ପ୍ରଜ୍ୱଳ ରେବନ୍ନା ଗିରଫ
ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍ ଏମ୍ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ଏହାର ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ହାସନରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପୂର୍ବରୁ ରେବନ୍ନାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ସେ ଜର୍ମାନୀ ପଳାଇଥିଲେ। କର୍ନାଟକ ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ […] The post ପ୍ରଜ୍ୱଳ ରେବନ୍ନା ଗିରଫ appeared first on Dharitri Odia News.
ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି।
ନିଲମ୍ବିତ ଜେଡିଏସ୍ ଏମ୍ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ଏହାର ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ହାସନରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପୂର୍ବରୁ ରେବନ୍ନାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ସେ ଜର୍ମାନୀ ପଳାଇଥିଲେ।
କର୍ନାଟକ ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ପ୍ରଜ୍ୱଳ ଭାରତରେ ପହଞ୍ଚିବା ବିଷୟରେ ଇଣ୍ଟରପୋଲରୁ ସୂଚନା ପାଇଥିଲା। ଏହା ପରେ ଏସ୍ଆଇଟି, ବେଙ୍ଗାଲୁରୁ ପୋଲିସ ଏବଂ ଇମିଗ୍ରେସନ ଅଧିକାରୀ ଶୁକ୍ରବାର ବିମାନବନ୍ଦରରେ ପହଞ୍ଚି ରେବନ୍ନା ଓହ୍ଲାଇବା ମାତ୍ରେ ଗିରଫ କରିଥିଲେ। ଏସ୍ଆଇଟି ବର୍ତ୍ତମାନ ଭାଇରାଲ ଭିଡିଓ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବ। କିଛି ଦିନ ପୂର୍ବରୁ ପ୍ରଜ୍ୱଳ ଏକ ଭିଡିଓ ଜାରି କରି ଭାରତକୁ ଫେରିବା ବିଷୟରେ ସୂଚନା ଦେଇଥିଲେ।
The post ପ୍ରଜ୍ୱଳ ରେବନ୍ନା ଗିରଫ appeared first on Dharitri Odia News.