ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ
ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି ଆଚ୍ଛାଦିତ ହୋଇ ରହୁଛି। ବିଶେଷ କରି ସନ୍ଧ୍ୟା ସମୟରୁ ସକାଳ ପର୍ଯ୍ୟନ୍ତ ଅଧିକ କୁହୁଡିର ପ୍ରଭାବ ରହୁଛି। ଫଳରେ ଗାଡ଼ି ମୋଟର ଯାତାୟାତରେ ବାଧା ସୃଷ୍ଟି ହେଉଛି। ବର୍ଷାର ପ୍ରଭାବ ଅଧିକା ନଥିଲେ ମଧ୍ୟ […] The post ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି ଆଚ୍ଛାଦିତ ହୋଇ ରହୁଛି। ବିଶେଷ କରି ସନ୍ଧ୍ୟା ସମୟରୁ ସକାଳ ପର୍ଯ୍ୟନ୍ତ ଅଧିକ କୁହୁଡିର ପ୍ରଭାବ ରହୁଛି। ଫଳରେ ଗାଡ଼ି ମୋଟର ଯାତାୟାତରେ ବାଧା ସୃଷ୍ଟି ହେଉଛି। ବର୍ଷାର ପ୍ରଭାବ ଅଧିକା ନଥିଲେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ ଲୋକମାନେ ହଇରାଣ ହରକତ ହେଉଛନ୍ତି। କିନ୍ତୁ ଏହାର ମଜା ନେଉଛନ୍ତି ଦାରିଙ୍ଗବାଡ଼ିକୁ ଆସୁଥିବା ସମସ୍ତ ପର୍ଯ୍ୟଟକ। ଜଳବାୟୁ ଥଣ୍ଡା ରହୁଥିବାରୁ ବହୁତ ଆନନ୍ଦ ଦେଉଥିବା କହୁଛନ୍ତି ପର୍ଯ୍ୟଟକ।
The post ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ appeared first on Dharitri Odia News.