ଉପ୍ପଲ ଷ୍ଟାଡିୟମ୍ରେ ୨୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ପୂର୍ବତନ କ୍ରିକେଟର୍ ଆଝାରୁଦ୍ଦିନଙ୍କୁ ଇଡିର ସମନ
ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ର ୨୦ କୋଟି ଟଙ୍କା ହେର୍ଫେର ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳୀ ମହମ୍ମଦ ଆଝାରୁଦ୍ଦିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚ୍ସିଏ)ର ଅଧ୍ୟକ୍ଷ ଥିବା ବେଳେ ଏହି ଜାଲିଆତି ହୋଇଥିଲା। ହାଇଦ୍ରାବାଦ ଉପ୍ପଲର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ ନିମନ୍ତେ ଡିଜେଲ୍ ଜେନେରେଟର, ଅଗ୍ନିନିର୍ବାପକ ଯନ୍ତ୍ର ଓ ଛତା ଆଦି କିଣିବା ନିମନ୍ତେ ପ୍ରାୟ ୨୦ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହି ଘଟଣାରେ […]

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ର ୨୦ କୋଟି ଟଙ୍କା ହେର୍ଫେର ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳୀ ମହମ୍ମଦ ଆଝାରୁଦ୍ଦିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚ୍ସିଏ)ର ଅଧ୍ୟକ୍ଷ ଥିବା ବେଳେ ଏହି ଜାଲିଆତି ହୋଇଥିଲା। ହାଇଦ୍ରାବାଦ ଉପ୍ପଲର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ ନିମନ୍ତେ ଡିଜେଲ୍ ଜେନେରେଟର, ଅଗ୍ନିନିର୍ବାପକ ଯନ୍ତ୍ର ଓ ଛତା ଆଦି କିଣିବା ନିମନ୍ତେ ପ୍ରାୟ ୨୦ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତେଲେଙ୍ଗାନା ଦୁର୍ନୀତି ନିବାରଣ ବିଭାଗ (ଏସିବି) ପକ୍ଷରୁ ତିନିଟି ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ, ନଭେମ୍ବର ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଲେଙ୍ଗାନାର ୯ଟି ସ୍ଥାନରେ ଚଢ଼ଉ କରିଥିଲା। ଏଚ୍ସିଏର ସଭାପତି ଜି ବିନୋଦ, ଉପସଭାପତି ଶିବଲାଲ ଯାଦବ, ସମ୍ପାଦକ ଅର୍ସାଦ୍ ଆୟୁବ, ଏମ୍ଡି ସତ୍ୟନାରାୟଣାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। ଏହି ସମୟରେ ଅନେକ ଆପତ୍ତିଜନକ ନଥିପତ୍ର, କମ୍ପ୍ୟୁଟର ହାର୍ଡ ଡିସ୍କ୍, ମୋବାଇଲ୍ ଫୋନ୍ ଓ ପ୍ରାୟ ୧୧ଲକ୍ଷ ନଗଦ ଜବତ ହୋଇଥିଲା। ଏହି ମାମଲାରେ, ଆଝାରୁଦ୍ଦିନ୍ଙ୍କୁ ଇଡିର ଏହା ପ୍ରଥମ ସମନ ଅଟେ। ଜାରି ସମନ ଅନୁସାରେ ଆଜି ହାଜର ହେବାକୁ କୁହାଯାଇଥିଲା। ତେବେ ଆଝାରୁଦ୍ଦିନ ହାଜର ହୋଇନଥିବା ଓ ଅଧିକ ସମୟ ମାଗିଥିବା ଜଣାଯାଇଛି।