ମୁଣ୍ଡବିନ୍ଧା ଦୂର ପାଇଁ ଧନିଆ ଚା’

ଧନିଆରେ ଭିଟାମିନ୍‌ ଏ, ସି, କେ ସମେତ ଅନେକ ପୋଷକତତ୍ତ୍ବ ମିଳିଥାଏ। ପ୍ରତ୍ୟେକ ଭାରତୀୟ ଏହାର ପତ୍ରକୁ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ହେଲେ କେହି କେବେ ଧନିଆ ପତ୍ରରୁ ପ୍ରସ୍ତୁତ ହର୍ବାଲ ଚ’ ପିଇନଥିବେ। ଆୟୁର୍ବେଦ ଏବଂ ଇରାନୀ ପରମ୍ପରାରେ ଧନିଆ ଚା’କୁ ମୁଣ୍ଡବିନ୍ଧା ଉପଚାର ପାଇଁ ବ୍ୟବହାର କରାଯାଇଆସୁଛି। ତେଣୁ ଏହା ସ୍ବାସ୍ଥ୍ୟବର୍ଦ୍ଧକ ଓ ଏହାକୁ ଡାଏଟରେ ସାମିଲ କରିବା ଦ୍ବାରା ଶରୀର ଫିଟ୍‌ ଓ ନିରୋଗ ରହିଥାଏ। କେମିତି ପ୍ରସ୍ତୁତ କରିବେ […]

ମୁଣ୍ଡବିନ୍ଧା ଦୂର ପାଇଁ ଧନିଆ ଚା’
coriander tea for headache relief

ଧନିଆରେ ଭିଟାମିନ୍‌ ଏ, ସି, କେ ସମେତ ଅନେକ ପୋଷକତତ୍ତ୍ବ ମିଳିଥାଏ। ପ୍ରତ୍ୟେକ ଭାରତୀୟ ଏହାର ପତ୍ରକୁ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ହେଲେ କେହି କେବେ ଧନିଆ ପତ୍ରରୁ ପ୍ରସ୍ତୁତ ହର୍ବାଲ ଚ’ ପିଇନଥିବେ। ଆୟୁର୍ବେଦ ଏବଂ ଇରାନୀ ପରମ୍ପରାରେ ଧନିଆ ଚା’କୁ ମୁଣ୍ଡବିନ୍ଧା ଉପଚାର ପାଇଁ ବ୍ୟବହାର କରାଯାଇଆସୁଛି। ତେଣୁ ଏହା ସ୍ବାସ୍ଥ୍ୟବର୍ଦ୍ଧକ ଓ ଏହାକୁ ଡାଏଟରେ ସାମିଲ କରିବା ଦ୍ବାରା ଶରୀର ଫିଟ୍‌ ଓ ନିରୋଗ ରହିଥାଏ।

କେମିତି ପ୍ରସ୍ତୁତ କରିବେ

ଅଳ୍ପ ପାଣିରେ ଦୁଇ ଚାମଚ ଧନିଆ କିମ୍ବା ଛୋଟ ଛୋଟ କଟା ଧନିଆ ପତ୍ରକୁ ପ୍ରାୟ ଦୁଇ ମିନିଟ୍‌ ଫୁଟାଇବା ପରେ ଏହାକୁ ଛାଣି କରି ଧଣିଆ ଚା’ କରିପାରିେବ। ଧନିଆ ଚା’ରେ ଆଣ୍ଟି ଇମଫ୍ଲେମେଟରୀ ଗୁଣ ଥିବାରୁ ଏହା ପେଟ ଜନିତ ସମସ୍ୟା ଦୂର କରିଥାଏ। ଏହାକୁ ନିୟମିତ ପିଇବା ଦ୍ବାରା ଗ୍ୟାସ୍‌ ଏବଂ ପେଟ ଫୁଲା ସମସ୍ୟାକୁ କମ୍‌ କରିଥାଏ। ଯେଉଁମାନେ ପାଚନ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ସେମାନେ ପ୍ରତିଦିନ ସକାଳୁ ଏକ କପ୍‌ ଧନିଆ ଚା’ ପିଇପାରିେବ।

ଭାରତର ଶତାଧିକ ଲୋକଙ୍କର ମାଇଗ୍ରେନ୍‌ ତଥା ମୁଣ୍ଡ ବିନ୍ଧା ସମସ୍ୟା ରହିଛି। ଏହି କାରଣରୁ ଅନେକ ଜଣ ବାନ୍ତି କରନ୍ତି। ତେଣୁ ମାଇଗ୍ରେନ୍‌ ଯନ୍ତ୍ରଣାକୁ ଦୂର କରିବାକୁ ଧନିଆ ଚା’ ପିଇବା ଫଳପ୍ରଦ। କେବଳ ସେତିକି ନୁହେଁ, ଓଜନ ନିୟନ୍ତ୍ରଣ ପାଇଁ ଏହା ସବୁଠୁ ଭଲ ମହୌଷଧୀ। ତେଣୁ ପ୍ରତିଦିନ ଧନିଆ ଚା’ ପିଇବା ଦ୍ବାରା ନିଦ୍ରାହୀନତା ସମସ୍ୟା ରୁହେ ନାହିଁ।