ଅରୁଣାଚଳରେ ସରକାର ଗଢ଼ିବ ବିଜେପି, ସକ୍କିମ ଏସ୍କେଏମ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛି। ରାଜ୍ୟର ୬୦ ବିଧାନସଭା ଆସନରୁ ୪୬ଟି ଆସନରେ ବିଜୟୀ ହେବାରୁ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଅରୁଣାଚଳ ପ୍ରଦେଶରେ ବିଜେପି ଐତିହାସିକ ସଫଳତା ପାଇଛି। ରାଜ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିଇପି) ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ୨ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ସ୍ୱାଧୀନ ପ୍ରାର୍ଥୀ ୩ଟି […]

ଅରୁଣାଚଳରେ ସରକାର ଗଢ଼ିବ ବିଜେପି, ସକ୍କିମ ଏସ୍କେଏମ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛି। ରାଜ୍ୟର ୬୦ ବିଧାନସଭା ଆସନରୁ ୪୬ଟି ଆସନରେ ବିଜୟୀ ହେବାରୁ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଅରୁଣାଚଳ ପ୍ରଦେଶରେ ବିଜେପି ଐତିହାସିକ ସଫଳତା ପାଇଛି। ରାଜ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିଇପି) ୫ଟି ଆସନରେ ବିଜୟୀ ହୋଇଥିବା ବେଳେ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ୨ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଲେଖାଏଁ ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଉଭୟ ରାଜ୍ୟରେ ଏପ୍ରିଲ ୧୯ରେ ମତଦାନ ହୋଇଥିଲା।
ସେହିପରି ସିକ୍କିମରେ ଶାସକ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ୩୨ଟି ବିଧାନସଭା ଆସନରୁ ୩୧ଟି ହାସଲ କରି ଏକତରଫା ଭାବେ ସରକାର ଗଢ଼ିବାକୁ ଯାଉଛି। ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସ୍ଡିଏଫ)କୁ ମାତ୍ର ଗୋଟିଏ ଆସନ ମିଳିଛି।ସିକ୍କିମରେ ୭୯.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶରେ ୮୨.୯୫ ପ୍ରତିଶତ ମତଦାନ ହୋଇଥିଲା। ୬୦ ଆସନ ବିଶିଷ୍ଟ ଅରୁଣାଚଳ ବିଧାନସଭା ପାଇଁ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ହୋଇଥିଲା। ବିଜେପି ସମସ୍ତ ୬୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର ୧୯ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସିକ୍କିମରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୪୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ତାଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ, ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଏବଂ ବିଜେପିର ନରେନ୍ଦ୍ର କୁମାର ସୁବ୍ବା ପ୍ରମୁଖ ପ୍ରାର୍ଥୀ ଥିଲେ। ଏସ୍କେଏମ ଓ ଏସଡିଏଫ ୩୨ ଜଣ ଲେଖାଏଁ ପ୍ରାର୍ଥୀ ଦେଇଥିବା ବେଳେ ବିଜେପିର ୩୧ ଜଣ ପ୍ରାର୍ଥୀ ଥିଲେ । କଂଗ୍ରେସ ୧୨ଟି ଆସନରେ ନିର୍ବାଚନ ଲଢ଼ିଥିବା ବେଳେ ସିଟିଜେନ୍ ଆକ୍ସନ ପାର୍ଟି-ସିକ୍କିମ୍ ୩୦ଟି ଆସନରେ ପ୍ରାର୍ଥୀ ଦେଇଥିଲା।