ବିହାରରେ ଜୁତିଆ ସ୍ନାନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ୪୦ ମୃତ
ପାଟନା ୨୬।୯: ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଜୁତିଆ ବ୍ରତ ପାଳିତ ହୋଇଛି। ୩ ଦିବସୀୟ ଏହି ବ୍ରତ ପାଳନ କାଳରେ ଲୋକେ ଧାର୍ମିକ ଆସ୍ଥା ଯୋଗୁ ଗଙ୍ଗା ସ୍ନାନ କରିଛନ୍ତି। ଖାସ କରି ବିହାରରେ ଏହି ଉତ୍ସବକୁ ନେଇ ଲୋକଙ୍କ ମନରେ ବେଶ୍ ଉତ୍ସାହ ରହିଛି। ତେବେ ଜୁତିଆ ସ୍ନାନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ପାଖାପାଖି ୫୦ ଜଣ ବନ୍ୟାରେ ଫୁଲିଥିବା ଗଙ୍ଗାନଦୀ ସୁଅରେ ଭାସି ଯାଇଥିବା ଜଣାପଡିଛି। ୫୦ ଜଣଙ୍କ ମଧ୍ୟରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଔରଙ୍ଗା ବାଦରେ ପୋଖରୀରେ ଜୁତିଆ ବୁଡ଼ ପକାଉଥିବା ବେଳେ ୮ ଜଣ ପିଲା ବୁଡି ଯାଇଛନ୍ତି। ଏହା ଛଡା ଚମ୍ପାରଣ, ସାରଣ, ସିବାନ, ପାଟନା, ରୋହତାସ, ଅରବଲ ଓ କୈମୁରରେ ମଧ୍ୟ ଅଘଟଣର ସୂଚନା ମିଳୁଛି। ଏହି ସବୁ ଦୁର୍ଘଟଣା ଉପରେ ବିହାର ସରକାର ସଂଜ୍ଞାନ ନେଇଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁତିଆ ସ୍ନାନ ଲାଗି ନଦୀକୁ ଗାଧୋଇ ଯାଇଥିବା ୨ ମହିଳାଙ୍କ ସମେତ ୬ ଜଣ ପିଲା ପ୍ରାଣ ହରାଇଛନ୍ତି। ଏହି ଘଟଣା ଇଂଟହଟ ଗାଁ ଓ ଗାଁବ କୁଶାରେ ହୋଇଛି। ଇଂଟହଟ ଗାଁ ଦେଇ ଯାଇଥିବା ବଟାନେ ନଦୀରୁ ୪ଜଣ ପିଲାଙ୍କ ଶବ ମିଳିଛି। ମୃତକମାନଙ୍କୁ କୁଶହା ଗ୍ରାମର ଉପେନ୍ଦ୍ର ଯାଦବଙ୍କ ୮ବର୍ଷର ପୁଅ ଅଙ୍କଜ କୁମାର, ବୀରେନ୍ଦ୍ର ଯାଦବଙ୍କ ୧୩ ବର୍ଷର ଝିଅ ସୋନାଲୀ କୁମାରୀ, ଯୁଗଳ ଯାଦବଙ୍କ ୧୨ ବର୍ଷର ଝିଅ ନିଲମ କୁମାର
ପାଟନା ୨୬।୯: ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଜୁତିଆ ବ୍ରତ ପାଳିତ ହୋଇଛି। ୩ ଦିବସୀୟ ଏହି ବ୍ରତ ପାଳନ କାଳରେ ଲୋକେ ଧାର୍ମିକ ଆସ୍ଥା ଯୋଗୁ ଗଙ୍ଗା ସ୍ନାନ କରିଛନ୍ତି। ଖାସ କରି ବିହାରରେ ଏହି ଉତ୍ସବକୁ ନେଇ ଲୋକଙ୍କ ମନରେ ବେଶ୍ ଉତ୍ସାହ ରହିଛି। ତେବେ ଜୁତିଆ ସ୍ନାନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ପାଖାପାଖି ୫୦ ଜଣ ବନ୍ୟାରେ ଫୁଲିଥିବା ଗଙ୍ଗାନଦୀ ସୁଅରେ ଭାସି ଯାଇଥିବା ଜଣାପଡିଛି।
୫୦ ଜଣଙ୍କ ମଧ୍ୟରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଔରଙ୍ଗା ବାଦରେ ପୋଖରୀରେ ଜୁତିଆ ବୁଡ଼ ପକାଉଥିବା ବେଳେ ୮ ଜଣ ପିଲା ବୁଡି ଯାଇଛନ୍ତି। ଏହା ଛଡା ଚମ୍ପାରଣ, ସାରଣ, ସିବାନ, ପାଟନା, ରୋହତାସ, ଅରବଲ ଓ କୈମୁରରେ ମଧ୍ୟ ଅଘଟଣର ସୂଚନା ମିଳୁଛି। ଏହି ସବୁ ଦୁର୍ଘଟଣା ଉପରେ ବିହାର ସରକାର ସଂଜ୍ଞାନ ନେଇଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁତିଆ ସ୍ନାନ ଲାଗି ନଦୀକୁ ଗାଧୋଇ ଯାଇଥିବା ୨ ମହିଳାଙ୍କ ସମେତ ୬ ଜଣ ପିଲା ପ୍ରାଣ ହରାଇଛନ୍ତି।
ଏହି ଘଟଣା ଇଂଟହଟ ଗାଁ ଓ ଗାଁବ କୁଶାରେ ହୋଇଛି। ଇଂଟହଟ ଗାଁ ଦେଇ ଯାଇଥିବା ବଟାନେ ନଦୀରୁ ୪ଜଣ ପିଲାଙ୍କ ଶବ ମିଳିଛି। ମୃତକମାନଙ୍କୁ କୁଶହା ଗ୍ରାମର ଉପେନ୍ଦ୍ର ଯାଦବଙ୍କ ୮ବର୍ଷର ପୁଅ ଅଙ୍କଜ କୁମାର, ବୀରେନ୍ଦ୍ର ଯାଦବଙ୍କ ୧୩ ବର୍ଷର ଝିଅ ସୋନାଲୀ କୁମାରୀ, ଯୁଗଳ ଯାଦବଙ୍କ ୧୨ ବର୍ଷର ଝିଅ ନିଲମ କୁମାରୀ, ଇଣ୍ଟହଟ ଗାଁର ଗୌତମ ସିଂହଙ୍କ ୧୯ବର୍ଷର ଝିଅ ନିଶା କୁମାରୀ, ଅଙ୍କୁ କୁମାରୀ (୧୧), ଚୁଲବୁଲି (୧୨) ଓ ଲାଜୋ କୁମାରୀ (୧୦) ଭାବେ ଚିହ୍ନଟ କରାଯାଇଛି।