ଜାଭଲିନ୍‌ ଷ୍ଟାର୍‌ ନୀରଜ ଚୋପ୍ରା ଅଲମ୍ପିକ୍‌ରେ ଜିତିଲେ ରୌପ୍ୟ, ପ୍ୟାରିସରେ କଲେ ରେକର୍ଡ

ନୂଆଦିଲ୍ଲୀ ୦୯।୦୮: ଭାରତର ଗୋଲ୍ଡେନ୍‌ ବଏ । ପ୍ୟାରିସ ଅଲମ୍ପିକ୍ସରେ ହୋଇଛନ୍ତି ସିଲଭରରେ ସନ୍ତୁଷ୍ଟ । ସୁନା ପଦକ ଜିତିବାରୁ ଅଳ୍ପକେ ବର୍ତ୍ତିଛନ୍ତି । ନୀରଜ ଚୋପ୍ରା କେବଳ ରୌପ୍ୟ ଜିତିଛନ୍ତି ତା ନୁହେଁ ସେ ପ୍ୟାରିସ୍‌ ଅଲମ୍ପିକ୍ସରେ ରଚିଛନ୍ତି ନୂଆ ରେକର୍ଡ । ଭାରତୀୟ ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଆଣିଛନ୍ତି ପ୍ରଥମ ରୌପ୍ୟ ପଦକ । ନୀରଜ ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରରେ ଜାଭେଲିନ୍ ଥ୍ରୋ କରି ଜିତିଥିଲେ ସ୍ୱର୍ଣ୍ଣ ପଦକ । ଏଥର ଟୋକିଓ ଅପେକ୍ଷା ଅଧିକ ଦୂରକୁ ଫିଙ୍ଗିଥିଲେ ଜାଭେଲିନ୍ । କିନ୍ତୁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୬ ବର୍ଷିୟ ନୀରଜ ପ୍ୟାରିସ୍‌ ଅଲମ୍ପିକ୍ସରେ ୬ଟି ପ୍ରୟାସରୁ ୫ଟି କରିଥିଲେ ଫାଉଲ୍‌ । ତେବେ ଦ୍ୱିତୀୟ ଥ୍ରୋ ୮୯.୪୫ ମିଟର ଥିଲା ଏବଂ ଏହା ହିଁ ନୀରଜଙ୍କୁ ଦେଇଥିଲା ରୌପ୍ୟ ପଦକ । ନିରଜ ରୌପ୍ୟ ପଦକ ସହିତ ନିଜ ନାଁରେ କରିଛନ୍ତି ଐତିହାସିକ ରେକର୍ଡ । ଲଗାତାର ଦୁଇଟି ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ । ଏହାପୂର୍ବରୁ ଭାରତ ପାଇଁ ବ୍ୟକ୍ତିଗତ ଇଭେଣ୍ଟରେ ଅଭିନଭ ବିନ୍ଦ୍ରା ବେଜିଂ ୨୦୦୮ରେ ଜିତିଥିଲେ ସ୍ୱର୍ଣ୍ଣ ।ଯଦି ନୀରଜ ସ୍ୱର୍ଣ୍ଣ ଜିତିଥାନ୍ତେ ତେବେ ସେ ଅଲିମ୍ପିକ୍ସ ଇତିହାସରେ ଟାଇଟଲ ବଜାୟ ରଖିଥିବା ବିଶ୍ୱର ୫ମ ଖେଳାଳି ତଥା ଭାରତର ପ୍ରଥମ ଆଥଲେଟ ହ

ଜାଭଲିନ୍‌ ଷ୍ଟାର୍‌ ନୀରଜ ଚୋପ୍ରା ଅଲମ୍ପିକ୍‌ରେ ଜିତିଲେ ରୌପ୍ୟ, ପ୍ୟାରିସରେ କଲେ ରେକର୍ଡ

ନୂଆଦିଲ୍ଲୀ ୦୯।୦୮: ଭାରତର ଗୋଲ୍ଡେନ୍‌ ବଏ । ପ୍ୟାରିସ ଅଲମ୍ପିକ୍ସରେ ହୋଇଛନ୍ତି ସିଲଭରରେ ସନ୍ତୁଷ୍ଟ । ସୁନା ପଦକ ଜିତିବାରୁ ଅଳ୍ପକେ ବର୍ତ୍ତିଛନ୍ତି । ନୀରଜ ଚୋପ୍ରା କେବଳ ରୌପ୍ୟ ଜିତିଛନ୍ତି ତା ନୁହେଁ ସେ ପ୍ୟାରିସ୍‌ ଅଲମ୍ପିକ୍ସରେ ରଚିଛନ୍ତି ନୂଆ ରେକର୍ଡ । ଭାରତୀୟ ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଆଣିଛନ୍ତି ପ୍ରଥମ ରୌପ୍ୟ ପଦକ । 

