୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ତିନୋଟି ସ୍ଥାନରେ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା,ଯେଉଁଥିରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ରେଜିଷ୍ଟ୍ରାର ପ୍ରଫେସର ଏନ ସି ପଣ୍ଡା ଓ ପ୍ରୋକ୍ଟର ପ୍ରଫେସର ଭରତ କୁମାର ପଣ୍ଡାଙ୍କ ସମେତ ଅଧ୍ୟାପକ, […] The post ୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.

୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ତିନୋଟି ସ୍ଥାନରେ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା,ଯେଉଁଥିରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ରେଜିଷ୍ଟ୍ରାର ପ୍ରଫେସର ଏନ ସି ପଣ୍ଡା ଓ ପ୍ରୋକ୍ଟର ପ୍ରଫେସର ଭରତ କୁମାର ପଣ୍ଡାଙ୍କ ସମେତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରୀଛାତ୍ର  ଅଂଶଗ୍ରହଣ କରିଥିଲେ।
ଶିଳାନ୍ୟାସ କାର୍ଯ୍ୟକ୍ରମର ସିଧାପ୍ରସାରଣ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ’ଇଣ୍ଡିଆଜ ଟେକ୍‌ ଡେ’: ଚିପ୍ସ ଫର୍‌ ଭିକ୍ସିଟ୍‌ ଭାରତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏନ୍‌ଆଇଟି ରାଉରକେଲାର ପ୍ରଫେସର ଜ୍ୟୋତି ପ୍ରକାଶ କର ସେମିକଣ୍ଡକ୍ଟରର ବିଶ୍ୱସ୍ତରୀୟ ମହତ୍ତ୍ୱ ଓ ଚାହିଦା ଉପରେ ଆଲୋକପାତ କରିଥିଲେ। ପ୍ରଫେସର ତ୍ରିପାଠୀ ବିଭିନ୍ନ କ୍ଷେତ୍ରରେ ଭାରତର ବିକାଶମୂଳକ ଦୃଷ୍ଟିକୋଣ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଛାତ୍ରୀଛାତ୍ର ଓ ଅଧ୍ୟାପକମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଦିଗରେ ସେମାନଙ୍କର ଦକ୍ଷତାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ଏବଂ ବିଶ୍ୱ ପ୍ରଗତିରେ ଭାରତୀୟ ଜ୍ଞାନ ପ୍ରଣାଳୀର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ପଣ୍ଡା ମଧ୍ୟ ଏହି ଆଲୋଚନାଚକ୍ରରେ ବିକଶିତ ଭାରତ ବିଷୟରେ ଆଲୋକପାତ କରିଥିଲେ। ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. କାକୋଲି ବାନାର୍ଜୀ ଓ ଛାତ୍ର କଲ୍ୟାଣ ଡିନ୍‌ ଡ. ରାମେନ୍ଦ୍ର କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

The post ୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.