ସରିଲା ଛେରାପହଁରା, ରଥ ଟଣାକୁ ଭକ୍ତଙ୍କ ଅପେକ୍ଷା

ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟାୟ ହୋଇଥାଏ ଛେରାପହଁରା, ଯେଉଁଥିରେ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ତିନି ରଥରେ ଛେରା ପହଁରା କରିଥାଆନ୍ତି । ରଥ ଉପରେ ଶ୍ରୀବିଗ୍ରହମାନଙ୍କର ବିଭିନ୍ନ ନୀତି ସରିବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପାରମ୍ପରିକ ପୋଷାକ ପରିଧାନ କରି ବଡଦାଣ୍ଡ ଅଭିମୁଖେ ବାହାରିଥିଲେ । ସେ ସୁସଜ୍ଜିତ ତାମଜାନରେ ବିଜେ କରି ରଥ ନିକଟରେ ପହଞ୍ଚିଥିଲେ । ଏହାପରେ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା ନୀତି ସମାପନ ହୋଇଥିଲା । ପରେ […]

ସରିଲା ଛେରାପହଁରା, ରଥ ଟଣାକୁ ଭକ୍ତଙ୍କ ଅପେକ୍ଷା

ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟାୟ ହୋଇଥାଏ ଛେରାପହଁରା, ଯେଉଁଥିରେ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ତିନି ରଥରେ ଛେରା ପହଁରା କରିଥାଆନ୍ତି । ରଥ ଉପରେ ଶ୍ରୀବିଗ୍ରହମାନଙ୍କର ବିଭିନ୍ନ ନୀତି ସରିବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପାରମ୍ପରିକ ପୋଷାକ ପରିଧାନ କରି ବଡଦାଣ୍ଡ ଅଭିମୁଖେ ବାହାରିଥିଲେ । ସେ ସୁସଜ୍ଜିତ ତାମଜାନରେ ବିଜେ କରି ରଥ ନିକଟରେ ପହଞ୍ଚିଥିଲେ । ଏହାପରେ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା ନୀତି ସମାପନ ହୋଇଥିଲା । ପରେ ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା ସମାପନ ହୋଇଥିଲା । ଛେରାପହଁରା ନୀତିରେ ବିଭିନ୍ନ ପ୍ରକାର ପର୍ବ ରହିଥାଏ । ନୀତିର ପ୍ରତ୍ୟେକ ପର୍ବ ସରିବା ପରେ କାହାଳୀର ଧ୍ୱନି ଶୁଣିବାକୁ ମିଳିଥାଏ ଯାହାପରେ ଅନ୍ୟଏକ ପର୍ବ ଆରମ୍ଭ ହୋଇଥାଏ । ଏହି ସମୟରେ ଗଜପତି ରଥରେ ସୁବର୍ଣ୍ଣ ଜଳ ସିଞ୍ଚନ, ଆଲଟ, ଆଳତୀ, ଚାମର ଓ ସୁନାବେଣ୍ଟ ଲଗା ଝାଡୁରେ ଛେରାପହଁରା ସମାପନ କରିଥାଆନ୍ତି ।