୁ ଦୁର୍ବଳ କରିବ। […] The post ୱକଫ ବିଲ୍କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ appeared first on Dharitri Odia News.
ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ କରିଛି। ବିଜେଡି ନେତା ତଥା ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ କହିଛନ୍ତି ଯେ, ଓ୍ବକଫ ସମ୍ପତ୍ତି ମୁସଲିମ ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହି ବିଲ ତାହାକୁ ଦୁର୍ବଳ କରିବ। ସେ ଆହୁରି କହିଛନ୍ତି, “ଓ୍ବକଫ ଜମିରେ ଅନୁପ୍ରବେଶ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଦରକାର, ନା ଯେ ଏପରି ବିଲ ଆଣି ସମ୍ପ୍ରଦାୟର ଅଧିକାର ଖରାପ କରାଯାଉ।”
ତେବେ ଏହାକୁ ନେଇ ଗର୍ଜିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ରାଜ୍ୟ ସଭାରେ ବିଲକୁ ବିରୋଧ କରିବ BJD। ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିରୋଧ କରିବ। ବିଲ ବିରୋଧରେ ଭୋଟ ଦେବେ ବିଜେଡି ଏମପି। ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର।
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏହି ବଲକୁ “ଅନ୍ୟାୟପୂର୍ଣ୍ଣ” ଓ “ଏକତରଫା” ବୋଲି ସମାଲୋଚନା କରିଛି। ଓ୍ବକଫ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରିବା ଓ ସରକାରଙ୍କ ହସ୍ତକ୍ଷେପ ବଢ଼ାଇବା ଭଳି ପ୍ରସ୍ତାବକୁ ଦଳ ବିରୋଧ କରିଛି। ବିଜେଡିର ମାଇନରିଟି ସେଲ ରାଜ୍ୟରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛି।
ଆଜି ଲୋକ ସଭାରେ ଏହି ବିଲ ଉପରେ ଆଲୋଚନା ହେବାକୁ ଥିବା ବେଳେ ବିଜେଡି ନିଜର ବିରୋଧୀ ଅବସ୍ଥାନକୁ ଦୃଢ଼ ରଖିଛି। ନବୀନ ପଟ୍ଟନାୟକ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ସମ୍ବିଧାନର ମୂଲ୍ୟବୋଧ ଓ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ପାଇଁ ଦଳର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ତେବେ ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟର ଅଂଶ ନହୋଇଥିବା ବିଜେଡିର ସଂସଦୀୟ ପ୍ରଭାବ କେତେ ଦୂର ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।
ତେବେ ବିଲ ବିରୋଧରେ ଦଳ ଭୋଟ ଦେବନି ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲା। ଲୋକ ସଭାରେ ବିଜେଡିର ଏମପି ନ ଥିବାବେଳେ ରାଜ୍ୟ ସଭାରେ ଦଳର ୭ଜଣ ଏମପି ଅଛନ୍ତି। ଏହି କ୍ରମରେ ଭୋଟିଂ ବେଳେ ବିଜେଡି ଏମପି ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ବିଜେଡି ତା’ର ନିଷ୍ପତ୍ତି ପରିବର୍ତ୍ତନ କରିଛି।
The post ୱକଫ ବିଲ୍କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ appeared first on Dharitri Odia News.