ନୀରଜ ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରରେ ଜାଭେଲିନ୍ ଥ୍ରୋ କରି ଜିତିଥିଲେ ସ୍ୱର୍ଣ୍ଣ ପଦକ । ଏଥର ଟୋକିଓ ଅପେକ୍ଷା ଅଧିକ ଦୂରକୁ ଫିଙ୍ଗିଥିଲେ ଜାଭେଲିନ୍ । କିନ୍ତୁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୬ ବର୍ଷିୟ ନୀରଜ ପ୍ୟାରିସ୍‌ ଅଲମ୍ପିକ୍ସରେ ୬ଟି ପ୍ରୟାସରୁ ୫ଟି କରିଥିଲେ ଫାଉଲ୍‌ । ତେବେ ଦ୍ୱିତୀୟ ଥ୍ରୋ ୮୯.୪୫ ମିଟର ଥିଲା ଏବଂ ଏହା ହିଁ ନୀରଜଙ୍କୁ ଦେଇଥିଲା ରୌପ୍ୟ ପଦକ । 

ନିରଜ ରୌପ୍ୟ ପଦକ ସହିତ ନିଜ ନାଁରେ କରିଛନ୍ତି ଐତିହାସିକ ରେକର୍ଡ । ଲଗାତାର ଦୁଇଟି ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ । ଏହାପୂର୍ବରୁ ଭାରତ ପାଇଁ ବ୍ୟକ୍ତିଗତ ଇଭେଣ୍ଟରେ ଅଭିନଭ ବିନ୍ଦ୍ରା ବେଜିଂ ୨୦୦୮ରେ ଜିତିଥିଲେ ସ୍ୱର୍ଣ୍ଣ ।

ଯଦି ନୀରଜ ସ୍ୱର୍ଣ୍ଣ ଜିତିଥାନ୍ତେ ତେବେ ସେ ଅଲିମ୍ପିକ୍ସ ଇତିହାସରେ ଟାଇଟଲ ବଜାୟ ରଖିଥିବା ବିଶ୍ୱର ୫ମ ଖେଳାଳି ତଥା ଭାରତର ପ୍ରଥମ ଆଥଲେଟ ହୋଇଥାନ୍ତେ । ଏହା ସହିତ ଅଲିମ୍ପିକ୍ସର ଗୋଟିଏ ବ୍ୟକ୍ତିଗତ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥାନ୍ତେ । କିନ୍ତୁ ସେ ଏହି ରେକର୍ଡରୁ ହୋଇଛନ୍ତି ବଞ୍ଚିତ । 

ଏହାବ୍ୟତୀତ ରେସଲର ସୁଶୀଲ କୁମାର ଏବଂ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟରେ କୌଣସି ଦୁଇଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ପରେ ତୃତୀୟ ଭାରତୀୟ ହେଉଛନ୍ତି ନୀରଜ , ଯିଏ ଅଲିମ୍ପିକ୍ସରେ କୌଣସି ଦୁଇଟି ପଦକ ଜିତିଛନ୍ତି । ଯଦିଓ ସୁଶୀଲ ଏବଂ ସିନ୍ଧୁ ସ୍ୱର୍ଣ୍ଣ ଜିତିପାରିନଥିଲେ,  କିନ୍ତୁ ବେଜିଂ ୨୦୦୮ରେ ବ୍ରୋଞ୍ଜ ଏବଂ ଲଣ୍ଡନ ୨୦୧୨ରେ ରୌପ୍ୟ ପଦକ ଜିତିଥିଲେ । ସିନ୍ଧୁ ରିଓ ୨୦୧୬ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ ଜିତିଥିଲେ ବ୍ରୋଞ୍ଜ ପଦକ ।