୩୦ ତାରିଖ ସୁଦ୍ଧା ନୂଆ ପିସିସି ସଭାପତି ନା ଘୋଷଣା କରାଯିବ : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର : ରାଜ୍ୟ କଂଗ୍ରେସକୁ ଖୁବ୍ଶୀଘ୍ର ମିଳିପାରେ ନୂଆ ନେତୃତ୍ୱ। ଚଳିତ ମାସ ୩୦ ତାରିଖ ସୁଦ୍ଧା ନୂଆ ପିସିସି ସଭାପତି ନା ଘୋଷଣା କରାଯିବ। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ନୂଆ ସଭାପତି ଚୟନ ପାଇଁ ଏଆଇସିସି ଯେଉଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସିଥିଲେ। ଏଆଇସିସିର ଏହି ଦୁଇ […]

ଭୁବନେଶ୍ବର : ରାଜ୍ୟ କଂଗ୍ରେସକୁ ଖୁବ୍ଶୀଘ୍ର ମିଳିପାରେ ନୂଆ ନେତୃତ୍ୱ। ଚଳିତ ମାସ ୩୦ ତାରିଖ ସୁଦ୍ଧା ନୂଆ ପିସିସି ସଭାପତି ନା ଘୋଷଣା କରାଯିବ। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ନୂଆ ସଭାପତି ଚୟନ ପାଇଁ ଏଆଇସିସି ଯେଉଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସିଥିଲେ। ଏଆଇସିସିର ଏହି ଦୁଇ ଜଣ ପର୍ଯ୍ୟବେକ୍ଷକ ସଠିକ୍ ରିପୋର୍ଟ ଦେବେ । ଜଣେ ଉପଯୁକ୍ତ ପ୍ରାଥି ହିଁ ପିସିସି ସଭାପତି ହେବେ । ଯାହାର ସାଂଗଠନିକ ଦକ୍ଷତା ଥିବ, ଯେଉଁ ନେତାଙ୍କ ନା ରେ କୌଣସି ଅଭିଯୋଗ ନଥିବ ସେଭଳି ନେତାଙ୍କୁ ପିସିସି ସଭାପତି କରାଯିବ।
ସୂଚନାଯୋଗ୍ୟ ଚଳିତ ମାସ ୪ ତାରିଖରେ ନୂଆ ସଭାପତି ଚୟନ ପାଇଁ ଏଆଇସିସି ଯେଉଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସିଥିଲେ। ସେହି ଦିନ ରାଜ୍ୟ କଂଗ୍ରେସ ଭବନଠାରେ ଷ୍ଟିୟରିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଷ୍ଟିୟରିଂ କମିଟିର ୧୪ ଜଣ ସଦସ୍ୟଙ୍କ ସମେତ ସମସ୍ତ ବିଧାୟକ ଓ ପୂର୍ବତନ ବିରୋଧୀ ଦଳ ନେତା, କେନ୍ଦ୍ରୀୟ ନେତା ସାହାନବାଜ ହୁସେନ ଉପସ୍ଥିତ ରହିଥିଲେ। ଷ୍ଟିୟରିଂ କମିଟି ବୈଠକରେ ଦଳର ସଂଗଠନ ଓ ପିସିସି ସଭାପତି ଚୟନ ନେଇ ଆଲୋଚନା ହୋଇଥିଲା। ଏହା ପରେ କଂଗ୍ରେସର ବିଧାୟକ, ପୂର୍ବତନ ବରିଷ୍ଠ ନେତା ଓ କିଛି ବିଧାୟକ ଓ ଏବଂ ସାଂସଦ ପ୍ରାର୍ଥୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଜଣଜଣ କରି ଆଲୋଚନା କରିଥିଲେ । ଏହି ଆଧାରରେ ପିସିସି ସଭାପତି ଚୟନ ଦାୟିତ୍ୱରେ ଥିବା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ଏଆଇସିସିକୁ ନିଜର ରିପୋର୍ଟ ପ୍ରଦାନ କରିବେ। ଯାହା ପରେ ଏଆଇସିସି ପିସିସି ସଭାପତି ଘୋଷଣା କରିବେ।