ଛେଲିକୁ ବି ଛାଡ଼ିନେଲେ ଚୋର, ବାକ୍ସ ସହ ନେଇଗଲେ

ବଡ଼ଗାଁ,୧୦ା୨(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଆଦର୍ଶ ଥାନା ପୋଲିସକୁ ଚୋରମାନେ ବାରମ୍ବାର ଚାଲେଞ୍ଜ ଦେଇଆସୁଥିବା ସତ୍ତ୍ୱେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି। ପ୍ରାୟ ବର୍ଷେ ହେଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଚୋରମାନେ ଗୋଟିଏ ରାତିରେ ୨ଟି ଘରୁ ଚୋରି କରିବା ସହ ଏକ ସୁନା ଦୋକାନରୁ ଚୋରି ଉଦ୍ୟମ କରିଛନ୍ତି। ଜୁଏଲାରୀର ଗୋଟିଏ ତାଲା ଭାଙ୍ଗିଥିଲେ ମଧ୍ୟ ଅନ୍ୟ ଏକ ତାଲା ଭାଙ୍ଗି ପାରି ନ […] The post ଛେଲିକୁ ବି ଛାଡ଼ିନେଲେ ଚୋର, ବାକ୍ସ ସହ ନେଇଗଲେ appeared first on Dharitri Odia News.

ଛେଲିକୁ ବି ଛାଡ଼ିନେଲେ ଚୋର, ବାକ୍ସ ସହ ନେଇଗଲେ

ବଡ଼ଗାଁ,୧୦ା୨(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଆଦର୍ଶ ଥାନା ପୋଲିସକୁ ଚୋରମାନେ ବାରମ୍ବାର ଚାଲେଞ୍ଜ ଦେଇଆସୁଥିବା ସତ୍ତ୍ୱେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି। ପ୍ରାୟ ବର୍ଷେ ହେଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।

ଚୋରମାନେ ଗୋଟିଏ ରାତିରେ ୨ଟି ଘରୁ ଚୋରି କରିବା ସହ ଏକ ସୁନା ଦୋକାନରୁ ଚୋରି ଉଦ୍ୟମ କରିଛନ୍ତି। ଜୁଏଲାରୀର ଗୋଟିଏ ତାଲା ଭାଙ୍ଗିଥିଲେ ମଧ୍ୟ ଅନ୍ୟ ଏକ ତାଲା ଭାଙ୍ଗି ପାରି ନ ଥିଲେ। ଏପରିକି ଦୁବୃତ୍ତମାନେ ଦୋକାନରେ ଲାଗିଥିବା ସିସି କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି।

ସୋମବାର ଭୋରରେ ଦୋକାନ ମାଲିକ ଆସି ଦେଖିଲାବେଳମକୁ ତାଲା ଭଙ୍ଗା ଯାଇଥିଲା। ସିସି କ୍ୟାମେରାରେ ଦୁବୃତ୍ତମାନଙ୍କ ଫୁଟେଜ୍‌ ରହିଥିବା ବେଳେ ଏକ ଚାରି ଚକିଆ ଯାନର ଆଗପଟ କିଛି ଅଂଶ ଦେଖାଯାଉଛି।

ଚାରି ଚକିଆ ଯାନଟି ବୋଲେରୋ ହୋଇଥିବା ଅନୁମାନ କରାଯାଉଛି। ସେହିପରି ଚୋରମାନେ ବଡ଼ଗାଁ ବସ୍ତିର ହରିପ୍ରୀୟା ସାଙ୍କ ଘର ତାଲା ଭାଙ୍ଗି ଚୋରି କରିଛନ୍ତି। ଘରେ କେହି ନ ଥିବା ବେଳେ ଘରୁ ଗୋଟିଏ ବାକ୍ସ ନେଇ ଘରଠାରୁ କିଛି ଦୂରରେ ଫିଙ୍ଗି ଦେଇଛନ୍ତି।

ଏପରିକି ଦୁର୍ବୃତ୍ତମାନେ ବଡ଼ଗାଁ ଥାନା ଅନ୍ତର୍ଗତ ଫୁଲବାରି ଗ୍ରାମର ଯୁଗେଶର କିଷାନଙ୍କ ଘରୁ ୪ଟି ଛେଲି ଚୋରି କରିଥିବା ଜଣାପଡିଛି। ୨ମାସ ପୂର୍ବେ ଚୋରମାନେ ତାଙ୍କ ଘରୁ ୧୫ଟି ଛେଲି ଚୋରି କରିନେଇଥିଲେ।

The post ଛେଲିକୁ ବି ଛାଡ଼ିନେଲେ ଚୋର, ବାକ୍ସ ସହ ନେଇଗଲେ appeared first on Dharitri Odia News.