ପରମ୍ପରା ପାଇଁ ଅଖଣ୍ଡ ଶିକାର
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ବାସହରା ହୋଇ ଖାଦ୍ୟ ଓ ପାଣି ପାଇଁ ଜନବସତି ମୁହଁା ହେଉଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ପାରମ୍ପରିକ ଅଖଣ୍ଡ ଶିକାର ଯୋଗୁ ବନ୍ୟପ୍ରାଣୀ ଭୟରେ ପଥଭ୍ରଷ୍ଟ ହୋଇ ଗାଁ, ସହରକୁ ପଳାଇ ଆସୁଥିବା ସନ୍ଦେହ ପ୍ରକାଶ ପାଉଛି। ସୂଚନାଯୋଗ୍ୟ, ପ୍ରତ୍ୟେକ […] The post ପରମ୍ପରା ପାଇଁ ଅଖଣ୍ଡ ଶିକାର appeared first on Dharitri Odia News.
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ବାସହରା ହୋଇ ଖାଦ୍ୟ ଓ ପାଣି ପାଇଁ ଜନବସତି ମୁହଁା ହେଉଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ପାରମ୍ପରିକ ଅଖଣ୍ଡ ଶିକାର ଯୋଗୁ ବନ୍ୟପ୍ରାଣୀ ଭୟରେ ପଥଭ୍ରଷ୍ଟ ହୋଇ ଗାଁ, ସହରକୁ ପଳାଇ ଆସୁଥିବା ସନ୍ଦେହ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ପାରମ୍ପରିକ ଅଖଣ୍ଡ ଶିକାର ପଣା ସଂକ୍ରାନ୍ତି ସମୟରେ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଗ୍ରାମର ଲୋକେ ଦଳ ଦଳ ହୋଇ ପାରିଧି (ସମୂହ ଶିକାର) କରିବାକୁ ପାଖ ଜଙ୍ଗଲକୁ ଯାଇଥାନ୍ତି। ପାରମ୍ପରିକ ଠେଙ୍ଗା, ବାଡ଼ି, ଧନୁଶର, ଟାଙ୍ଗିଆ, ବାଲା ଆଦି ଧରି ଜଙ୍ଗଲକୁ ଯାଇ ହରିଣ, ବାର୍ହା, କୁଟୁରା, ଠେକୁଆ, ଜଙ୍ଗଲୀ କୁକୁଡ଼ା ଆଦି ଶିକାର କରିଥାନ୍ତି। ଏହାକୁ ଅଖଣ୍ଡ ଶିକାର କୁହାଯାଏ। ପରମ୍ପରା ଅନୁଯାୟୀ ଏହାକୁ ଗ୍ରାମକୁ ଆଣି କାଟି ଏହାର ମାଂସ ଭାଗ ବାଣ୍ଟି ଖାଇଥାନ୍ତି। ଅନେକ ଗ୍ରାମରେ ଗ୍ରାଣ୍ଡ ଭୋଜି ଆୟୋଜନ ହୋଇଥାଏ। ପରମ୍ପରା ବହୁ ଆଗରୁ ପ୍ରଚଳିତ ଥିଲେ ହେଁ ବନ୍ୟପ୍ରାଣୀ ଶିକାର ଉପରେ କଟକଣା ଥିବାରୁ ଏହା ଲୁଚାଛପାରେ ଚାଲିଛି। ପରିବେଶବିତ୍ ଡ. ବିମ୍ବାଧର ବେହେରା କହିଛନ୍ତି, ବିଶେଷକରି ପଣା ସଂକ୍ରାନ୍ତିରେ ସମୂହ ପଶୁ ଶିକାର ପରମ୍ପରା ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏଥିପାଇଁ ପୂର୍ବରୁ ବନ ବିଭାଗ ସଚେତନ କରିବା ସହ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରିବା କଥା। ଅଖଣ୍ଡ ଶିକାର ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ ହୋଇପଡ଼ିଛି। ପରିବେଶବିତ୍ ଭକ୍ତ ବତ୍ସଳ ମହାନ୍ତି କହିଛନ୍ତି, କେନ୍ଦୁଝର ସହର ଚାରି ପାଖରେ ଜଙ୍ଗଲ ଓ ପାହାଡ଼ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ରହୁଛନ୍ତି। କେତେବେଳେ ପାଣି ସମସ୍ୟା, ଖାଦ୍ୟାଭାବ, ଶିକାର ଆଦି କାରଣରୁ ବନ୍ୟପ୍ରାଣୀ ସହର ଭିତରକୁ ଚାଲି ଆସୁଛନ୍ତି। ଫଳରେ ଦୁର୍ଘଟଣା, ଲୋକଙ୍କ ଆକ୍ରୋଶର ଶିକାର ହୋଇ ମୃତାହତ ହୋଇଥାନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ପ୍ରାଧାନ୍ୟ ଦେବା ଉଚିତ।
ସେହିପରି ଚଳିତ ବର୍ଷ ପରମ୍ପରା ନାମରେ ଘର ଚଉରାରେ ପଣା ଦେବା ପାଇଁ ବହୁ ସଂଖ୍ୟାରେ ଶାଳ ଗଜା କଟାଯାଇଛି। ବନ ବିଭାଗର କଟକଣା ସତ୍ତ୍ୱେ ଏଭଳି କଟାଯାଇଥିବାରୁ ଅନେକ ହଜାର ସଂଖ୍ୟାରେ ଶାଳଗଛ ନଷ୍ଟ ହୋଇଥିବାରୁ ପରିବେଶବିତ୍ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି।
The post ପରମ୍ପରା ପାଇଁ ଅଖଣ୍ଡ ଶିକାର appeared first on Dharitri Odia News.