ସପିଂ ବ୍ୟାଗ୍ର ରଙ୍ଗ ଧୂସର୍ କାହିଁକି ? ଜାଣନ୍ତୁ ଏହାପଛର କାରଣ କଣ…
ନୂଆଦିଲ୍ଲୀ ୨୩।୦୫: ବଜାରରୁ ପୋଷାକ ହେଉ ଅବା ପରିବା କିମ୍ବା ଫଳମୂଳ ବିଭିନ୍ନ ଜିନିଷ କିଣିବା ସମୟରେ ଆମେ କାଗଜ ବ୍ୟାଗ୍ର ବ୍ୟବହାର କରିଥାଉ । ବଜାରରେ ଉପଲବ୍ଧ ଏହି ବ୍ୟାଗ୍ ପ୍ରାୟତଃ ଦେଖିବାକୁ ଧୂସର ରଙ୍ଗର କାଗଜ ବ୍ୟାଗ୍ ହିଁ ହୋଇଥାଏ ।ଆମେ ସମସ୍ତେ ଜାଣୁ ଯେ କାଗଜ,ଟିସୁ ପେପର୍,ବହି,ଖାତା ଓ ଟଏଲେଟ୍ ପେପର୍ ଇତ୍ୟାଦି ତିଆରି ପାଇଁ ଗଛର ସହାୟତା ନିଆଯାଇଥାଏ । ଗଛ କାଟିବା ପରେ ହିଁ ଏସବୁ ତିଆରି କରାଯାଇଥାଏ, ଯାହାର କୁପ୍ରଭାବ ପରିବେଶ ଉପରେ ପଡିଥାଏ । ତେଣୁ ପ୍ରକୃତିକୁ ଦୃଷ୍ଟିରେ ରଖି ବଜ୍ୟବସ୍ତୁକୁ ନଷ୍ଟ ନକରି ଏହାର ପୁର୍ନଃ ବ୍ୟବହାର କରାଯାଉଛି । ଯାହାର ନୂଆ ରୂପ ହେଉଛି ଏହି ଧୂସର ରଙ୍ଗର କାଗଜ ବ୍ୟାଗ୍ । ଶପିଂ ବ୍ୟାଗ୍ ପ୍ରସ୍ତୁତି ପାଇଁ କାର୍ଡବୋର୍ଡର ବ୍ୟବହାର କରାଯାଇଥାଏ । ସେହିପରି କ୍ରାପ୍ଟ ପେପର୍ ମଧ୍ୟ ବ୍ୟାଗ୍ର ଭିନ୍ନ ଏକରୂପ । ଅଧିକାଂଶ ଡିପାଟ୍ମେଣ୍ଟାଲ୍ ଷ୍ଟୋର ଏହି ବ୍ୟାଗ୍ର ବ୍ୟବହାର କରିଥାନ୍ତି । କ୍ରାପ୍ଟ ପେପର୍ରୁ ସହଜରେ ଧୂସର ରଙ୍ଗର ବ୍ୟାଗ୍ ବାହାରିଥାଏ, ଯାହାକୁ ବ୍ଲିଚ୍ କରାଯାଇନଥାଏ । ଏହି କାଗଜ ବ୍ୟାଗ୍ କ୍ରାପ୍ଟ ପେପର୍ ବା ପୁର୍ନଃ ବନିକରଣ କାଗଜରୁ ତିଆରି କରାଯାଇଥାଏ ।ଅନେକ କାରଣରୁ ପ୍ଲାଷ୍ଟିକ୍ ବ୍ୟାଗ୍କୁ ନଷ୍ଟ କରିବା କଷ୍ଟ ହୋଇଥାଏ । ପ୍ଲାଷ୍ଟିକ୍ ପରିବର୍ତ୍ତେ କାଗଜ ବ୍ୟାଗ୍ ମାଟିରେ ମିଶିବା ସହଜ ହୋଇଥାଏ । ଏହି ବ୍ୟାଗକୁ ଛୋଟ ଛୋଟ କରିବା ପରେ ମାଟି ବା ଗୋ
