ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ

ଔପଦା, ୧୩।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ତୁଟାସାହି ମୁଖ୍ୟରାସ୍ତା ଉପରେ ବାତ୍ୟାରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡ଼ି ପଡିଥିଲା। ବାତ୍ୟା ଯିବାର ୧୯ ଦିନ ବିତିଯାଇଥିଲେ ମଧ୍ୟ ଗଛ ହଟାଯାଉ ନ ଥିବାରୁ ଗ୍ରାମର ବାସିନ୍ଦା ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ପ୍ରଭାବରେ ଔପଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଛୋଟରୁ ବଡ ଗଛ ମାନ ଉପୁଡିବା ସହ ଭାଙ୍ଗିପଡ଼ିଥିଲା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟା […] The post ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ appeared first on Dharitri Odia News.

ବାତ୍ୟାର ୧୯ ଦିନ ବିତିଲା,  ରାସ୍ତା ଉପରୁ ହଟୁନି ଗଛ

ଔପଦା, ୧୩।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ତୁଟାସାହି ମୁଖ୍ୟରାସ୍ତା ଉପରେ ବାତ୍ୟାରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡ଼ି ପଡିଥିଲା। ବାତ୍ୟା ଯିବାର ୧୯ ଦିନ ବିତିଯାଇଥିଲେ ମଧ୍ୟ ଗଛ ହଟାଯାଉ ନ ଥିବାରୁ ଗ୍ରାମର ବାସିନ୍ଦା ଯାତାୟାତରେ ସମସ୍ୟା ଭୋଗୁଛନ୍ତି।
ପ୍ରଭାବରେ ଔପଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଛୋଟରୁ ବଡ ଗଛ ମାନ ଉପୁଡିବା ସହ ଭାଙ୍ଗିପଡ଼ିଥିଲା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟା ପାଇଁ ଲୋକମାନଙ୍କ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛକୁ ହଟାଇଥିବା ବେଳେ ଏହି ପଞ୍ଚାୟତର ପାଇକପଡ଼ା ଗ୍ରାମରେ ପଡ଼ିଥିବା ତେନ୍ତୁଳି ଗଛକୁ ହଟାଯାଇପାରିନାହିଁ। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ତୁଟାସାହି, ସିଂହ ସାହି, କୁଞ୍ଜବନ ସାହି, ନାଇକ ସାହି ଓ ପାଇକ ସାହିବାସୀ ସମସ୍ୟା ଭୋଗୁଥିବା ବେଳେ ଜରୁରୀକାଳୀନ ସେବା ପାଇଁ ଦମକଳ ଏବଂ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି। ବାତ୍ୟା ପରେ ପ୍ରଶାସନ ଗଛ ଉପୁଡିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରି ଫେରି ଆସିଥିବା ବେଳେ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତୁଷାରକାନ୍ତ ମହଲାଙ୍କୁ ଯୋଗାଯୋଗ କରିବାରୁ ବଡ଼ ତେନ୍ତୁଳି ଗଛ ପାଇଁ ଔପଦାକୁ ଆସିଥିବା ଓଡ୍ରାଫ ଟିମ ଓ ଦମକଳ ବାହିନୀ କାଟିବାରେ ଅକ୍ଷମତା ପ୍ରକାଶ କରିଥିଲେ। ବେସରକାରୀ ଭାବେ କାଟିବା ପାଇଁ ଅଧିକ ଅର୍ଥ ଦାବି କରାଯାଉଥିବାରୁ ଗଛ କଟାଯାଇନାହିଁ ବୋଲି କହିଛନ୍ତି।

The post ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ appeared first on Dharitri Odia News.