ଗୁଗ୍ଲ ମ୍ୟାପ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଜଣେ ବ୍ୟକ୍ତି: ପରିସ୍ଥିତି ଏମିତି ହେଲା ଡାକିବାକୁ ପଡ଼ିଲା ପୋଲିସ
ବେଙ୍ଗାଲୁରୁ,୩୦।୧: କର୍ନାଟକର ଓଟି ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ ମ୍ୟାପ ବ୍ୟବହାର କରିବା ମହଙ୍ଗା ପଡିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ଗୁଗ୍ଲ ମ୍ୟାପ ଫଲୋ କରିବା ହେତୁ ଉକ୍ତ ବ୍ୟକ୍ତିଙ୍କ ଟୟୋଟା ଏସୟୁଭି ସିଡ଼ି ମଝିରେ ଅଟକି ଯାଇଥିଲା। ଏହା ପରେ ପୋଲିସ ଏବଂ ସ୍ବେଚ୍ଛାସେବୀଙ୍କ ଏକ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ। […] The post ଗୁଗ୍ଲ ମ୍ୟାପ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଜଣେ ବ୍ୟକ୍ତି: ପରିସ୍ଥିତି ଏମିତି ହେଲା ଡାକିବାକୁ ପଡ଼ିଲା ପୋଲିସ appeared first on Dharitri Odia News.
ବେଙ୍ଗାଲୁରୁ,୩୦।୧: କର୍ନାଟକର ଓଟି ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ ମ୍ୟାପ ବ୍ୟବହାର କରିବା ମହଙ୍ଗା ପଡିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ଗୁଗ୍ଲ ମ୍ୟାପ ଫଲୋ କରିବା ହେତୁ ଉକ୍ତ ବ୍ୟକ୍ତିଙ୍କ ଟୟୋଟା ଏସୟୁଭି ସିଡ଼ି ମଝିରେ ଅଟକି ଯାଇଥିଲା। ଏହା ପରେ ପୋଲିସ ଏବଂ ସ୍ବେଚ୍ଛାସେବୀଙ୍କ ଏକ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ।
ଅସ୍ବାଭାବିକ ପରିସ୍ଥିତିକୁ କଏଦ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ଦୃଷ୍ଟି ଆକର୍ଷଣ କରିଥିଲା। ଫୁଟେଜରେ ଏହା ଦେଖିବାକୁ ମିଳୁଛି ଯେ ଏସୟୁଭିକୁ ଯତ୍ନର ସହ ପାହାଚ ତଳକୁ ଓହ୍ଲାଇ ଉଦ୍ଧାରକାରୀ ଦଳ ଦ୍ୱାରା ସଠିକ ରାସ୍ତାରେ ଫେରାଇ ନିଆଯାଉଛି।
The post ଗୁଗ୍ଲ ମ୍ୟାପ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଜଣେ ବ୍ୟକ୍ତି: ପରିସ୍ଥିତି ଏମିତି ହେଲା ଡାକିବାକୁ ପଡ଼ିଲା ପୋଲିସ appeared first on Dharitri Odia News.