କୃମିନାଶକ ଔଷଧ ଖାଇ ୩ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଔଷଧ ଖାଇବାର ପ୍ରାୟ ଅଧ ଘଣ୍ଟା ପରେ ଦଶମ ଶ୍ରେଣୀର ୩ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ।

କୃମିନାଶକ ଔଷଧ ଖାଇ ୩ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କୃମିନାଶକ ଔଷଧ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି ୩ ଛାତ୍ରୀ। ଏପରି ଏକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାରିଆ ବାଇଧର ହାଇସ୍କୁଲରେ ଘଟିଛି । ସମସ୍ତ ଛାତ୍ରୀ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ଆଜି କୃମିନାଶକ ଦିବସ। ଏଥିନିମନ୍ତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଇଧର ହାଇସ୍କୁଲରେ ଗତକାଲି ମଧ୍ୟାହ୍ନ ଭୋଜନ ପରେ ପିଲାମାନଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲ।

ଔଷଧ ଖାଇବାର ପ୍ରାୟ ଅଧ ଘଣ୍ଟା ପରେ ଦଶମ ଶ୍ରେଣୀର ୩ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନେ ହେଲେ ପ୍ରୀତି ପ୍ରଜ୍ଞା ସାମନ୍ତରାୟ, ସନ୍ଦ୍ୟାରାଣୀ ମଲ ଓ ଅଞ୍ଜଳି ମଲ । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡକାଇ ସମସ୍ତଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ବେଳେ ଅବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।

ପିଲାମାନେ ଏବେ ସୁସ୍ଥ ଅଛନ୍ତି। ତେବେ ୨୪ ଘଣ୍ଟା ଅବଜରଭେସନରେ ରଖିବା ପରେ ସେମାନଙ୍କୁ ଘରକୁ ଛଡ଼ାଯିବ ବୋଲି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି।