୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳ ବର୍ତ୍ତମାନ ଏଥିରୁ ବାହାରିବାକୁ ଆରମ୍ଭ କରିଛି। ଏଥିପାଇଁ ଭାଜପା ଏକ ବଡ ଲକ୍ଷ୍ୟ ସ୍ଥିର କରିଛି। ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୧ରୁ ସାରା ଦେଶରେ ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି। ୧୦ କୋଟି ନୂତନ ସଦସ୍ୟ ଯୋଡିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସଦସ୍ୟତା ଅଭିଯାନର ଜାତୀୟ ସଂଯୋଜକ ଭାବେ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ […] The post ୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା appeared first on Dharitri Odia News.

୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା

ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳ ବର୍ତ୍ତମାନ ଏଥିରୁ ବାହାରିବାକୁ ଆରମ୍ଭ କରିଛି। ଏଥିପାଇଁ ଭାଜପା ଏକ ବଡ ଲକ୍ଷ୍ୟ ସ୍ଥିର କରିଛି। ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୧ରୁ ସାରା ଦେଶରେ ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି। ୧୦ କୋଟି ନୂତନ ସଦସ୍ୟ ଯୋଡିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସଦସ୍ୟତା ଅଭିଯାନର ଜାତୀୟ ସଂଯୋଜକ ଭାବେ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ନିଯୁକ୍ତ କରାଯାଇଛି।
ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୨୫ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବରରୁ ଆରମ୍ଭ ହେବ। ଏଥି ସହିତ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା, ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ଦଳ ୧୮କୋଟି ସଦସ୍ୟ ସୃଷ୍ଟି କରିଥିଲା। ଯେଉଁଥିପାଇଁ ଭାଜପା ବିଶ୍ୱର ସବୁଠୁ ବଡ ରାଜନନୈତିକ ଦଳର ମାନ୍ୟତା ପାଇଛି। ଏଥର ମିସ କଲ, QR କୋଡ, ନାମୋ ଆପ ଏବଂ ପାର୍ଟି ୱେବସାଇଟ ମାଧ୍ୟମରେ ଭାଜପା ସଦସ୍ୟତା ଦେବ। ଦଳ ଦୁଇ-ତିନୋଟି ରାଜ୍ୟକୁ ମିଶାଇ ଏକ ସଦସ୍ୟତା ପ୍ରଭାରୀ ନିଯୁକ୍ତ କରିବ।

The post ୩୫ ବର୍ଷ ପର୍ଯ୍ୟନ୍ତ ଦେଶରୁ ଆମକୁ କେହି ହଲାଇ ପାରିବେ ନାହିଁ: ଶାହା appeared first on Dharitri Odia News.