ପୁଣି କେବେ ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା: ୧୮ତମ କିସ୍ତିକୁ ଚାଷୀଙ୍କ ଅପେକ୍ଷା
ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଯୋଗ୍ୟ କୃଷକମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଅଦ୍ୟାବଧି ଯୋଗ୍ୟ କୃଷକମାନଙ୍କୁ ସମୁଦାୟ ୧୭ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ଏବଂ ୧୮ତମ କିସ୍ତି ପାଇଁ ଚାଷୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିୟମ ଅନୁଯାୟୀ, ପ୍ରତ୍ୟେକ କିସ୍ତି ଚାରି […] The post ପୁଣି କେବେ ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା: ୧୮ତମ କିସ୍ତିକୁ ଚାଷୀଙ୍କ ଅପେକ୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ଯୋଗ୍ୟ କୃଷକମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଅଦ୍ୟାବଧି ଯୋଗ୍ୟ କୃଷକମାନଙ୍କୁ ସମୁଦାୟ ୧୭ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ଏବଂ ୧୮ତମ କିସ୍ତି ପାଇଁ ଚାଷୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ନିୟମ ଅନୁଯାୟୀ, ପ୍ରତ୍ୟେକ କିସ୍ତି ଚାରି ମାସର ବ୍ୟବଧାନରେ ଦିଆଯାଏ। ଉଦାହରଣ ସ୍ବରୂପ, ୧୭ତମ କିସ୍ତି ଜୁନ ମାସରେ ରିଲିଜ ହୋଇଥିଲା ଏବଂ ସେହି ଅନୁଯାୟୀ ୧୮ତମ କିସ୍ତି ଅକ୍ଟୋବର ମାସରେ ରିଲିଜ୍ ହୋଇପାରେ। ତେବେ ଏପର୍ଯ୍ୟନ୍ତ ଏହି ସୂଚନା ସରକାରୀ ଭାବେ ପ୍ରକାଶ କରାଯାଇ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୮, ୨୦୨୪ରେ ବାରାଣସୀରୁ ୧୭ତମ କିସ୍ତି ରିଲିଜ୍ କରିଥିଲେ। ୯ କୋଟିରୁ ଅଧିକ ଯୋଗ୍ୟ କୃଷକ ଏହାର ଲାଭ ପାଇଥିଲେ ଏବଂ ଏହି ଟଙ୍କା ଡିବିଟି ମାଧ୍ୟମରେ ଏହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା।
The post ପୁଣି କେବେ ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା: ୧୮ତମ କିସ୍ତିକୁ ଚାଷୀଙ୍କ ଅପେକ୍ଷା appeared first on Dharitri Odia News.