ବଜ୍ରପାତ ନେଲା ମହିଳାଙ୍କ ଜୀବନ
ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ସୁନୀତି ପଞ୍ଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ସେ ଘର ପାଖରେ କାମ କରୁଥିବା ବେଳେ ହଠାତ ପବନ, ବର୍ଷା ହୋଇ ଘଡଘଡି ସହ ବଜ୍ରପାତ ଘଟିଥିଲା। ଫଳରେ ଅଞ୍ଜନା ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ […] The post ବଜ୍ରପାତ ନେଲା ମହିଳାଙ୍କ ଜୀବନ appeared first on Dharitri Odia News.
ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ସୁନୀତି ପଞ୍ଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ସେ ଘର ପାଖରେ କାମ କରୁଥିବା ବେଳେ ହଠାତ ପବନ, ବର୍ଷା ହୋଇ ଘଡଘଡି ସହ ବଜ୍ରପାତ ଘଟିଥିଲା। ଫଳରେ ଅଞ୍ଜନା ଗୁରୁତର ହୋଇ ପଡିଥିଲେ।
ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ଷା ଯୋଗୁ ଗଁା ରାସ୍ତା କାଦୁଅ ହୋଇଥିବାରୁ ତାଙ୍କୁ ଭାରରେ ଗାଡ଼ି ପାଖ ଯାଏ ଲୋକେ ବୋହି ଆଣିଥିଲେ।
ଖବରପାଇ ଜିଲା ପରିଷଦ ସଭ୍ୟ ଅପୁ ପରିଡ଼ା, ମନୋଜ ପାତ୍ର, ଗଗନ ପ୍ରଧାନ, ବିମଳ ଗନ୍ତାୟତ, ଗୋବିନ୍ଦ ଦାସ, ରାଜୁ ଭୂୟଁା ପ୍ରମୁଖ ପରିବାର ଲୋକଙ୍କ ପାଖରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ।
ଅନ୍ୟପକ୍ଷେ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ତଦନ୍ତ ପରେ ଆଇନ ଅନୁସାରେ ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ବଜ୍ରପାତ ନେଲା ମହିଳାଙ୍କ ଜୀବନ appeared first on Dharitri Odia News.