ଭାରତରେ ଚିହ୍ନଟ ସନ୍ଦିଗ୍ଧ ମଙ୍କିପକ୍ସ ଭୁତାଣୁରେ ଆକ୍ରାନ୍ତ; କ୍ଲାଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ
ନୂଆଦିଲ୍ଲୀ: ଭାରତରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ । ଦେଶରେ ଚିହ୍ନଟ ସନ୍ଦିଗ୍ଧଙ୍କ ଠାରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ । ଲ୍ୟାବ୍ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ସ୍ପଷ୍ଟ ହେଲା । ଆକ୍ରାନ୍ତ ଚିହ୍ନଟ ନେଇ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଚିହ୍ନଟ ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍-୨ ବର୍ଗର ବୋଲି ଜଣାପଡିଛି । ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣକ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ […]

ନୂଆଦିଲ୍ଲୀ: ଭାରତରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ । ଦେଶରେ ଚିହ୍ନଟ ସନ୍ଦିଗ୍ଧଙ୍କ ଠାରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ । ଲ୍ୟାବ୍ ଟେଷ୍ଟ ପାଇଁ ଯାଇଥିବା ନମୁନାରୁ ସ୍ପଷ୍ଟ ହେଲା । ଆକ୍ରାନ୍ତ ଚିହ୍ନଟ ନେଇ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଚିହ୍ନଟ ମଙ୍କିପକ୍ସ ଭୂତାଣୁ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍-୨ ବର୍ଗର ବୋଲି ଜଣାପଡିଛି । ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣକ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଏକାନ୍ତବାସରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି।
ପ୍ରଭାବିତ ଦେଶରୁ ଆସିଥିବା ଯୋଗୁଁ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଇସୋଲେଟ କରିକି ରଖାଯାଇଛି। ପରୀକ୍ଷା ନିରୀକ୍ଷା କରାଯାଉଛି । ଓଡ଼ିଶାରେ ଯଦି କିଏ ଲକ୍ଷଣ ଆସିଲା ତେବେ ସଙ୍ଗରୋଧ କରାଯିବ। କଣ୍ଟାକ୍ଟ ଆଭଏଡ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଭଳି କେସ ଆସିଲେ ବୁଲିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ୱାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ରାଜ୍ୟକୁ ଆସିଲେ ତାଙ୍କୁ ଆଇସୋଲେସନ କରାଯିବ। ଅନବୋର୍ଡିଂ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି। ସେହି ଟିମ ସହ ସ୍ୱାସ୍ଥ୍ୟ ବିଭାଗର ସମନ୍ଵୟ ରହିଛି।