୧୦୦୦ କୋଟି କ୍ଲବରେ ଏଣ୍ଟ୍ରିର ପ୍ରସ୍ତୁତି, ଜାଣନ୍ତୁ ଷଷ୍ଠ ଦିନରେ ପୁଷ୍ପା-୨ର ବକ୍ସ ଅଫିସ୍ କଲେକ୍ସନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍’ ବକ୍ସ ଅଫିସ୍‌ରେ ରାଜ୍ କରି ଚାଲିଛି। ଫିଲ୍ମର ଓ୍ଵାର୍ଲ୍ଡଓ୍ଵାଇଡ୍ କଲେକ୍ସନ ପାଖାପାଖି ହଜାରେ କୋଟି ପହଞ୍ଚିଲାଣି। ଏତେ ଶୀଘ୍ର ଏମିତି ରୋଜଗାର କରିବାରେ ଏହା ପ୍ରଥମ ଫିଲ୍ମ। ଫିଲ୍ମର ଆୟ ଉପରେ ରିପୋର୍ଟ ଜାରି କରି ସାକନିଲ୍‌କ ନିଜର ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ବକ୍ସ ଅଫିସ୍‌ରେ ପୁଷ୍ପା-୨ ଏ ପର୍ଯ୍ୟନ୍ତ ୬୪୫ କୋଟି ୯୫ ଲକ୍ଷ ଟଙ୍କା ଆୟ କରି ସାରିଛି। ଦେଶରେ ତେଲୁଗୁ ଓ ହିନ୍ଦୀ ଭର୍ସନରେ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି। ଫିଲ୍ମର ପ୍ରଥମ ଭାଗ ବ୍ଲକବଷ୍ଟର ରହିଥିବା ବେଳେ ଦ୍ଵିତୀୟ ଭାଗକୁ ଦର୍ଶକ ଚାତକ ପରି ଚାହିଁ ରହିଥିଲେ। ରିଲିଜର ଓପନିଂ ଡେରେ ୨୯୪ କୋଟି ଟଙ୍କା ଆୟ କରି ପ୍ରଥମ ଦିନ କଲେକ୍ସନରେ ସବୁ ରେକର୍ଡ ଭାଙ୍ଗିଥିଲା। ଆଉ ତା ପରଠୁ ଫିଲ୍ମର ସୁନାମୀ ଥମିବାର ନାଁ ନେଉନି। ମଙ୍ଗଳବାର ଖବର ଲେଖା ଯିବା ସୁଦ୍ଧା ପୁଷ୍ପା ୨ ଭାରତୀୟ ବକ୍ସ ଅଫିସ୍‌ରେ ୫୨ କୋଟି ୨୦ ଲକ୍ଷ ଟଙ୍କା ଆୟ କରି ସାରିଛି।କେବଳ ୫ ଦିନରେ ଫିଲ୍ମ ୯୦୦ କୋଟିର ବ୍ୟବସାୟ କରି ସାରିଲାଣି। ଷଷ୍ଠ ଦିନ ଅର୍ଥାତ ମଙ୍ଗଳବାରର ଆୟକୁ ମିଶାଇଲେ ଏହା ୯୫୦ କୋଟି ଟଙ୍କା ଛୁଇଁଛି। ତେବେ ଫିଲ୍ମର ଆନୁଷ୍ଠାନିକ ବ୍ୟବସାୟର ତଥ୍ୟ ବୁଧବାର ଜାରି କରାଯିବ। ମାତ୍ର ସାକନିଲ୍‌କର ରିପୋର୍ଟ ମୁତାବକ ସପ୍ତାହ ପୂରା   ହେବା ସୁଦ୍ଧା ୧୦୦୦ କୋଟି

