ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? : NHRCରେ ମାମଲା

ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା। ଜାତୀୟ ମାନବାଧିକାର କମିଶନରେ ମାମଲା ଦାୟର।... The post ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? : NHRCରେ ମାମଲା appeared first on .

ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? : NHRCରେ ମାମଲା

ନନ୍ଦିଘୋଷ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା। ଜାତୀୟ ମାନବାଧିକାର କମିଶନରେ ମାମଲା ଦାୟର। ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଠେଲାପେଲାରେ ୩ ଜଣଙ୍କର ହୋଇଥିଲା ମୃତ୍ୟୁ। ଏକାଧିକ ଆହତଙ୍କର ଚାଲିଛି ଚିକିତ୍ସା। ନିଜେ କମିଶନ ତଦନ୍ତ କମିଟି ଗଠନ କରି ଅଘଟଣ ସ୍ଥଳ ପରିଦର୍ଶନ କରନ୍ତୁ। ପ୍ରଶାସନର ଅବହେଳାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ। ରଥଯାତ୍ରାରେ ବେଆଇନ ଭାବେ ପାସ ବଣ୍ଟନ କରାଯାଇଛି। ଯେଉଁଥି ପାଇଁ କର୍ଡନରେ ଗାଡ଼ି ପଶୁଥିବା ଦେଖିବାକୁ ମିଳୁଛି। ନନ୍ଦିଘୋଷ ରଥ ଟଣା ବେଳେ, ଛତିଶଗଡ଼ର ଏକ ଇନୋଭା ପଶିଥିଲା।

The post ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? : NHRCରେ ମାମଲା appeared first on .