ପଳାଶୁଣି ଛକରେ ସିରିଜ ଦୁର୍ଘଟଣା: ୫ ଆହତ,ରାସ୍ତାରୋକୋ
ଭୁବନେଶ୍ୱର,୧୩।୬: ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଗୁରୁବାର ଅପରାହ୍ନରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏକ ଟ୍ରକ ଭାରସାମ୍ୟ ହରାଇ ଏକାଧିକ କାରକୁ ଧକ୍କା ଦେଇଥିଲା। ଫଳରେ ୫ଜଣ ଆହତ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱର […] The post ପଳାଶୁଣି ଛକରେ ସିରିଜ ଦୁର୍ଘଟଣା: ୫ ଆହତ,ରାସ୍ତାରୋକୋ appeared first on Dharitri Odia News.
ଭୁବନେଶ୍ୱର,୧୩।୬: ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଗୁରୁବାର ଅପରାହ୍ନରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ ଟ୍ରକ ଭାରସାମ୍ୟ ହରାଇ ଏକାଧିକ କାରକୁ ଧକ୍କା ଦେଇଥିଲା। ଫଳରେ ୫ଜଣ ଆହତ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
The post ପଳାଶୁଣି ଛକରେ ସିରିଜ ଦୁର୍ଘଟଣା: ୫ ଆହତ,ରାସ୍ତାରୋକୋ appeared first on Dharitri Odia News.