ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା
ବେଜିଂ,୨୯ା୧: ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍ ବଜାରରୁ ଖରାପ ଖବର ଆସୁଛି । ଫଳରେ ଦୁନିଆର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡେ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହୋଇଛି। କମ୍ପାନୀ ଗତ ୩ ବର୍ଷ ଧରି ଋଣଭାରରେ ରହିଛି। ଏପରିକି ସୁଧ ଦେବାକୁ ମଧ୍ୟ ସକ୍ଷମ ନୁହେଁ। ବର୍ତ୍ତମାନ କମ୍ପାନୀର ସମ୍ପତ୍ତି […] The post ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା appeared first on Dharitri Odia News.
ବେଜିଂ,୨୯ା୧: ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍ ବଜାରରୁ ଖରାପ ଖବର ଆସୁଛି । ଫଳରେ ଦୁନିଆର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡେ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହୋଇଛି। କମ୍ପାନୀ ଗତ ୩ ବର୍ଷ ଧରି ଋଣଭାରରେ ରହିଛି। ଏପରିକି ସୁଧ ଦେବାକୁ ମଧ୍ୟ ସକ୍ଷମ ନୁହେଁ। ବର୍ତ୍ତମାନ କମ୍ପାନୀର ସମ୍ପତ୍ତି ବିକ୍ରୟ କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭରଗ୍ରାଣ୍ଡେ ଏବଂ ଏହାର ତାଲିକାଭୁକ୍ତ ସହାୟକ କମ୍ପାନୀଗୁଡ଼ିକର ଶେୟାର କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିକା ନିୟମରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କମ୍ପାନୀର ବ୍ୟବସାୟ ଯୋଜନା ଦୃଢ଼ ହେବା ଉଚିତ ଏବଂ ଏଥିରେ ପର୍ଯ୍ୟାପ୍ତ ପୁଞ୍ଜି ମଧ୍ୟ ରହିବା ଉଚିତ।
ସୂଚନାଯୋଗ୍ୟ, ଟପ୍ ସାଇନ୍ ନାମକ ଏକ ଚାଇନା କମ୍ପାନୀ ୨୦୨୨ରେ ଏଭରଗ୍ରାଣ୍ଡେ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟରେ ଆବେଦନ କରିଥିଲା।
The post ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା appeared first on Dharitri Odia News.