ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍’
ଭୁବନେଶ୍ୱର,୭ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଆସନ୍ତା ଏପ୍ରିଲ ୨ରୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର […] The post ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍’ appeared first on Dharitri Odia News.
ଭୁବନେଶ୍ୱର,୭ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଆସନ୍ତା ଏପ୍ରିଲ ୨ରୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ଏହାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକ ଓ ଭିତ୍ତିଭୂମିକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ଏହା ସେମାନଙ୍କ ଶ୍ରେଣୀଗୃହ ପାଠପଢ଼ିବାରେ ସହାୟକ ହେବ। ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍ ପ୍ରଦାନ କରାଯିବ। ଏହି କିଟ୍ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ। ସେହିପରି ଖେଳ ଭିତ୍ତିକ ଶିକ୍ଷଣ ପଦ୍ଧତି ମାଧ୍ୟମରେ ମୌଳିକ ଦକ୍ଷତା ଅର୍ଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ‘ଯାଦୁ ପେଡି’ କିଟ୍ ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରାଥମିକ ଶ୍ରେଣୀର ଶିକ୍ଷକଙ୍କୁ ପ୍ରସ୍ତୃତି ମଡ୍ୟୁଲ ଉପରେ ତାଲିମ ଦିଆଯିବ। ଏହା ମାର୍ଚ୍ଚ ୧୫ ସୁଦ୍ଧା ଶେଷ ହେବ। ଶିଶୁ ବାଟିକାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରେ ଏକ ଉତ୍ସର୍ଗୀକୃତ ସେଲ୍ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ପ୍ରାକ୍ ବିଦ୍ୟାଳୟ ପାଇଁ ଆବଶ୍ୟକ ଅତିରିକ୍ତ ଭିତ୍ତିଭୂମି ଆସନ୍ତା ବର୍ଷ ଭିତରେ ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ବିଜ୍ଞପ୍ତିରେ ସୂଚନା ରହିଛି।
The post ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍’ appeared first on Dharitri Odia News.