ରାଜ୍ୟ ସରକାରଙ୍କ ଘୋଷଣା: ୩ ଦିନ ବନ୍ଦ ରହିବ ସ୍କୁଲ
ଭୁବନେଶ୍ୱର,୧୭।୪(ଅସମାପିକା ସାହୁ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢିଛି। ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ତାତି। ସକାଳ ସାଢେ ୮ଟାରେ ଭବାନୀପାଟଣା ସର୍ବାଧିକ ୩୪.୮ […] The post ରାଜ୍ୟ ସରକାରଙ୍କ ଘୋଷଣା: ୩ ଦିନ ବନ୍ଦ ରହିବ ସ୍କୁଲ appeared first on Dharitri Odia News.
ଭୁବନେଶ୍ୱର,୧୭।୪(ଅସମାପିକା ସାହୁ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟଳୟଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢିଛି। ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ତାତି। ସକାଳ ସାଢେ ୮ଟାରେ ଭବାନୀପାଟଣା ସର୍ବାଧିକ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୩.୪ ଡିଗ୍ରୀ, ତାଳଚେର ୩୪.୪, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ ତାପମାତ୍ରା ରହିଛି।
The post ରାଜ୍ୟ ସରକାରଙ୍କ ଘୋଷଣା: ୩ ଦିନ ବନ୍ଦ ରହିବ ସ୍କୁଲ appeared first on Dharitri Odia News.