୧୦୦୦ କୋଟି କ୍ଲବରେ ଏଣ୍ଟ୍ରିର ପ୍ରସ୍ତୁତି, ଜାଣନ୍ତୁ ଷଷ୍ଠ ଦିନରେ ପୁଷ୍ପା-୨ର ବକ୍ସ ଅଫିସ୍ କଲେକ୍ସନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍’ ବକ୍ସ ଅଫିସ୍‌ରେ ରାଜ୍ କରି ଚାଲିଛି। ଫିଲ୍ମର ଓ୍ଵାର୍ଲ୍ଡଓ୍ଵାଇଡ୍ କଲେକ୍ସନ ପାଖାପାଖି ହଜାରେ କୋଟି ପହଞ୍ଚିଲାଣି। ଏତେ ଶୀଘ୍ର ଏମିତି ରୋଜଗାର କରିବାରେ ଏହା ପ୍ରଥମ ଫିଲ୍ମ। ଫିଲ୍ମର ଆୟ ଉପରେ ରିପୋର୍ଟ ଜାରି କରି ସାକନିଲ୍‌କ ନିଜର ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ବକ୍ସ ଅଫିସ୍‌ରେ ପୁଷ୍ପା-୨ ଏ ପର୍ଯ୍ୟନ୍ତ ୬୪୫ କୋଟି ୯୫ ଲକ୍ଷ ଟଙ୍କା ଆୟ କରି ସାରିଛି। ଦେଶରେ ତେଲୁଗୁ ଓ ହିନ୍ଦୀ ଭର୍ସନରେ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି। 

ଫିଲ୍ମର ପ୍ରଥମ ଭାଗ ବ୍ଲକବଷ୍ଟର ରହିଥିବା ବେଳେ ଦ୍ଵିତୀୟ ଭାଗକୁ ଦର୍ଶକ ଚାତକ ପରି ଚାହିଁ ରହିଥିଲେ। ରିଲିଜର ଓପନିଂ ଡେରେ ୨୯୪ କୋଟି ଟଙ୍କା ଆୟ କରି ପ୍ରଥମ ଦିନ କଲେକ୍ସନରେ ସବୁ ରେକର୍ଡ ଭାଙ୍ଗିଥିଲା। ଆଉ ତା ପରଠୁ ଫିଲ୍ମର ସୁନାମୀ ଥମିବାର ନାଁ ନେଉନି। ମଙ୍ଗଳବାର ଖବର ଲେଖା ଯିବା ସୁଦ୍ଧା ପୁଷ୍ପା ୨ ଭାରତୀୟ ବକ୍ସ ଅଫିସ୍‌ରେ ୫୨ କୋଟି ୨୦ ଲକ୍ଷ ଟଙ୍କା ଆୟ କରି ସାରିଛି।

କେବଳ ୫ ଦିନରେ ଫିଲ୍ମ ୯୦୦ କୋଟିର ବ୍ୟବସାୟ କରି ସାରିଲାଣି। ଷଷ୍ଠ ଦିନ ଅର୍ଥାତ ମଙ୍ଗଳବାରର ଆୟକୁ ମିଶାଇଲେ ଏହା ୯୫୦ କୋଟି ଟଙ୍କା ଛୁଇଁଛି। ତେବେ ଫିଲ୍ମର ଆନୁଷ୍ଠାନିକ ବ୍ୟବସାୟର ତଥ୍ୟ ବୁଧବାର ଜାରି କରାଯିବ। ମାତ୍ର ସାକନିଲ୍‌କର ରିପୋର୍ଟ ମୁତାବକ ସପ୍ତାହ ପୂରା   ହେବା ସୁଦ୍ଧା ୧୦୦୦ କୋଟି କ୍ଲବରେ ସାମିଲ ହୋଇଯିବ। ଆଇଏମଡିବିର ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୧୦୦୦ କୋଟି କ୍ଲବରେ ସାମିଲ  ହୋଇଥିବା ଫିଲ୍ମ ହେଉଛି ଦଙ୍ଗଲ, ବାହୁବଳୀ ୨, ଆରଆରଆର ଓ କେଜିଏଫ।