କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର

ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ ଝାଡ଼ିଛନ୍ତି ଲୋକେ। ଫଳରେ ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ପଥରମାଡ଼ କରିଛନ୍ତି ଉତ୍ତ୍ୟେକ୍ତ ଲୋକେ। ଏଥିରେ କାର୍‌ କାଚ ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଢେଲା ପଥରମାଡ଼ରେ ଜଣେ କନଷ୍ଟେବଳଙ୍କ ମୁଣ୍ଡ ଫାଟିଥିବା ଜଣାଡ଼ିଛି। ବାଙ୍ଗିରିପୋଷି ଷ୍ଟେଶନ ଛକରେ ଲୋକେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ମୟୂରଭଞ୍ଜ ଜିଲାର […] The post କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର appeared first on Dharitri Odia News.

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର

ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ ଝାଡ଼ିଛନ୍ତି ଲୋକେ। ଫଳରେ ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ପଥରମାଡ଼ କରିଛନ୍ତି ଉତ୍ତ୍ୟେକ୍ତ ଲୋକେ। ଏଥିରେ କାର୍‌ କାଚ ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଢେଲା ପଥରମାଡ଼ରେ ଜଣେ କନଷ୍ଟେବଳଙ୍କ ମୁଣ୍ଡ ଫାଟିଥିବା ଜଣାଡ଼ିଛି। ବାଙ୍ଗିରିପୋଷି ଷ୍ଟେଶନ ଛକରେ ଲୋକେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।

ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ରବିବାର ଅନଲାଇନ୍‌ରେ ଟଙ୍କା ମିଳିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ।

ମୟୂରଭଞ୍ଜ ଜିଲାରେ ୧୭ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି। ଅନେକ ଘରର ଚାଳ ଛପର ଉଡ଼ିଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ସରବରାହ ବ୍ୟାଘାତ ଘଟିଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୟୂରଭଞ୍ଜର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

The post କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର appeared first on Dharitri Odia News.