ବୈତରଣୀ ନଦୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ, ଗାଧୋଇବାକୁ ଯାଇଥିଲେ ୮ ସାଙ୍ଗ
ବଡ଼ବିଲ ୧୮।୪: ବୈତରଣୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ମୃତକଙ୍କ ମଧ୍ୟରେ ଜଣେ ୧୦ ଶ୍ରେଣୀ ଛାତ୍ର ରହିଥିବା ସୂଚନା ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ଗାଁ ନିକଟ କେଶରୀକୁଣ୍ଡ ବୈତରଣୀ ନଦୀରେ ଅଘଟଣ ଘଟିଛି । ୮ ଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଛାତ୍ର ପାଣିରେ ବୁଡ଼ିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଲା ଇଂଲିଶ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ନୀତିଶ ପୋଦାର । ଅନ୍ୟ ଜଣଙ୍କ ପରିଚୟ ମିଳିନି । ଏମାନେ ଚମ୍ପୁଆ ରାମଲା ସ୍ଥିତ ଏକ ମେସରେ ରହି ପାଠ ପଢୁଥିଲେ ।You Can Read:ତପ୍ତପାଣି ଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ୍
ବଡ଼ବିଲ ୧୮।୪: ବୈତରଣୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ମୃତକଙ୍କ ମଧ୍ୟରେ ଜଣେ ୧୦ ଶ୍ରେଣୀ ଛାତ୍ର ରହିଥିବା ସୂଚନା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସରେଇ ଗାଁ ନିକଟ କେଶରୀକୁଣ୍ଡ ବୈତରଣୀ ନଦୀରେ ଅଘଟଣ ଘଟିଛି । ୮ ଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଛାତ୍ର ପାଣିରେ ବୁଡ଼ିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଲା ଇଂଲିଶ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ନୀତିଶ ପୋଦାର । ଅନ୍ୟ ଜଣଙ୍କ ପରିଚୟ ମିଳିନି । ଏମାନେ ଚମ୍ପୁଆ ରାମଲା ସ୍ଥିତ ଏକ ମେସରେ ରହି ପାଠ ପଢୁଥିଲେ ।
You Can Read:
ତପ୍ତପାଣି ଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ୍