ମାନବ ଇତିହାସରେ ପ୍ରଥମ ଥର...ପୃଥିବୀରୁ ୭୩୭km ଉପରେ ମହାକାଶରେ ସାଧାରଣ ଲୋକ କଲେ ସ୍ପେସ୍ୱାକ୍
ନୂଆଦିଲ୍ଲୀ: SpaceX ପୋଲାରିସ୍ ଡନ ମିଶନ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପ୍ରଥମ ଥର ପୃଥିବୀରୁ ୭୩୭ କିଲୋମିଟର ଉପରେ ମହାକାଶରେ ସାଧାରଣ ଲୋକ ସ୍ପେସ୍ୱାକ୍ କରିଛନ୍ତି । ଆପୋଲୋ ମିଶନର ୫୦ ବର୍ଷ ପରେ ଏପରି କରି ଇତିହାସ ରଚିଛି । ନୂତନ ଆଡଭାନ୍ସ ପ୍ରେସରାଇଜଡ୍ ସୁଟ୍ରେ ମିଶନ କମାଣ୍ଡର ଜାରେଡ ଆଇଜ୍ୟାକମ୍ୟାନ ସ୍ପେସ୍ୱାକ୍ କରିଛନ୍ତି । ମହାକାଶଯାତ୍ରୀଙ୍କ ସ୍ପେସ୍ରେ ଏହି ଐତିହାସିକ ୱାକ୍ର ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା । ସ୍ପେସ୍ୱାକ୍ ପାଇଁ କେବଳ ୩୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏଥିପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଏହି ସମୟରେ ସମସ୍ତଙ୍କ ସ୍ପେସ୍ସୁଟ୍ ଯାନ ସହ ଲାଗି ରହିଥିଲା । Commander @rookisaacman has egressed Dragon and is going through the first of three suit mobility tests that will test overall hand body control, vertical movement with Skywalker, and foot restraint pic.twitter.com/XATJQhLuIZ— SpaceX (@SpaceX) September 12, 2024ସ୍ପେସ୍ଏକ୍ସର ଏହି ମିଶନରେ କୌଣସି ପ୍ରଫେସନାଲ୍ ଆଷ୍ଟ୍ରୋନଟ୍ ନାହାନ୍ତି । ଅର୍ଥାତ୍ ନାସା ଏବଂ ଇସ୍ରୋ ପରି ସ୍ପେସ୍ ଏଜେନ୍ସିର ପେଶାଦାର ମହାକାଶଚାରୀ ଏହି ମିଶନରେ ନାହାନ୍ତି । ଏହି ମିଶନରେ ଜଣେ ବେପାରୀ, ଜଣେ ଫାଇଟର ପାଇଲଟ୍ ଏବଂ ଦୁଇ ଜଣ ସ୍ପେସ୍ଏକ୍ସ କର୍ମଚାରୀ ଅଛନ୍ତି ।
ନୂଆଦିଲ୍ଲୀ: SpaceX ପୋଲାରିସ୍ ଡନ ମିଶନ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପ୍ରଥମ ଥର ପୃଥିବୀରୁ ୭୩୭ କିଲୋମିଟର ଉପରେ ମହାକାଶରେ ସାଧାରଣ ଲୋକ ସ୍ପେସ୍ୱାକ୍ କରିଛନ୍ତି । ଆପୋଲୋ ମିଶନର ୫୦ ବର୍ଷ ପରେ ଏପରି କରି ଇତିହାସ ରଚିଛି । ନୂତନ ଆଡଭାନ୍ସ ପ୍ରେସରାଇଜଡ୍ ସୁଟ୍ରେ ମିଶନ କମାଣ୍ଡର ଜାରେଡ ଆଇଜ୍ୟାକମ୍ୟାନ ସ୍ପେସ୍ୱାକ୍ କରିଛନ୍ତି । ମହାକାଶଯାତ୍ରୀଙ୍କ ସ୍ପେସ୍ରେ ଏହି ଐତିହାସିକ ୱାକ୍ର ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା । ସ୍ପେସ୍ୱାକ୍ ପାଇଁ କେବଳ ୩୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏଥିପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଏହି ସମୟରେ ସମସ୍ତଙ୍କ ସ୍ପେସ୍ସୁଟ୍ ଯାନ ସହ ଲାଗି ରହିଥିଲା ।
Commander @rookisaacman has egressed Dragon and is going through the first of three suit mobility tests that will test overall hand body control, vertical movement with Skywalker, and foot restraint pic.twitter.com/XATJQhLuIZ— SpaceX (@SpaceX) September 12, 2024
ସ୍ପେସ୍ଏକ୍ସର ଏହି ମିଶନରେ କୌଣସି ପ୍ରଫେସନାଲ୍ ଆଷ୍ଟ୍ରୋନଟ୍ ନାହାନ୍ତି । ଅର୍ଥାତ୍ ନାସା ଏବଂ ଇସ୍ରୋ ପରି ସ୍ପେସ୍ ଏଜେନ୍ସିର ପେଶାଦାର ମହାକାଶଚାରୀ ଏହି ମିଶନରେ ନାହାନ୍ତି । ଏହି ମିଶନରେ ଜଣେ ବେପାରୀ, ଜଣେ ଫାଇଟର ପାଇଲଟ୍ ଏବଂ ଦୁଇ ଜଣ ସ୍ପେସ୍ଏକ୍ସ କର୍ମଚାରୀ ଅଛନ୍ତି । ପୋଲାରିସ୍ ଡନ୍ ମିଶନରେ ଚାରି ଜଣ ମହାକାଶକୁ ଡ୍ରାଗନ କ୍ରୁ କ୍ୟାପସୁଲରେ ଯାତ୍ରା କରିଛନ୍ତି । ଏମାନଙ୍କ କମାଣ୍ଡର ଜାରେଡ ଆଇଜ୍ୟାକମ୍ୟାନ, ପାଇଲଟ୍ ସ୍କଟ୍ ‘କିଡ୍’ ପୋଟିଟ୍, ମିଶନ ସ୍ପେଶାଲିଷ୍ଟ ସାରାହ ଗିଲିସ ଏବଂ ଅନ୍ନା ମେନନ । ଆଇଜ୍ୟାକମ୍ୟାନ୍ ଜଣେ ଉଦ୍ୟୋଗୀ ଏବଂ ସେ ଏହି ମିଶନ ପାଇଁ ଫଣ୍ଡିଂ ଯୋଗାଉଛନ୍ତି । ପୋଟିଟ୍ ଆମେରିକା ବାୟୁ ସେନାର ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ । ଗିଲିସ ଏବଂ ମେନନ ସ୍ପେସ୍ଏକ୍ସର ଇଞ୍ଜିନିୟର୍ସ ।
ଆଇଜ୍ୟାକମ୍ୟାନ ଏବଂ ଗିଲିସ୍ ପ୍ରଥମ ଥର ସ୍ପେସ୍ୱାକ୍ କରିଛନ୍ତି । ଏହି ସମୟରେ ଡ୍ରାଗନ୍ କ୍ୟାପସୁଲର ଉଚ୍ଚତା ପ୍ରାୟ ୭୩୭ କିଲୋମିଟର ଥିଲା । ଆପୋଲୋ ପରେ ଏହା ସବୁଠୁ ଉଚ୍ଚ କ୍ରିୟୁ ମିଶନ, କାରଣ ଏହି ମିଶନ ୧୪୦୦ କିଲୋମିଟର ଉଚ୍ଚ ଯାଏ ଯାଇଛି । ପୋଟିଟ ଏବଂ ମେନନ ପ୍ରଥମ ଥର ମହାକାଶ ଯାତ୍ରା କରିଛନ୍ତି । ଆଇଜ୍ୟାକମ୍ୟାନ ୨୦୨୧ ସେପ୍ଟେମ୍ୱରରେ ହୋଇଥିବା ଇସ୍ପିରେସନ ୪ ମିଶନରେ ମହାକାଶ ଯାତ୍ରା କରିଥିଲେ ।