କାମଚଳା ବଜେଟ ଦେଶର ୪ ସ୍ତମ୍ଭକୁ ମଜବୁତ କରିବ ବୋଲି କହିଲେ ମୋଦି

କାମଚଳା ବଜେଟ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବଜେଟ ଦେଶର ୪ ସ୍ତମ୍ଭକୁ ଅଧିକ ମଜୁବତ କରିବ। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ ବୋଲି ମୋଦି କହିଛନ୍ତି।

କାମଚଳା ବଜେଟ ଦେଶର ୪ ସ୍ତମ୍ଭକୁ ମଜବୁତ କରିବ ବୋଲି କହିଲେ ମୋଦି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସଂସଦରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

କାମଚଳା ବଜେଟ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବଜେଟ ଦେଶର ୪ ସ୍ତମ୍ଭକୁ ଅଧିକ ମଜୁବତ କରିବ। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଛି ସତ। କିନ୍ତୁ ଏହା ସମାବେଶୀ ଓ ନୂଆ ପ୍ରକାରର ବଜେଟ। ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଯୁବ ଗୋଷ୍ଠୀ, ମହିଳା, ଗରିବ ଓ କୃଷକଙ୍କୁ ସଶକ୍ତୀକରଣ କରିବ। ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣରେ ସହାୟତା କରିବ। ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି। ଯୁବ ଭାରତର ଯୁବ ଆକାଂକ୍ଷାର ଛାପ ରହିଛି। ବଜେଟରେ ୨ଟି ବଡ଼ ବ୍ୟବସ୍ଥା କରାଯାଇଛି।

ଗୋଟିଏ ହେଲା ରିସର୍ଚ୍ଚ ଓ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଷ୍ଟାର୍ଟଅପକୁ ମିଳିବାକୁ ଥିବା ଟିକସ ବ୍ୟବସ୍ଥାକୁ ମଧ୍ୟ ସରଳୀକରଣ କରାଯାଇଛି। ବଜେଟରେ ବୀତ୍ତିୟ ନିଟଣ୍ଟକୁ ନିୟନ୍ତ୍ରଣରେ ରଖି ପୁଞ୍ଜି ବ୍ୟୟକୁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ଛୁଇଁବାର ଐତିହାସିକ ବ୍ୟବସ୍ଥା ହୋଇଛି। ଏହାକୁ ଅର୍ଥନୀତିଜ୍ଞଙ୍କ ଭାଷାରେ ସୁଇଟସ୍ପଟ କୁହାଯାଏ। 

ଏହାଦ୍ୱାରା ଆଧୁନିକ ଭାରତର ଭିତ୍ତିଭୂମି ବିକାଶ ହେବା ସହ ଯୁବଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବଜେଟରେ ବନ୍ଦେ ଭାରତ ସ୍ତରର ୪୦ ହଜାର ବଗି ତିଆରି କରାଯିବ। ଆମେ ସବୁ ବେଳେ ଲକ୍ଷ୍ୟ ବଡ଼ ରଖିଥାଉ ଓ ଏହାକୁ ପୂରଣ କରିଥାଉ ବୋଲି ମୋଦି କହିଛନ୍ତି।