ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,ରୋଗୀସେବା ବାଧାପ୍ରାପ୍ତ
ଭୁବନେଶ୍ୱର : କଟକ ଏସସିବି ମେଡିକାଲରେ ଉତ୍ତେଜନା । ଗତକାଲି ଠାରୁ ହାଉସ ସର୍ଜନ ଷ୍ଟାଫ ଏବଂ ନର୍ସିଂ ଦିଦିଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଫଳରେ ମଧ୍ୟ ବିବାଦର ସମାଧାନ ହୋଇପାରି ନାହିଁ । ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୨୫୦ ହାଉସ ସର୍ଜନ ଷ୍ଟାଫ ସଂଘ । ଜରୁରୀ କାଳୀନ ସେବାକୁ ଛାଡି ଆଉଟ ଡୋର ଏବଂ ଇନ ଡୋର ସେବାକୁ ବନ୍ଦ କରିଛନ୍ତି ହାଉସ ସର୍ଜନ ସଂଘ । ଫଳରେ […]

ଭୁବନେଶ୍ୱର : କଟକ ଏସସିବି ମେଡିକାଲରେ ଉତ୍ତେଜନା । ଗତକାଲି ଠାରୁ ହାଉସ ସର୍ଜନ ଷ୍ଟାଫ ଏବଂ ନର୍ସିଂ ଦିଦିଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଫଳରେ ମଧ୍ୟ ବିବାଦର ସମାଧାନ ହୋଇପାରି ନାହିଁ । ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୨୫୦ ହାଉସ ସର୍ଜନ ଷ୍ଟାଫ ସଂଘ । ଜରୁରୀ କାଳୀନ ସେବାକୁ ଛାଡି ଆଉଟ ଡୋର ଏବଂ ଇନ ଡୋର ସେବାକୁ ବନ୍ଦ କରିଛନ୍ତି ହାଉସ ସର୍ଜନ ସଂଘ । ଫଳରେ ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।
ଅନ୍ୟପଟେ ଆସନ୍ତା କାଲିଠାରୁ କଳା ବ୍ୟାଚ ପିନ୍ଧି ସାରା ରାଜ୍ୟରେ ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ ସଂଘ । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଶତାଧିକ ନର୍ସିଂ ଷ୍ଟାଫ୍ ଓ ହାଉସ ସର୍ଜନ ଡାକ୍ତରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ରବିବାର ସନ୍ଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିଭଳି ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ।