ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିଲେ ଅଙ୍କିତ୍ ପ୍ରତାପ ଜେନା , ପ୍ରାର୍ଥିପତ୍ର ଦାଖଲ ନକରି ଫେରିଗଲେ
କଟକ 13/05 : ଆଜି ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ ହୋଇଛି। ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବିଶାଳ ଶୋଭାଯାତ୍ରାରେ ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ନକରି ଫେରିଯାଇଛନ୍ତି। ଅଙ୍କିତ ତାଙ୍କ ବାପା ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ମାହାଙ୍ଗାରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ କଟକରେ ପହଞ୍ଚିଥିଲେ। ଉଭୟ ଅଙ୍କିତ ଓ ପ୍ରତାପ ଜେନା ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷକୁ ଯାଇ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ନକରି ସେଠାରୁ ଫେରି ଆସିଥିଲେ। ପ୍ରତାପ ଓ ଅଙ୍କିତଙ୍କ ସହ ଆସିଥିବା ହଜାର ହଜାର କର୍ମୀ ନିରାଶ ହୋଇଛନ୍ତି। ଅଙ୍କିତ ନୋମିନେସନ ନକରିବା ନେଇ କୈାଣସି ସୁରାକ ପାଇନଥିଲେ କର୍ମୀ। ତେବେ ଏସବୁ ଭିତରେ ଚର୍ଚ୍ଚା ହେଉଛି କି, ପୁଅ ସ୍ଥାନରେ ପୁଣି ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରିପାରେ ବିଜେଡ଼ି। ଆସନ୍ତାକାଲି ମାହାଙ୍ଗା ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଆଉ ଆସନ୍ତାକାଲି ଜଣା ପଡ଼ିବ କିଏ ଭରିବେ ନାମାଙ୍କନ। ମାହାଙ୍ଗା ପାଇଁ ଆମ୍ ଆଦମୀ ପାର୍ଟିର ଶାରଦା ପ୍ରସାଦ ଦାସ, ସାଲେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଆକିବ୍ ଉଜ୍ଜେମନ ଖାନ୍ ଓ ନିଆଳି ପାଇଁ ବିଜେପି ପ୍ରାର୍ଥୀ ଭାବେ ଛବିନ୍ଦ୍ର ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। Also R
କଟକ 13/05 : ଆଜି ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ ହୋଇଛି। ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବିଶାଳ ଶୋଭାଯାତ୍ରାରେ ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ନକରି ଫେରିଯାଇଛନ୍ତି। ଅଙ୍କିତ ତାଙ୍କ ବାପା ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ମାହାଙ୍ଗାରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ କଟକରେ ପହଞ୍ଚିଥିଲେ। ଉଭୟ ଅଙ୍କିତ ଓ ପ୍ରତାପ ଜେନା ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷକୁ ଯାଇ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ନକରି ସେଠାରୁ ଫେରି ଆସିଥିଲେ।

ପ୍ରତାପ ଓ ଅଙ୍କିତଙ୍କ ସହ ଆସିଥିବା ହଜାର ହଜାର କର୍ମୀ ନିରାଶ ହୋଇଛନ୍ତି। ଅଙ୍କିତ ନୋମିନେସନ ନକରିବା ନେଇ କୈାଣସି ସୁରାକ ପାଇନଥିଲେ କର୍ମୀ। ତେବେ ଏସବୁ ଭିତରେ ଚର୍ଚ୍ଚା ହେଉଛି କି, ପୁଅ ସ୍ଥାନରେ ପୁଣି ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରିପାରେ ବିଜେଡ଼ି। ଆସନ୍ତାକାଲି ମାହାଙ୍ଗା ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଆଉ ଆସନ୍ତାକାଲି ଜଣା ପଡ଼ିବ କିଏ ଭରିବେ ନାମାଙ୍କନ।

ମାହାଙ୍ଗା ପାଇଁ ଆମ୍ ଆଦମୀ ପାର୍ଟିର ଶାରଦା ପ୍ରସାଦ ଦାସ, ସାଲେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଆକିବ୍ ଉଜ୍ଜେମନ ଖାନ୍ ଓ ନିଆଳି ପାଇଁ ବିଜେପି ପ୍ରାର୍ଥୀ ଭାବେ ଛବିନ୍ଦ୍ର ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
Also Read-
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଦେଲେ ଏତଲା