ନିଶ୍ଚିନ୍ତା ପାହଡ଼ରୁ ଚୋରି ହେଉଛି କଳା ମୁଗୁନି ପଥର;ଏନଜିଟିରେ ମାମଲା ରୁଜୁ କଲେ ପରିବେଶ ସୁରକ୍ଷା ସଂସ୍ଥା

କନକ ବ୍ୟୁରୋ : ଢେଙ୍କାନାଳ ନିଶ୍ଚିନ୍ତା ପାହାଡରେ ବେଆଇନ ଖଣି ଲୁଟ ବିରୋଧରେ ସ୍ୱର ଉତୋଳନ କରିଛନ୍ତି ପରିବେଶ ସୁରକ୍ଷା ସଂସ୍ଥା। କଳା ମୁଗୁନି ପଥର ଚୋରି କରିବାରେ ଲାଗିଛନ୍ତି ଖଣି ମାଫିଆ । ଏହାକୁ ରୋକିବାରେ ପ୍ରଶାସନର ବିଫଳତାକୁ ନେଇ ଏନଜିଟିଙ୍କ ନିକଟରେ ଅଭିଯୋଗ ହୋଇଛି । ୧୬୩ ବିଏନଏସ ଲାଗୁ ସହିତ ସ୍ଵତନ୍ତ୍ର ଯାଞ୍ଚ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ପାହାଡ଼ରେ ବେଆଇନ ଖଣି ମାଫିଆଙ୍କ ଆଖିବୁଝା ଲୁଟକୁ ରୋକିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି କ୍ଷ ଦିନ ଦିପହରରେ ଖଣି ମାଫିଆ କଳା ମଚମଚ ମୁଗୁନି ପଥର ଚୋରି କରି ନେଉଛନ୍ତି । କିନ୍ତୁ ପ୍ରଶାସନ କିଛି କରିପାରୁନଥିବା ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ବା ଏନଜିଟିରେ ଅଭିଯୋଗ କରିଛି ତାଳଚେରର ୟୁଥ୍ ୟୁନାଇଟେଡ ନାମକ ପରିବେଶ ସୁରକ୍ଷା ସଂସ୍ଥା । ବିଭିନ୍ନ କ୍ରସର ବେଆଇନ ଖନନ କରି ୨୦ ହଜାର ଟନ୍‌ ମୁଗୁନି ପଥର ଚୋରାଚାଲାଣ କରିଥିବା ଅଭିଯୋଗ ହୋଇଛି । ଏନ୍‌ଜିଟି ୧୬୩ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିବା ପରେ ନିଶ୍ଚିନ୍ତା ପାହାଡ଼ରେ କିଛି ପୋଲିସ ମୁତୟନ ହୋଇଛନ୍ତି । ତଥାପି ପଥର ଚୋରି ବନ୍ଦ ହେଉନଥିବା ଅଭିଯୋଗ ହେଉଛି । ଦୈନିକ ଶହ ଶହ ହାଇୱା ଟ୍ରକରେ ଚୋରା ପଥର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି କ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଏମିତି ଅଭିଯୋଗ ହେବା ପରେ ଏନଜିଟି ଛାଟ୍ ବାଜ

ନିଶ୍ଚିନ୍ତା ପାହଡ଼ରୁ ଚୋରି ହେଉଛି କଳା ମୁଗୁନି ପଥର;ଏନଜିଟିରେ ମାମଲା ରୁଜୁ କଲେ ପରିବେଶ ସୁରକ୍ଷା ସଂସ୍ଥା

କନକ ବ୍ୟୁରୋ : ଢେଙ୍କାନାଳ ନିଶ୍ଚିନ୍ତା ପାହାଡରେ ବେଆଇନ ଖଣି ଲୁଟ ବିରୋଧରେ ସ୍ୱର ଉତୋଳନ କରିଛନ୍ତି ପରିବେଶ ସୁରକ୍ଷା ସଂସ୍ଥା। କଳା ମୁଗୁନି ପଥର ଚୋରି କରିବାରେ ଲାଗିଛନ୍ତି ଖଣି ମାଫିଆ । ଏହାକୁ ରୋକିବାରେ ପ୍ରଶାସନର ବିଫଳତାକୁ ନେଇ ଏନଜିଟିଙ୍କ ନିକଟରେ ଅଭିଯୋଗ ହୋଇଛି । ୧୬୩ ବିଏନଏସ ଲାଗୁ ସହିତ ସ୍ଵତନ୍ତ୍ର ଯାଞ୍ଚ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ପାହାଡ଼ରେ ବେଆଇନ ଖଣି ମାଫିଆଙ୍କ ଆଖିବୁଝା ଲୁଟକୁ ରୋକିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି କ୍ଷ ଦିନ ଦିପହରରେ ଖଣି ମାଫିଆ କଳା ମଚମଚ ମୁଗୁନି ପଥର ଚୋରି କରି ନେଉଛନ୍ତି । କିନ୍ତୁ ପ୍ରଶାସନ କିଛି କରିପାରୁନଥିବା ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ବା ଏନଜିଟିରେ ଅଭିଯୋଗ କରିଛି ତାଳଚେରର ୟୁଥ୍ ୟୁନାଇଟେଡ ନାମକ ପରିବେଶ ସୁରକ୍ଷା ସଂସ୍ଥା । ବିଭିନ୍ନ କ୍ରସର ବେଆଇନ ଖନନ କରି ୨୦ ହଜାର ଟନ୍‌ ମୁଗୁନି ପଥର ଚୋରାଚାଲାଣ କରିଥିବା ଅଭିଯୋଗ ହୋଇଛି । ଏନ୍‌ଜିଟି ୧୬୩ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିବା ପରେ ନିଶ୍ଚିନ୍ତା ପାହାଡ଼ରେ କିଛି ପୋଲିସ ମୁତୟନ ହୋଇଛନ୍ତି । ତଥାପି ପଥର ଚୋରି ବନ୍ଦ ହେଉନଥିବା ଅଭିଯୋଗ ହେଉଛି ।

ଦୈନିକ ଶହ ଶହ ହାଇୱା ଟ୍ରକରେ ଚୋରା ପଥର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି କ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଏମିତି ଅଭିଯୋଗ ହେବା ପରେ ଏନଜିଟି ଛାଟ୍ ବାଜିଛି । ଏନଜିଟିଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ଖଣି ବିଭାଗ, ରାଜସ୍ବ ବିଭାଗ କି ପୁଲିସ। ସେଭଳି କୌଣସି ଚଢ଼ାଉ ହେଉନାହିଁ ,ଏହା କେବଳ କାଗଜ କଲମରେ ସୀମିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।