ଆୟତ୍ତ ହେଲା ଶିମିଳିପାଳର ବନାଗ୍ନି, ରବିବାର ଜିରୋ ଫାୟାର ପଏଣ୍ଟ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ରବିବାର ଜିରୋ ଫାୟାର ପଏଣ୍ଟ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଜିଲ୍ଲାର ତାପମାତ୍ରାର ପାରଦ କମିବାରେ ଲାଗିଛି। ଯାହା ଫଳରେ ହୁତୁ ହୁତୁ ହୋଇ ଶିମିଳିପାଳ ଅଭୟାରଣ୍ୟ ଜଳିବା ଆୟତ୍ତକୁ ଆସିଛି। ବନାଗ୍ନି ପାଇଁ ଶିମିଳିପାଳ ଅଭୟାରଣ୍ୟ ଭୟାଭୟ ସ୍ଥିତି ମଧ୍ୟ ବଢ଼ିବାରେ ଲାଗିଥିଲା। ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ […]

ଆୟତ୍ତ ହେଲା ଶିମିଳିପାଳର ବନାଗ୍ନି, ରବିବାର ଜିରୋ ଫାୟାର ପଏଣ୍ଟ
forest fire will control in Shimilipal Sunday Zero Fire Point
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ରବିବାର ଜିରୋ ଫାୟାର ପଏଣ୍ଟ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଜିଲ୍ଲାର ତାପମାତ୍ରାର ପାରଦ କମିବାରେ ଲାଗିଛି। ଯାହା ଫଳରେ ହୁତୁ ହୁତୁ ହୋଇ ଶିମିଳିପାଳ ଅଭୟାରଣ୍ୟ ଜଳିବା ଆୟତ୍ତକୁ ଆସିଛି। ବନାଗ୍ନି ପାଇଁ ଶିମିଳିପାଳ ଅଭୟାରଣ୍ୟ ଭୟାଭୟ ସ୍ଥିତି ମଧ୍ୟ ବଢ଼ିବାରେ ଲାଗିଥିଲା। ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ଅଣାୟତ୍ତ ହୋଇଥିଲା। ବନାଗ୍ନି ସ୍ଥିତି ନିୟନ୍ତ୍ରଣରେ ନିୟୋଜିତ ବନ କର୍ମଚାରୀ ସମେତ ୨୬ଜଣିଆ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ମାନେ ଉକ୍ତ ଫାୟାର ପଏଣ୍ଟ ମାନଙ୍କରେ ପହଞ୍ଚି ବନାଗ୍ନି ସ୍ଥିତି ନିୟନ୍ତ୍ରଣ କରିବାରେ ଆପ୍ରାଣ ଉଦ୍ୟମ ସଫଳ ହୋଇଛି। ଯାହା ଫଳରେ ରବିବାର ଶୂନ୍ୟ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି। ଯାହାକି ସମସ୍ତଙ୍କ ପାଇଁ ଆଶ୍ବସ୍ଥି ଆଣିଛି। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଁଚି ଫାୟାର ଲାଇନ ସୃଷ୍ଟି କରି ନିଆଁ ଲିଭେଇବା ପାଇଁ ଉଦ୍ୟମ ଫଳରେ ବନାଗ୍ନି ଆୟତ୍ତ ହୋଇଛି।