ଉତ୍ତରାଖଣ୍ଡରେ ବେଆଇନ ମଦ୍ରାସା ଭାଙ୍ଗିବାକୁ ନେଇ ହିଂସା, ପୁଲିସ ଅଫିସରଙ୍କ ଉପରକୁ ପଥର ମାଡ଼
ଡେରାଡୁନ : ଉତ୍ତରାଖଣ୍ଡର ହଲଦୱାନିରେ ଆଜି ଏକ ବେଆଇନ ମଦ୍ରାସା ଭଙ୍ଗାଯିବାପରେ ପ୍ରବଳ ହିଂସା ଓ ସଂଘର୍ଷ ଉପୁଜିଛି। ବନଭୁଲପୁରା ଥାନା ନିକଟରେ ଆଜି ହଲଦୱାନି ପୌର ନିଗମର ଅଧିକାରୀମାନେ ଏକ ବେଆଇନ ମଦ୍ରାସା ଭାଙ୍ଗିବାପରେ ପ୍ରବଳ ହିଂସା ଉପୁଜିଛି। କିଛି ଦୁର୍ବୃତ୍ତ ପୁଲିସ ଅଫିସରଙ୍କ ଉପରକୁ ପଥର ମାଡ଼ କରିଛନ୍ତି ଏବଂ ଏକ ପୁଲିସ କାର ସମେତ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପଥର ମାଡ଼ରେ କିଛି ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଅନେକ […]

ଡେରାଡୁନ : ଉତ୍ତରାଖଣ୍ଡର ହଲଦୱାନିରେ ଆଜି ଏକ ବେଆଇନ ମଦ୍ରାସା ଭଙ୍ଗାଯିବାପରେ ପ୍ରବଳ ହିଂସା ଓ ସଂଘର୍ଷ ଉପୁଜିଛି। ବନଭୁଲପୁରା ଥାନା ନିକଟରେ ଆଜି ହଲଦୱାନି ପୌର ନିଗମର ଅଧିକାରୀମାନେ ଏକ ବେଆଇନ ମଦ୍ରାସା ଭାଙ୍ଗିବାପରେ ପ୍ରବଳ ହିଂସା ଉପୁଜିଛି। କିଛି ଦୁର୍ବୃତ୍ତ ପୁଲିସ ଅଫିସରଙ୍କ ଉପରକୁ ପଥର ମାଡ଼ କରିଛନ୍ତି ଏବଂ ଏକ ପୁଲିସ କାର ସମେତ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପଥର ମାଡ଼ରେ କିଛି ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଅନେକ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଛି। ଦୁର୍ବୃତ୍ତମାନେ ଏକ ଟ୍ରାନ୍ସଫର୍ମରରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ପରିସ୍ଥିତି ବିଗିଡ଼ି ଯିବାରୁ ହଲଦୱାନିରେ ଅତିରିକ୍ତ ବାହିନୀ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ ଡାକିଛନ୍ତି। କିଛି ଦୁର୍ବୃତ୍ତ ବନଭୁଲପୁରା ଥାନା ଘେରାଉ କରିବା ଦ୍ବାରା ଥାନା ମଧ୍ୟରେ ଅନେକ ସାମ୍ବାଦିକ ଏବଂ ପ୍ରଶାସନିକ ଅଧିକାରୀ ଫସି ରହିଛନ୍ତି।