ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି

ବାଲେଶ୍ୱର,୧୮।୬(ମାନସ ବିଶ୍ବାଳ ): ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସହରରେ କର୍ଫ୍ୟୁ ଅବଧି ବଢାଯାଇଛି। ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଓଟି ରୋଡ୍‌ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ କଟକଣା ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ […] The post ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି appeared first on Dharitri Odia News.

ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି

ବାଲେଶ୍ୱର,୧୮।୬(ମାନସ ବିଶ୍ବାଳ ): ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସହରରେ କର୍ଫ୍ୟୁ ଅବଧି ବଢାଯାଇଛି। ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଓଟି ରୋଡ୍‌ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କର୍ଫ୍ୟୁ କଟକଣା ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛି ପୋଲିସ ପ୍ରଶାସନ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସହର ସାରା ପୁଲିସ ପଇଁତରା ମାରୁଛି । ପୁଲିସ ଆଜି ଆଜି ସଂଧ୍ୟାରେ ସହରରେ ଫ୍ଲାଗମାର୍ଚ କରିଛି । ଗତକାଲି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଢେଲାପଥର ମାଡ ସହ ବ୍ୟାପକ ହିଂସା ହୋଇଥିଲା ।

ଘଟଣାରୁ ପ୍ରକାଶ, ବାଲେଶ୍ୱର ସହର ଭୁଜାଖିଆ ପୀର ନିକଟସ୍ଥ ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀ ମୁହଁାମୁହିଁ ହେବା ସହ ଆକ୍ରମଣ, ପ୍ରତି ଆକ୍ରମଣରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଉତ୍ତେଜନା ଲାଗିରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ଏକାଠି ନ ହେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଇଥିଲା।

 

The post ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି appeared first on Dharitri Odia News.