ନୂଆଦିଲ୍ଲୀ ୨୩।୦୫: ବଜାରରୁ ପୋଷାକ ହେଉ ଅବା ପରିବା କିମ୍ବା ଫଳମୂଳ ବିଭିନ୍ନ ଜିନିଷ କିଣିବା ସମୟରେ ଆମେ କାଗଜ ବ୍ୟାଗ୍ର ବ୍ୟବହାର କରିଥାଉ । ବଜାରରେ ଉପଲବ୍ଧ ଏହି ବ୍ୟାଗ୍ ପ୍ରାୟତଃ ଦେଖିବାକୁ ଧୂସର ରଙ୍ଗର କାଗଜ ବ୍ୟାଗ୍ ହିଁ ହୋଇଥାଏ ।
ଆମେ ସମସ୍ତେ ଜାଣୁ ଯେ କାଗଜ,ଟିସୁ ପେପର୍,ବହି,ଖାତା ଓ ଟଏଲେଟ୍ ପେପର୍ ଇତ୍ୟାଦି ତିଆରି ପାଇଁ ଗଛର ସହାୟତା ନିଆଯାଇଥାଏ । ଗଛ କାଟିବା ପରେ ହିଁ ଏସବୁ ତିଆରି କରାଯାଇଥାଏ, ଯାହାର କୁପ୍ରଭାବ ପରିବେଶ ଉପରେ ପଡିଥାଏ । ତେଣୁ ପ୍ରକୃତିକୁ ଦୃଷ୍ଟିରେ ରଖି ବଜ୍ୟବସ୍ତୁକୁ ନଷ୍ଟ ନକରି ଏହାର ପୁର୍ନଃ ବ୍ୟବହାର କରାଯାଉଛି । ଯାହାର ନୂଆ ରୂପ ହେଉଛି ଏହି ଧୂସର ରଙ୍ଗର କାଗଜ ବ୍ୟାଗ୍ ।
ଶପିଂ ବ୍ୟାଗ୍ ପ୍ରସ୍ତୁତି ପାଇଁ କାର୍ଡବୋର୍ଡର ବ୍ୟବହାର କରାଯାଇଥାଏ । ସେହିପରି କ୍ରାପ୍ଟ ପେପର୍ ମଧ୍ୟ ବ୍ୟାଗ୍ର ଭିନ୍ନ ଏକରୂପ । ଅଧିକାଂଶ ଡିପାଟ୍ମେଣ୍ଟାଲ୍ ଷ୍ଟୋର ଏହି ବ୍ୟାଗ୍ର ବ୍ୟବହାର କରିଥାନ୍ତି । କ୍ରାପ୍ଟ ପେପର୍ରୁ ସହଜରେ ଧୂସର ରଙ୍ଗର ବ୍ୟାଗ୍ ବାହାରିଥାଏ, ଯାହାକୁ ବ୍ଲିଚ୍ କରାଯାଇନଥାଏ । ଏହି କାଗଜ ବ୍ୟାଗ୍ କ୍ରାପ୍ଟ ପେପର୍ ବା ପୁର୍ନଃ ବନିକରଣ କାଗଜରୁ ତିଆରି କରାଯାଇଥାଏ ।
ଅନେକ କାରଣରୁ ପ୍ଲାଷ୍ଟିକ୍ ବ୍ୟାଗ୍କୁ ନଷ୍ଟ କରିବା କଷ୍ଟ ହୋଇଥାଏ । ପ୍ଲାଷ୍ଟିକ୍ ପରିବର୍ତ୍ତେ କାଗଜ ବ୍ୟାଗ୍ ମାଟିରେ ମିଶିବା ସହଜ ହୋଇଥାଏ । ଏହି ବ୍ୟାଗକୁ ଛୋଟ ଛୋଟ କରିବା ପରେ ମାଟି ବା ଗୋବରରେ ମିଶାଇଦେଲେ ଅଳ୍ପଦିନ ପରେ ଏହା କମ୍ପୋଷ୍ଟରେ ବଦଳିଯାଇଥାଏ ।