ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ନୀଳଗିରି, ୩୦।୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା ପୂର୍ବରୁ ବସ୍‌କୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିଥିଲେ ଡ୍ରାଇଭର। ଏଭଳି ଘଟଣା ବାଲେଶର ଜିଲାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ମଝି ରାସ୍ତାରେ ମଙ୍ଗଳବାର ଭୋର ସମୟରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱରକୁ ଏକ ବସରେ ୫୦ […] The post ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ appeared first on Dharitri Odia News.

ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ନୀଳଗିରି, ୩୦।୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା ପୂର୍ବରୁ ବସ୍‌କୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିଥିଲେ ଡ୍ରାଇଭର। ଏଭଳି ଘଟଣା ବାଲେଶର ଜିଲାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ମଝି ରାସ୍ତାରେ ମଙ୍ଗଳବାର ଭୋର ସମୟରେ ଦେଖିବାକୁ ମିଳିଛି।
ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱରକୁ ଏକ ବସରେ ୫୦ ରୁ ଉଦ୍ଧର୍‌ବ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକରେ ଡ୍ରାଇଭର ଜଣକ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ସେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା ମଝିରୁ ବସକୁ କଡ଼କୁ ଆଣି ଷ୍ଟିଅରିଂ ଉପରେ ଟଳିପଡିଥିଲେ। ଡ୍ରାଇଭରଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକ ପର୍ଯ୍ୟଟକଙ୍କୁ ସେହି ବସରେ ସୁରକ୍ଷିତ ଭାବେ ପଞ୍ଚଲିଙ୍ଗେଶ୍ୱର ଠାରେ ପହଞ୍ଚା ଥିଲେ।

The post ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ appeared first on Dharitri Odia News.