ଅଷ୍ଟ୍ରେଲିଆରେ ସାଂଘାତିକ ଘଟଣା, ଚାଇଲ୍ଡ କେୟାର ହୋମ୍‌ରେ ପିଲାଙ୍କୁ ଯୌନ ଶୋଷଣ

କାନବେରା ୦୩/୦୯: ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ୬୦ ପିଲାଙ୍କୁ ଯୌନ ଶୋଷଣ କରିଛି । ଅସଦାଚରଣ, ବଳାତ୍କାର ଓ ଯୌନ ନିର୍ଯାତନା ଭଳି ସଙ୍ଗିନ ମାମଲାରେ ସେ ନିଜ ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତର ନାମ ଏଶ୍‌ଲେ ପଲ୍‌ ଗ୍ରିଫିଥ ଓ ସେ ଚାଇଲ୍ଡ କେୟାର ହୋମ୍‌ରେ କାମ କରୁଥିଲା । ଏହିଠାରେ ହିଁ ସେ ସମସ୍ତ ଅପରାଧ ଭିଆଇଥିଲା । ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ବ୍ରିସ୍‌ବେନ୍‌ ଜିଲ୍ଲା ଅଦାଲତରେ ୩୦୦ରୁ ଅଧିକ ମାମଲାରେ ମକଦ୍ଦମା ଚାଲୁଛି । ସେ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ବ୍ରିସ୍‌ବେନ୍‌ ଏବଂ ଇଟାଲୀର ଟ୍ରେନିଙ୍ଗ୍‌ ସ୍କୁଲଗୁଡ଼ିକରେ ଏହି ଅପରାଧ ଘଟାଇଥିଲା । ସୋମବାର ଏହି ମାମଲାରେ ଏକ ଅଦାଲତରେ ଶୁଣାଣି ହୋଇଛି । ଏହି ସମୟରେ ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ପଢ଼ିବା ପାଇଁ ଜିଲ୍ଲା ବିଚାରପତିଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଶୁଣାଣି ବେଳେ ପୀଡ଼ିତ ପିଲାମାନଙ୍କର ପିତାମାତା ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସମୟରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଥିଲେ । ଅଷ୍ଟ୍ରେଲିଆ ପୁଲିସ ୨୦୨୨ରେ ଗ୍ରିଫିଥ୍‌କୁ ୬୦ ପିଲାଙ୍କୁ ଯୌନ ଶୋଷଣ ମାମଲାରେ ଗିରଫ କରିଥିଲା । ଗତବର୍ଷ ପୁଲିସ ତା’ ବିରୋଧରେ ହୋଇଥିବା ଅଭିଯୋଗଗୁଡ଼ିକୁ ଜନତାଙ୍କ ସାମ୍ନାକୁ ଆଣିଥିଲା । ୪୬ ବର୍ଷୀୟ ଗ୍ରିଫିଥ୍‌ ଅଷ୍ଟ୍ରେଲିଆର ଇତିହାସରେ ସବୁଠୁ ବଡ଼ ପିଡୋଫାଇଲ୍‌ (ଶିଶୁବିରୋଧୀ ଅପରାଧୀ) ବୋଲି ଜଣାପଡ଼ିଛି । ୯୧ ପିଲା

ଅଷ୍ଟ୍ରେଲିଆରେ ସାଂଘାତିକ ଘଟଣା, ଚାଇଲ୍ଡ କେୟାର ହୋମ୍‌ରେ ପିଲାଙ୍କୁ ଯୌନ ଶୋଷଣ

କାନବେରା ୦୩/୦୯: ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ୬୦ ପିଲାଙ୍କୁ ଯୌନ ଶୋଷଣ କରିଛି । ଅସଦାଚରଣ, ବଳାତ୍କାର ଓ ଯୌନ ନିର୍ଯାତନା ଭଳି ସଙ୍ଗିନ ମାମଲାରେ ସେ ନିଜ ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତର ନାମ ଏଶ୍‌ଲେ ପଲ୍‌ ଗ୍ରିଫିଥ ଓ ସେ ଚାଇଲ୍ଡ କେୟାର ହୋମ୍‌ରେ କାମ କରୁଥିଲା । ଏହିଠାରେ ହିଁ ସେ ସମସ୍ତ ଅପରାଧ ଭିଆଇଥିଲା । 

ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ବ୍ରିସ୍‌ବେନ୍‌ ଜିଲ୍ଲା ଅଦାଲତରେ ୩୦୦ରୁ ଅଧିକ ମାମଲାରେ ମକଦ୍ଦମା ଚାଲୁଛି । ସେ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ବ୍ରିସ୍‌ବେନ୍‌ ଏବଂ ଇଟାଲୀର ଟ୍ରେନିଙ୍ଗ୍‌ ସ୍କୁଲଗୁଡ଼ିକରେ ଏହି ଅପରାଧ ଘଟାଇଥିଲା । ସୋମବାର ଏହି ମାମଲାରେ ଏକ ଅଦାଲତରେ ଶୁଣାଣି ହୋଇଛି । ଏହି ସମୟରେ ଅଭିଯୁକ୍ତ ଗ୍ରିଫିଥ୍‌ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ପଢ଼ିବା ପାଇଁ ଜିଲ୍ଲା ବିଚାରପତିଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । 

ଶୁଣାଣି ବେଳେ ପୀଡ଼ିତ ପିଲାମାନଙ୍କର ପିତାମାତା ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସମୟରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଥିଲେ । ଅଷ୍ଟ୍ରେଲିଆ ପୁଲିସ ୨୦୨୨ରେ ଗ୍ରିଫିଥ୍‌କୁ ୬୦ ପିଲାଙ୍କୁ ଯୌନ ଶୋଷଣ ମାମଲାରେ ଗିରଫ କରିଥିଲା । ଗତବର୍ଷ ପୁଲିସ ତା’ ବିରୋଧରେ ହୋଇଥିବା ଅଭିଯୋଗଗୁଡ଼ିକୁ ଜନତାଙ୍କ ସାମ୍ନାକୁ ଆଣିଥିଲା । ୪୬ ବର୍ଷୀୟ ଗ୍ରିଫିଥ୍‌ ଅଷ୍ଟ୍ରେଲିଆର ଇତିହାସରେ ସବୁଠୁ ବଡ଼ ପିଡୋଫାଇଲ୍‌ (ଶିଶୁବିରୋଧୀ ଅପରାଧୀ) ବୋଲି ଜଣାପଡ଼ିଛି । 

୯୧ ପିଲାଙ୍କ ବିରୋଧରେ ଅପରାଧ ଘଟାଇବାକୁ ନେଇ ୨୦୨୩ରେ ଗ୍ରିଫିଥ୍‌ ବିରୋଧରେ ୧୬୯୧ଟି ମାମଲା ଦାୟର ହୋଇଥିଲା । ଚଳିତବର୍ଷ ଆରମ୍ଭରେ ଅଭିଯୋଗ ସଂଖ୍ୟାକୁ କମାଯାଇ ୩୦୭କୁ ଅଣାଯାଇଥିଲା । ଏହାପରେ ତାକୁ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା । 

ତା’ ବିରୋଧରେ ୨୮ଟି ବଳାତ୍କାର ମାମଲା ରହିଥିବା ବେଳେ ୧୯୦ ଅସଦାଚରଣ ମାମଲା ରହିଛି । ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ମୁତାବକ, କୋର୍ଟ ରୁମ୍‌ରେ ଶୁଣାଣି ବେଳେ ଯେତେବେଳେ ପୀଡ଼ିତ ପିଲାମାନଙ୍କର ନାମ ନିଆଗଲା, ସେତେବେଳେ ସେମାନଙ୍କ ପିତାମାତା କାନ୍ଦିବାକୁ ଲାଗିଥିଲେ ।