ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ, ୟୁକ୍ରେନକୁ ଦାୟୀ କଲେ ମସ୍କ

ନୂଆଦିଲ୍ଲୀ ୧୧/୦୩: ଏକ୍ସର ଗ୍ଲୋବାଲ୍ ଆଉଟେଜ୍ । ଦିନକରେ ତିନି ତିନି ଥର ଠପ୍ ହୋଇ ପଡ଼ିଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ । ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ‘ଏକ୍ସ’ ସୋସିଆଲ୍ ସାଇଟ୍ ଆଦି କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦିନର ବିଭିନ୍ନ ସମୟରେ ଅଚଳ ହୋଇଥିବା ସୂଚନା ମିଳିଛି । ଭାରତୀୟ ସମୟ ଅନୁସାରେ, ପ୍ରଥମେ ଅପରାହ୍ଣ ସାଢ଼େ ୩ଟାରେ, ପରେ ସନ୍ଧ୍ୟା ୭ଟାରେ ଏବଂ ପୁଣି ରାତି ୮ଟା ୪୪ରେ ଟ୍ବିଟର୍ ଡାଉନ୍ ଥିଲା । ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ । ସେପଟେ ଘଟଣାକୁ ନେଇ ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି ଏଲନ ମସ୍କ । ସେ କହିଛନ୍ତି ଘଟଣା ପଛରେ ୟୁକ୍ରେନର ହାତ ରହିଛି । କୋଟିପତି ଏବଂ DOGE ମୁଖ୍ୟ ଏଲୋନ ମସ୍କ ମଙ୍ଗଳବାର ଦିନ ଦାବି କରିଛନ୍ତି ଯେ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୁରୁଣା ନାମ) ଉପରେ ବଡ଼ ଧରଣର ସାଇବର ଆକ୍ରମଣ ହେଉଛି, ଯାହା ପାଇଁ ସେ ୟୁକ୍ରେନକୁ ଦାୟୀ କରିଛନ୍ତି।ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା ସମୟରେ, ଏଲୋନ୍ ମସ୍କ କହିଛନ୍ତି ଯେ ପ୍ରକୃତରେ କ’ଣ ଘଟିଥିଲା ତାହା ଆମେ ଜାଣିନାହୁଁ, କିନ୍ତୁ ୟୁକ୍ରେନ ଅଞ୍ଚଳରୁ ସୃଷ୍ଟି ହୋଇଥିବା IP ଠିକଣା ସହିତ ସାଇବର ଆଟାକରମାନେ X ସିଷ୍ଟମକୁ ନଷ୍ଟ କରିଦେଇଛନ୍ତି । ଯାହା କି ବଡ଼ ଧରଣର ସାଇବର ଆକ୍ରମଣ ବୋଲି ଚର୍ଚ୍ଚା । ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ସମର୍ଥକ ହ୍ୟାକର୍ ଗୋଷ୍ଠୀ ଡାର୍କ ଷ୍ଟର୍ମ ଟିମ୍ X ଉପରେ DDoS ଆକ୍

ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ, ୟୁକ୍ରେନକୁ ଦାୟୀ କଲେ ମସ୍କ

ନୂଆଦିଲ୍ଲୀ ୧୧/୦୩: ଏକ୍ସର ଗ୍ଲୋବାଲ୍ ଆଉଟେଜ୍ । ଦିନକରେ ତିନି ତିନି ଥର ଠପ୍ ହୋଇ ପଡ଼ିଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ । ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ‘ଏକ୍ସ’ ସୋସିଆଲ୍ ସାଇଟ୍ ଆଦି କେବଳ ଭାରତ ନୁହେଁ, ସାରା ବିଶ୍ବରେ ଦିନର ବିଭିନ୍ନ ସମୟରେ ଅଚଳ ହୋଇଥିବା ସୂଚନା ମିଳିଛି । 

ଭାରତୀୟ ସମୟ ଅନୁସାରେ, ପ୍ରଥମେ ଅପରାହ୍ଣ ସାଢ଼େ ୩ଟାରେ, ପରେ ସନ୍ଧ୍ୟା ୭ଟାରେ ଏବଂ ପୁଣି ରାତି ୮ଟା ୪୪ରେ ଟ୍ବିଟର୍ ଡାଉନ୍ ଥିଲା । ବାରମ୍ୱାର ଡାଉନ୍, ୨୪ ଘଣ୍ଟାରେ ଲଗାତାର ସାଇବର ଆଟାକ । ସେପଟେ ଘଟଣାକୁ ନେଇ ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି ଏଲନ ମସ୍କ । ସେ କହିଛନ୍ତି ଘଟଣା ପଛରେ ୟୁକ୍ରେନର ହାତ ରହିଛି । 

କୋଟିପତି ଏବଂ DOGE ମୁଖ୍ୟ ଏଲୋନ ମସ୍କ ମଙ୍ଗଳବାର ଦିନ ଦାବି କରିଛନ୍ତି ଯେ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୁରୁଣା ନାମ) ଉପରେ ବଡ଼ ଧରଣର ସାଇବର ଆକ୍ରମଣ ହେଉଛି, ଯାହା ପାଇଁ ସେ ୟୁକ୍ରେନକୁ ଦାୟୀ କରିଛନ୍ତି।

ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା ସମୟରେ, ଏଲୋନ୍ ମସ୍କ କହିଛନ୍ତି ଯେ ପ୍ରକୃତରେ କ’ଣ ଘଟିଥିଲା ତାହା ଆମେ ଜାଣିନାହୁଁ, କିନ୍ତୁ ୟୁକ୍ରେନ ଅଞ୍ଚଳରୁ ସୃଷ୍ଟି ହୋଇଥିବା IP ଠିକଣା ସହିତ ସାଇବର ଆଟାକରମାନେ X ସିଷ୍ଟମକୁ ନଷ୍ଟ କରିଦେଇଛନ୍ତି । ଯାହା କି ବଡ଼ ଧରଣର ସାଇବର ଆକ୍ରମଣ ବୋଲି ଚର୍ଚ୍ଚା । 

ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ସମର୍ଥକ ହ୍ୟାକର୍ ଗୋଷ୍ଠୀ ଡାର୍କ ଷ୍ଟର୍ମ ଟିମ୍ X ଉପରେ DDoS ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଗୋଷ୍ଠୀ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ଦେଶ ଏବଂ ସଂଗଠନଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଜଣାଶୁଣା।

ଏହାର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ, ବର୍ତ୍ତମାନ ପୁଣି ଏହା କାର୍ଯ୍ୟକ୍ଷମ ହେଉଥିବା ସୂଚନା ମିଳିଛି । ଆଉଟେଜ୍ ବେଳେ ଏକ୍ସର ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିପାରିନଥିଲେ ୟୁଜର୍ । ଭାରତ, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଓ କାନାଡ଼ର ପ୍ରାୟ ୪୦ ହଜାର ୟୁଜର୍ ଏନେଇ ବିଭିନ୍ନ ପ୍ଲାଟଫର୍ମରେ ଅଭିଯୋଗ କରିଥିଲେ । ଭାରତରୁ ରିପୋର୍ଟ କରିଥିଲେ ୨ ହଜାରରୁ ଅଧିକ ୟୁଜର୍ । ଭାରତ ସମୟ ଅପରାହ୍ନ ପ୍ରାୟ ୩ଟା ସମୟରେ ‘X’ରେ ଆଉଟେଜ୍‌ ରିପୋର୍ଟ କରାଯାଇଥିଲା । ଯାହା ଫଳରେ ଉପଭୋକ୍ତାମାନେ ବହୁତ ସମୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଉପଭୋକ୍ତା ପ୍ଲାଟଫର୍ମରେ କିଛି ପୋଷ୍ଟ କରିପାରିନଥିଲା ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ୨୦୨୨ ମସିହାରେ ୪୪ ବିଲିୟନ ଆମେରିକୀୟ ଡଲାରରେ ‘X’କୁ ଅଧିଗ୍ରହଣ କରିଥିଲେ । ସେବେଠାରୁ, ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଏବଂ ଅପଡେଟ୍ ହୋଇଛି । କିନ୍ତୁ ଏତେ ବଡ଼ ବିଭ୍ରାଟ ବହୁତ ଦିନ ଧରି ଦେଖାଯାଇ ନଥିଲା। ଡାଉନଟାଇମ୍ ସମୟରେ, X ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦେଲା । ଏହି ସମୟ ମଧ୍ୟରେ ବ୍ୟବହାରକାରୀମାନେ ପ୍ଲାଟଫର୍ମରେ ଟ୍ୱିଟ୍ ପୋଷ୍ଟ କରିପାରିଲେ ନାହିଁ କିମ୍ବା ପୃଷ୍ଠା ଖୋଲି ପାରିନଥିଲେ ।